ସଫଳତା ପଥେ ଦୁଇ ଭଉଣୀ

ଖଣ୍ଡପଡା,୧୩।୧୦(ସ୍ବ.ପ୍ର.)-ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜୟ ପ୍ରକାଶ ନାରାୟଣ ଅର୍ଥନୀତି ଓ ସାମାଜିକ ଅଧ୍ୟୟନ ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଜୟଦେବ ଭବନଠାରେ ଲୋକନାୟକ ଜୟପ୍ରକାଶ ନାରାୟଣ ଓ ଶହୀଦ୍‌ ବାଜି ରାଉତଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହ ଓ ଶ୍ରାଦ୍ଧ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ ନୟାଗଡ ଜିଲା ଭାପୁର ବ୍ଲ୍ଳକ ସୁନାଖଳା ଗ୍ରାମର ରୂପାଲୀ ସାହୁ ପ୍ରଥମ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କ ବଡ ଭଉଣୀ ମୋନାଲୀ ସାହୁ ତୃତୀୟ ବର୍ଗରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରି ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜଳ ସମ୍ପଦ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁ ନନ୍ଦନ ଦାସ, ମୁଖ୍ୟବକ୍ତା ବିଶିଷ୍ଟ ସାହିତି୍ୟକ ଓ ଲେଖକ ଡ. ସୌରୀବନ୍ଧୁ କର ଯୋଗ ଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଧାୟକ ଅମର ପ୍ରସାଦ ଶତପଥୀ, ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ, ଲେଖକ ଡ. ଉଦ୍ଧବ ଚରଣ ନାୟକ ପ୍ରମୁଖ ଯୋଗଦେଇ ଆୟୋଜିତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ପ୍ରକାଶ ଥାଉକି, ରୂପାଲୀ ଭାପୁର ବ୍ଲକ ନୟାଗଡ ଜିଲା ତରଫରୁ ‘ଗୋପବନ୍ଧୁ କର୍ତ୍ତବ୍ୟ ବୋଧିନୀ ସମ୍ମାନ-୨୦୧୯’ ପାଇବା ପାଇଁ ଯୋଗ୍ୟ ବିବେଚିତ ମଧ୍ୟ ହୋଇଛନ୍ତି । ସେ ଓଡିଶା ଆଦର୍ଶ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ମୋନାଲୀ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ା ଅତୀତରେ ଦୁଇ ଭଉଣୀ ଅନେକ ବାର ରାଜ୍ୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ସମଗ୍ର ଜିଲା ପାଇଁ ଗୌରବ ଆଣିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର,୩ା୫: ଗଞ୍ଜାମ ଜିଲା ଗୋଳନ୍ଥରା ଥାନାରେ ଜଣେ ଯୁବକ ସୋମବାର ରାତି ପ୍ରାୟ ୮ଟାରେ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଗୋଳନ୍ଥରା ଥାନା ଅଧୀନ ରଙ୍ଗିପୁର...

ପିକ୍‌ନିକ୍‌ ହେଲା କାଳ: ଶଙ୍ଖନଦୀରେ ବୁଡ଼ି ଯୁବକ ମୃତ

ବେଦବ୍ୟାସ,୧୭।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶଙ୍ଖନଦୀର ଭାଲୁପତ୍ରାଘାଟରେ ରବିବାର ଅପରାହ୍ନରେ ପାଣିରେ ବୁଡ଼ି ତ୍ରିଲୋଚନ ମହାକୁଡ଼ (୨୩)ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।...

କରୋନା ଆକ୍ରାନ୍ତ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ଚିଟ୍‌ଫଣ୍ଡ ଟଙ୍କା ପରିଶୋଧ ଚିନ୍ତାରୁ ଚରମ ନିଷ୍ପତ୍ତି

ନୟାଗଡ ଅଫିସ/ ରଣପୁର,୧।୫(ସ୍ବ.ପ୍ର.):  ଋଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ ଗୋଡ଼ିମଡ଼ାର କରୋନା ଆକ୍ରାନ୍ତ ଦମ୍ପତି ଭିକାରୀ ପାତ୍ର(୫୭) ଓ ଜ୍ୟୋତ୍ସ୍ନାରାଣୀ(୫୨) ଗୁରୁବାର ଆତ୍ମହତ୍ୟା କରିଛନ୍ତି।...

ନାକ ନଥିବା ଶିଶୁ ଜନ୍ମ

ବେତନଟୀ, ୧୮।୧୧(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସୋମବାର ମୁକ୍ତାପୁର ଅଞ୍ଚଳର ଜଣେ ଗର୍ଭବତୀ ମହିଳା ଏକ ଅଦ୍ଭୁତ ଶିଶୁ ଜନ୍ମ ଦେଇଛନ୍ତି। ଶିଶୁର...

ଯାଜପୁର ବ୍ରହ୍ମବରଦାରେ ଏପ୍ରିଲ ୧୨ ରାତି ୮ଟା ଯାଏ ବଢ଼ିଲା କଣ୍ଟେନ୍‌ମେଣ୍ଟ ଅବଧି

ଯାଜପୁର,୮।୪(ଡି.ଏନ୍‌.ଏ.): ଯାଜପୁର ଜିଲା ବ୍ରହ୍ମବରଦାରେ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୧୨ ରାତି ୮ଟା ଯାଏ କଣ୍ଟେନ୍‌ମେଣ୍ଟ ଅବଧିକୁ ଜିଲା ପ୍ରଶାସନ ବଢ଼ାଇଛି। ବ୍ରହ୍ମବରଦା...

ଉଦ୍‌ଘାଟନକୁ ୧୫ ବର୍ଷ ବିତିଲା: କାର୍ଯ୍ୟକ୍ଷମ ହୋଇପାରିନି ଉପଖଣ୍ଡ ଷ୍ଟାଡିୟମ

ତାଳଚେର,୧୧ା୮(ନି.ପ୍ର.) – କ୍ରୀଡା ଓ କ୍ରୀଡାବିତ୍‌ଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବହୁ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ହେଲେ ତାଳଚେର ରାଜବାଟୀ ନିକଟରେ ୨୦୦୪ରୁ...

କୋଇଲା ଖଣି ବନ୍ଦ ଘଟଣାରେ ସରପଞ୍ଚଙ୍କ ଅଭିଯୋଗ

କଣିହଁ।, ୧୧ା୬ (ଡି.ଏନ.ଏ.)କଣିହାଁ ବ୍ଲକସ୍ଥିତ ଏମ୍‌ସିଏଲ୍‌ର କୋଇଲା ଖଣି କାର୍ଯ୍ୟ ରବିବାର ବନ୍ଦକୁ ନେଇ ମାମଲା ରୁଜୁ ପରେ ସୋମବାର ଖବରଦାତା ସମ୍ମିଳନୀ କରିଛନ୍ତି ଜରଡା...

ମଦଦୋକାନୀଙ୍କ ଉପରେ ଅଙ୍କୁଶ ରହୁନି, ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି

ଜଗତ୍‌ସିଂହପୁର ଅଫିସ, ୨୧।୪: ଜଗତ୍‌ସିଂହପୁର ଜିଲାରେ ମଦ ଦୋକାନୀମାନଙ୍କ ଉପରେ ପ୍ରଶାସନର ଅଙ୍କୁଶ ରହୁନି। ଅନେକ ଦୋକାନୀ ଦିବାଲୋକରେ ଗ୍ରାହକଙ୍କୁ ଲୁଟୁଛନ୍ତି। ସରକାରୀ ନିୟମକାନୁନକୁ ଦୋକାନୀମାନେ...

Advertisement
Archives

Model This Week