ସପ୍ତାହେ ହେଲା ବ୍ରାହ୍ମଣୀଗାଁ ଅଞ୍ଚଳରେ ବିଦ୍ୟୁତ, ମୋବାଇଲ ସେବା ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୧୧।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଦାରିଙ୍ଗବାଡ଼ିରେ ଗତ କିଛିଦିନ ହେଲା ମୋବାଇଲ ସେବା ବାଧାପ୍ରାପ୍ତ ହୋଇଛି। ବ୍ରାହ୍ମଣୀଗାଁ ସମେତ ଗଦାପୁର, ତାଜୁଙ୍ଗିଆରେ ଏକ ସପ୍ତାହ ହେଲା ଏହି ସେବା ବନ୍ଦ ରହିଥିବା ବେଳେ ଦାରିଙ୍ଗବାଡ଼ିରେ ଗତ ୩ ଦିନ ହେଲା ଏହି ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଅଞ୍ଚଳବାସୀ ନାନା ହଇରାଣ ହରକତ ହେଉଛନ୍ତି। ଟେଲିସେବା ବନ୍ଦ ଯୋଗୁ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ ହୋଇଛି। ଫଳରେ ଜନସେବାକେନ୍ଦ୍ର, କ୍ଷୁଦ୍ର ବ୍ୟାଙ୍କ ସେବା ଅଚଳ ହୋଇପଡ଼ିଛି। ଅର୍ଥ କାରବାର ବନ୍ଦ ଯୋଗୁ ଗରିବ ଲୋକ ସରକାରଙ୍କ ବିଭିନ୍ନ ଯୋଜନାରୁ ମିଳିବାକୁ ରହିଥିବା ଅର୍ଥ ବ୍ୟାଙ୍କଗୁଡ଼ିକରୁ ସଠିକ୍‌ ଭାବେ ପାଇପାରୁନାହାନ୍ତି। ସେହିପରି ଅଞ୍ଚଳରେ ତୁହାକୁ ତୁହା ବର୍ଷା ଏବଂ ୧୩୨ କେଭିର ରକ୍ଷଣାବେକ୍ଷଣ ପାଇଁ ଜିଲାରେ ବିଦ୍ୟୁତ ଦିନକୁ ୧୦ ଘଣ୍ଟା କଟାଯାଉଛି। ଏନେଇ ଏହି ସେବାରେ ବାଧା ଦେଖାଯାଇଛି। ସେହିପରି ଜରୁରୀକାଳିନ ପରିସ୍ଥିତିରେ ଲୋକେ ସ୍ବାସ୍ଥ୍ୟ ଖରାପ ହେଲେ ଆମ୍ବୁଲାନ୍ସ ଡାକିପାରୁନାହାନ୍ତି। ପୋଲିସ ଷ୍ଟେଶନକୁ ଫୋନ୍‌ ଲାଗୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବାଲିଗୁଡ଼ାଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ୫୯ ନଂ. ଜାତୀୟ ରାଜପଥ ସଂପ୍ରସାରଣ ଯୋଗୁ ବାରମ୍ବାର ଓଏଫ୍‌ସି( ଅପଟିକ୍‌ ଫାଇବର କେବୁଲ) କଟିଯାଇଥିବା ବିଏସ୍‌ଏନ୍‌ଏଲ୍‌ର ବାଲିଗୁଡ଼ା ସହକାରୀ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପୃଷ୍ଟି କହିଛନ୍ତି। ଶନିବାର କେବୁଲ ଯୋଡ଼ିବା କାର୍ଯ୍ୟ ସରିଥିଲା କିନ୍ତୁ ରାସ୍ତା ସଂପ୍ରସାରଣ ପାଇଁ ପୁଣି କେବୁଲ କଟିଯାଇଥିବା ସେ କହିଛନ୍ତି। ମରାମତି କାର୍ଯ୍ୟ ଚାଲିଛି, ଲୋକଙ୍କୁ ଖୁବ୍‌ ଶୀଘ୍ର ଟେଲିସେବା ଯୋଗାଇ ଦେବାକୁ ବିଭାଗ ଉଦ୍ୟମ କରୁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଶୀର୍ବାଦ ପାଇଁ ସିଂହଦ୍ୱାରରେ ଆରାଧନା

ପୁରୀ ଅଫିସ, ୧୩।୧୦: ସେ ଭାବର ଠାକୁର, ଭକ୍ତର ଭଗବାନ। ଭକ୍ତି ଭାବରେ ସେ ବନ୍ଧା। ତାଙ୍କୁ ଯିଏ ଯେମିତି ଡାକନ୍ତି ତା’ ଡାକ ସେ...

ପୁଆଣିଆଁ କ୍ରଶର ପାଇଁ ନାହିଁ ଆଇନ୍‌

ନୟାଗଡ଼ ଅଫିସ,୩।୪: ନୟାଗଡ଼ ଜିଲା ଓଡ଼ଗାଁ ତହସିଲ ଗୋତିସାହି ଆରଆଇ ଅଫିସର ପୁଆଣିଆଁ ଅଞ୍ଚଳରେ କ୍ରଶର ଜଙ୍ଗଲକୁ ନଷ୍ଟ କରି ଚାଲିଛି ବୋଲିି ଅଭିଯୋଗ ହେଉଛି...

ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ମାନ୍ୟତା ଦାବି ତେଜିଲା, ବରୁଣେଇରେ ପାଇକ ମେଳି

ଖୋର୍ଦ୍ଧା ଅଫିସ,୨୭ା୧୨: ୧୮୧୭ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା ଏବଂ ବରୁଣେଇ ପାଦଦେଶ ପ୍ରସ୍ତାବିତ ପାଇକ ସ୍ମାରକୀ ନିର୍ମାଣ ସ୍ଥଳ ଜମି ଫ୍ରି...

ଚିନ୍ତାରେ ମାଟି କାରିଗର,ପରିଶ୍ରମ ଅନୁସାରେ ମିଳୁନି ପାରିଶ୍ରମିକ

ଯାଜପୁର ଅଫିସ,୧୭-୯- ଗଣେଶ ପୂଜା ପରେ ଶିଳ୍ପ ସମୃଦ୍ଧ, ସାଂସ୍କୃତିକ ତଥା ଐତିହ୍ୟ ସମ୍ପନ୍ନ ଯାଜପୁର ଜିଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ପାର୍ବଣ ଋତୁ...

ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ: ଜେଲଗଲେ ୨ ଯୁବକ

ଆସିକା,୨୧ା୧୧(ଡି.ଏନ.ଏ.)- ଆସିକା ଥାନା ଇଲାକାରେ ଜଣେ ଛାତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ ଦେବା ଅଭିଯୋଗରେ ପୋଲିସ ବୁଧବାର ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଦୀପକ...

ଗ୍ୟାସ୍‌ ଟାଙ୍କି ଫାଟି ଅଗ୍ନିକାଣ୍ଡ: ୬ ବଖରା ଜଳିଗଲା

ପଦ୍ମପୁର,୨୧।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଲକ୍ଷ୍ମୀଦାସପୁର ପଞ୍ଚାୟତ ଶ୍ରୀବତ୍ସପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ଘରେ ଶନିବାର ଅପରାହ୍ନରେ ଗ୍ୟାସ୍‌ ଟାଙ୍କି ଫାଟି...

ମାସକରେ ୧୪ ଗାଡ଼ି ଚୋରି, ବାଦ୍‌ପଡ଼ିନି ପୋଲିସ ଗାଡ଼ି

ବ୍ରହ୍ମପୁର ଅଫିସ,୭ା୪: ବ୍ରହ୍ମପୁର ସହରରେ ଏବେ ଘୂରି ବୁଲୁଛନ୍ତି ସକ୍ରିୟ ଗାଡ଼ି ଚୋର ଗ୍ୟାଙ୍ଗ। ଗତ ଏକ ମାସ ମଧ୍ୟରେ ଉକ୍ତ ଗ୍ୟାଙ୍ଗ ବ୍ରହ୍ମପୁର ସହରରୁ ପ୍ରାୟ...

୬ ବର୍ଷ ହେଲା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ସୁରକ୍ଷା

ଯାଜପୁର ଅଫିସ,୧୧ା୨: ଯାଜପୁର ଜିଲା ବଡ଼ଚଣା ବ୍ଲକ ଓଲରାସ୍ଥିତ ସାବିତ୍ରୀ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିଃ ଓ ମୟୂରଭଞ୍ଜ ଜିଲା କରଞ୍ଜିଆସ୍ଥିତ ସାବିତ୍ରୀ ରାଇସ୍‌ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ...

Advertisement
Archives

Model This Week