Posted inଜାତୀୟ

ସପ୍ତାହରେ ୨ ଦିନ ବନ୍ଦ ରହିବ ଡେରାଡୁନ

ଡେରାଡୁନ,୪।୬: କରୋନା ସଂକ୍ରମଣ ଦୃଷ୍ଟିରୁ ଗତ ମାର୍ଚ୍ଚ ମାସଠାରୁ ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଜୁନ୍‌ ପହିଲାରୁ ଅନ୍‌ଲକ୍‌ ୧.୦ ଲାଗୁ କରାଯାଇଛି। ଏହି ସମୟରେ ଅଧିକାଂଶ ନିୟମରେ କୋହଳ କରାଯାଇଥିବା ବେଳେ କିଛି ସେବା ବନ୍ଦ କରିଦିଆଯାଇଛି। ଯେମିତକି ସ୍ପା ସେଲୁନ, ସିନେମା ହଲ, ମଲ ଆଦି ବିଭିନ୍ନ ରାଜ୍ୟରେ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇନାହିଁ। ତେବେ କରୋନା ସଂକମ୍ରଣ ଏବେ ବୃଦ୍ଧି ପାଉଥିବାରୁ ସପ୍ତାହକୁ ୨ ଦିନ ଡେରାଡୁନ ବନ୍ଦ ରହିବ ବୋଲି ସୂଚନା ମିଳିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟର ସୂଚନା ଅନୁଯାୟୀ ସପ୍ତାହର ଶନିବାର ଓ ରବିବାର ଡେରାଡୁନ ବନ୍ଦ ରହିବ। ଏହି ସମୟରେ କେବଳ ଜରୁରୀ ସେବା ଯୋଗାଇ ଦିଆଯିବ। ଏବେ ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଁ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରି ସାରିଲାଣି। ଆଗକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ମୃତ୍ୟୁ ହୋଇଥିଲେ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ

ନୂଆଦିଲ୍ଲୀ,୧୨ ।୯: କରୋନାରେ ଯେଉଁମାନଙ୍କର ମୃତ୍ୟୁ ହେଉଛି ସେମାନଙ୍କ ମୃତ୍ୟୁ ପ୍ରମାଣପତ୍ରରେ ଏହା ଉଲ୍ଲେଖ କରାଯିବ । ଅର୍ଥାତ୍ କରୋନାରେ ମୃତ୍ୟୁ ବୋଲି ଲେଖାଯିବ ।...

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

କୋଲକାତା,୫।୫: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଭାବରେ ଲଗାତର ତୃତୀୟ ଥର ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଶପଥ ନେଇଛନ୍ତି। ରାଜ ଭବନରେ ରାଜ୍ୟପାଳ...

ଆଜିଠୁ ଦୁଇ ଦିନିଆ ୟୁପି ଗସ୍ତରେ ଜେପି ନଡ୍ଡା

ନୂଆଦିଲ୍ଲୀ,୨୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତା ବଜାୟ ରଖିବା ପାଇଁ ଭାଜପା ଲାଗିପଡିଛି। ଦଳର ହେବିଓ୍ବେଟ୍‌ ନେତାମାନେ ୟୁପିରେ ଡେରା ପକାଉଛନ୍ତି। ଏହି...

ସିଏଏରୁ ସାମ୍ପ୍ରଦାୟିକ ହିଂସା

ନୂଆଦିଲ୍ଲୀ,୨୭ା୨: କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ନେଇ ଆରମ୍ଭରୁ ବିବାଦ ଲାଗିରହିଛି। ବିବାଦୀୟ ଆଇନକୁ ନେଇ ବିରୋଧ ଏବେ ସାମ୍ପ୍ରଦାୟିକ ଦଙ୍ଗାରେ ପରିଣତ ହୋଇଛି।...

ଘୃଣା ବିସ୍ତାର କରନ୍ତି ହିନ୍ଦୁତ୍ୱବାଦୀ: ରାହୁଲ

ନୂଆଦିଲ୍ଲୀ,୨୫।୧୨: ହିନ୍ଦୁତ୍ୱବାଦୀମାନେ ସବୁବେଳେ ଘୃଣା ବିସ୍ତାର କରି ହିଂସା ଉସୁକାଇଥାଆନ୍ତି। ସେମାନଙ୍କ ଏଭଳି କାର୍ଯ୍ୟ ଯୋଗୁ ସବୁ ସମ୍ପ୍ରଦାୟର ଲୋକଙ୍କୁ ମୂଲ୍ୟ ଦେବାକୁ ପଡ଼ିଥାଏ ବୋଲି...

ଜାମନଗରରେ ଭାରତ ମାତା କି ଜୟ ସ୍ବର …

ଜାମନଗର,୧୭।୮: ଭାରତୀୟ ଦୂତାବାସ ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଯାତ୍ରା କରିଥିବା ବାୟୁସେନା ବିମାନ ସି-୧୭ ଗୁଜରାଟର ଜାମନଗର ବିମାନ ବନ୍ଦରରେ ଅବତରଣ କରିଛି। ୧୫୦...

ବିହାରରେ ପ୍ରବଳ ବର୍ଷା: ୨୫ ମୃତ

ପାଟନା,୩୦ା୯: ବିହାରରେ କ୍ରମାଗତ ୩ ଦିନ ଲଗାଣ ବର୍ଷା ଫଳରେ ରାଜଧାନୀ ପାଟନା ସମେତ ବିଭିନ୍ନ ଜଲାରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ପ୍ରବଳ...

କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା...

Advertisement
Archives

Model This Week