Posted inଖେଳ

ସନ୍‌ଙ୍କୁ ରେକର୍ଡ ୪୦୦ ମିଟର ଫ୍ରିଷ୍ଟାଇଲ ବିଶ୍ୱ ଟାଇଟଲ

ଗ୍ବାଙ୍ଗଜୁ, ୨୧ା୭ (ଏଏଫ୍‌ପି)- ଚାଇନାର ସନ୍‌୍‌ ୟାଙ୍ଗ୍‌ ଏଠାରେ ଚାଲିଥିବା ବିଶ୍ୱ ସନ୍ତରଣ ପ୍ରତିଯୋଗିତାର ୪୦୦ ମିଟର ଫ୍ରିଷ୍ଟାଇଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଲାଭ କରିଛନ୍ତି। ଏହା ଦ୍ୱାରା ସେ ଟାଇଟଲ ବଜାୟ ରଖିବା ସହ ରେକର୍ଡ ଚତୁର୍ଥ ଥର ପାଇଁ ବିଜୟୀ ହୋଇପାରିଛନ୍ତି। ବିବାଦୀୟ ଅଲିମ୍ପିକ ଚାମ୍ପିୟନ ୩ ମିନିଟ ୪୨.୪୪ ସେକେଣ୍ଡ ଟଇମିଂରେ ରେସ୍‌ ଶେଷ କରି ପ୍ରଥମ ହୋଇଥିଲେ। ଅଷ୍ଟ୍ରେଲୀୟ ପ୍ରତିଦ୍ୱନ୍ଦ୍ୱୀ ମ୍ୟାକ୍‌ ହର୍ଟନ (୩:୪୩.୧୭) ରୌପ୍ୟ ପଦକ ଲାଭ କରିଥିଲେ, ଯାହା ଫଳରେ ୨୦୧୭ (ବୁଦାପେଷ୍ଟ)ଫଳାଫଳର ପୁନରାବୃତ୍ତି ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ, ଏହି ୮ ଦିନିଆ ପ୍ରତିଯୋଗିତାରେ ଅଂଶଗ୍ରହଣ ପୂର୍ବରୁ ସନ୍‌ଙ୍କ ବିରୋଧରେ ଡୋପିଂ ପ୍ରୋଟୋକଲ ଉଲ୍ଲଂଘନ ଅଭିଯୋଗ ହୋଇଛି। ଏହି ମାମଲା ଏବେ କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ବିଚାରଧୀନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୧୦ ଲିଗ୍‌: ଲିନଙ୍କ ରେକର୍ଡ

ଆବୁଧାବି,୧୯।୧୧- ଆବୁଧାବିରେ ଟି୧୦ ଲିଗ୍‌ର ତୃତୀୟ ସଂସ୍କରଣ ଏବେ ଖେଳାଯାଉଛି। ଏହି ଲିଗ୍‌ରେ ଅଷ୍ଟ୍ରେଲିଆ ଓପନର କ୍ରିସ ଲିନ ମରାଠା ଆରବିୟାନ୍ସ ପାଇଁ ଖେଳୁଛନ୍ତି। ସୋମବାର...

ନିର୍ଣ୍ଣାୟକ ଟି୨୦ ମୁକାବିଲା: ଲକ୍ଷ୍ୟ ସିରିଜ ବିଜୟ

ଅହମଦାବାଦ,୨୦।୩(ପି.ଟି.): ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ଟି୨୦ ସିରିଜ ବିଜୟୀ ହେବା ଲକ୍ଷ୍ୟରେ ରହିଛନ୍ତି। ଉଭୟ ଦଳ ୨ଟି ଲେଖାଏ ମ୍ୟାଚ୍‌ରେ ବିଜୟୀ ହୋଇଥିବାରୁ ସିରିଜ...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

ଓଡ଼ିଶା ଓମେନ୍ସ ଲିଗ୍‌: ଓଡ଼ିଶା ପୋଲିସ, ଇଷ୍ଟକୋଷ୍ଟ ରେଲଓ୍ବେ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୧୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଫୁଟ୍‌ବଲ ଲିଗ୍‌ରେ ଶନିବାର ଖେଳାଯାଇଥିବା ମ୍ୟାଚ୍‌ଗୁଡିକରେ ଓଡ଼ିଶା ପୋଲିସ୍‌, ଇଷ୍ଟକୋଷ୍ଟ ରେଲଓ୍ବେ ଓ ରାଇଜିଂ ଷ୍ଟୁଡେଣ୍ଟ ବିଜୟ...

କ୍ରିକେଟ୍‌ ଛାଡି ପାଇଲଟ୍‌ ହେଲେ ଏହି କ୍ରିକେଟର୍‌

ସାଧାରଣତଃ କ୍ରିକେଟରମାନେ କ୍ରିକେଟ ଛାଡି ଖେଳ ସହ ଯୋଡି ହୋଇରହିଥାନ୍ତି। କିଏ କମେଣ୍ଟଟର୍‌ ହୁଅନ୍ତି ତ ଆଉ କିଏ କ୍ରିକେଟ ଏକ୍ସପର୍ଟ, କୋଚ୍‌ ଭାବେ କାର୍ଯ୍ୟ...

ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧୋନୀ

ନୂଆଦିଲ୍ଲୀ,୨୦।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଶନିବାର ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ଏହି ଅବସରରେ ବହୁ...

ଶାମିଙ୍କୁ ସୁଯୋଗ ମିଳିବନି

ନୂଆଦିଲ୍ଲୀ,୧୯।୬: ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ଶାମି କ୍ରିକେଟର ତିନୋଟି ଯାକ ଫର୍ମାଟରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି। ହେଲେ ଗତ କିଛି ସମୟ ଧରି ତାଙ୍କୁ...

ନେଦରଲାଣ୍ଡ ୯ ରନ୍‌ରେ ହାରିଲା…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୯ ରନ୍‌ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ...

Advertisement
Archives

Model This Week