Posted inଖେଳ

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ଅବସରରେ ସନ୍ଦେହଜନକ ବୋଲିଂ ଆକ୍ସନ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଉଭୟ ଓ୍ବିଲିୟମସନ ଓ ଦନଞ୍ଜୟଙ୍କୁ ରିପୋର୍ଟ କରିଛି। ଆଇସିସି ପକ୍ଷରୁ ମଙ୍ଗଳବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ‘ମ୍ୟାଚ୍‌ ଅଫିସିଆଲ ଉଭୟ ଦଳର ମ୍ୟାନେଜମେଣ୍ଟକୁ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଉଭୟ ଦନଞ୍ଜୟ ଓ ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନର ବୈଧତା ନେଇ ପ୍ରଶ୍ନ ଉଠାଯାଇଛି’ ବୋଲି ଆଇସିସି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଫଳରେ ଆଗାମୀ ୧୪ ଦିନ ମଧ୍ୟରେ ଦନଞ୍ଜୟ ଓ ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନର ପରୀକ୍ଷା କରାଯିବ। ଏହି ପରୀକ୍ଷାର ଫଳାଫଳ ନ ବାହାରିବା ପର୍ଯ୍ୟନ୍ତ ଆଇସିସି ନିୟମ ଅନୁଯାୟୀ ଉଭୟ ବୋଲର ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବୋଲିଂ ଜାରି ରଖିବେ।
ଅଫ୍‌-ସ୍ପିନ ବୋଲିଂ କରୁଥିବା ୨୯ ବର୍ଷୀୟ ଓ୍ବିଲିୟମସନ ଏହି ଟେଷ୍ଟ ମ୍ୟାଚ୍‌ର ଅନ୍ତିମ ଦିବସରେ ୩ ଓଭର ବୋଲିଂ କରିଥିଲେ। ୭୩ ଟେଷ୍ଟ ମ୍ୟାଚ୍‌ ଖେଳି ଓ୍ବିଲିୟମସନ ବର୍ତ୍ତମାନ ସୁଦ୍ଧା ମାତ୍ର ୨୯ ଉଇକେଟ୍‌ ଅକ୍ତିଆର କରିଛନ୍ତି। ଅପରପକ୍ଷରେ ୨୫ ବର୍ଷୀୟ ଦନଞ୍ଜୟ ଏହି ମ୍ୟାଚ୍‌ରେ ୬ ଉଇକେଟ୍‌ ଅକ୍ତିଆର କରି ଶ୍ରୀଲଙ୍କାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଥିପୂର୍ବରୁ ୨୦୧୮ ନଭେମ୍ବରରେ ଅବୈଧ ବୋଲିଂ ଆକ୍ସନ ଲାଗି ଆଇସିସି ଦନଞ୍ଜୟଙ୍କୁ ବୋଲିଂରୁ ବାସନ୍ଦ କରିଥିଲା। ଏହାପରେ ଚଳିତ ବର୍ଷ ପ୍ରାରମ୍ଭରେ ସେ ତାଙ୍କ ବୋଲିଂରେ ସୁଧାର ଆଣିଥିଲେ ଏବଂ ଆଇସିସି ତାଙ୍କୁ ସବୁଜ ସଙ୍କେତ ପ୍ରଦାନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ ଆରମ୍ଭ ପୂର୍ବରୁ ଭାରତ ୩-୧ରେ ଜିତିବ କହିଲେ ଇଂଲଣ୍ଡର ଏହି ପୂର୍ବତନ ଅଧିନାୟକ; କଷ୍ଟକର ହେବ…

ନୂଆଦିଲ୍ଲୀ,୩।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭାଓନ ଭାରତୀୟ ଦଳକୁ ଅନେକ ଥର ସମାଲୋଚନା କରିଛନ୍ତି। ଏପରିକି ସେ ଏକାଧିକ ଥର ଭାରତର ପରାଜୟର ପୂର୍ବାନୁମାନ...

ପ୍ରମୋଦ ଶ୍ରେଷ୍ଠ, ଶୁଭମ୍‌ ଇମର୍ଜିଂ

ଭୁବନେଶ୍ୱର, ୭।୮(କ୍ରୀଡ଼ା ପ୍ରତିନିଧି)-ବିଶ୍ୱ ଚାମ୍ପିୟନ ପାରା ବ୍ୟାଡ୍‌ମିଣ୍ଟନ ତାରକା ପ୍ରମୋଦ ଭଗତ ଚଳିତ ବର୍ଷର ସ୍ପୋଟର୍‌ସଲଗ୍‌ଅନ୍‌ ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାର ପାଇବାକୁ ଯୋଗ୍ୟ...

ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍‌ ହେଲେ ସିରାଜ

ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର...

୧୨ ବର୍ଷ ବୟସରେ ପ୍ରଥମ ଶତକ ହାସଲ ମାରିଥିଲେ କ୍ରିକେଟର୍‌ ଯାଦୁଗର

ସାର୍‌ ଡନ୍‌ ବ୍ରାଡ୍‌ମ୍ୟାନ୍‌ କ୍ରିକେଟର ଏକ ପରିଚିତ ନାମ। ୧୯୦୮, ଅଗଷ୍ଟ ୨୭ରେ ଅଷ୍ଟ୍ରେଲିଆରେ ଜନ୍ମିତ ଏହି ମହାନ୍‌ କ୍ରିକେଟର ୧୯୨୮ରେ ବ୍ରିସ୍‌ବେନ୍‌ରେ ଇଂଲଣ୍ଡ ବିପକ୍ଷରେ...

କୋହଲିଙ୍କ ସମେତ ଅନ୍ୟ ଖେଳାଳି ରହୁଥିବା ହୋଟେଲରୁ ୩ ଅପରାଧୀ ଗିରଫ

ନୂଆଦିଲ୍ଲୀ,୨୭।୪: ଆଇପିଏଲ ୨୦୨୩ ମଧ୍ୟରେ ଖେଳାଳିଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ମାମଲା ସାମ୍ନାକୁ ଆସିଛି। ଏହି ସିଜନ୍‌ରେ ହୋମ ଆଣ୍ଡ ଆୱେ ଫର୍ମାଟରେ ଖେଳାଯାଉଛି, ଯେଉଁ...

କ୍ରିକେଟ୍‌ରେ ବି ଆରମ୍ଭ ହେବ ରେଡ୍‌ କାର୍ଡ

ନୂଆଦିଲ୍ଲୀ,୧୩।୮: ଫୁଟବଲ ମ୍ୟାଚରେ ଖେଳାଳିଙ୍କୁ ରେଡ କାର୍ଡ ଦିଆଯାଏ। କିନ୍ତୁ ବର୍ତ୍ତମାନ କ୍ରିକେଟରେ ରେଡ କାର୍ଡ ମଧ୍ୟ ବ୍ୟବହାର କରାଯିବ। ରେଡ କାର୍ଡ ନିୟମ କାରିବିଆନ...

ଲାଳର ବିକଳ୍ପ ଆବଶ୍ୟକ: ବୁମ୍‌ରା

ନୂଆଦିଲ୍ଲୀ,୧।୬ (ପି.ଟି.): କ୍ରିକେଟରେ ଆଲିଙ୍ଗନ କରିବା ଓ ହାଇ ଫାଇଭ ଅର୍ଥାତ ଦୁଇ ଖେଳାଳି ପରସ୍ପର ମଧ୍ୟ ତାଳି ବଜାଇବା ଏକ ଅବିଚ୍ଛେଦ୍ୟ ଅଙ୍ଗ। କରୋନା...

୧୪ ମାସ ପରେ ମଇଦାନକୁ ଓହ୍ଲାଇବେ ଧୋନୀ: ପ୍ରଥମ ମ୍ୟାଚ୍‌ରେ ଭାଙ୍ଗିପାରନ୍ତି ଡିଭିଲିୟର୍ସଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୧୮।୯: ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୩ତମ ସଂସ୍କରଣ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ସହ...

Advertisement
Archives

Model This Week