Posted inଖେଳ

ସନ୍ଦୀପଙ୍କୁ ୭ ଉଇକେଟ୍‌: ପଞ୍ଜାବ ବିଜୟୀ

ଭଦୋଦରା, ୭।୧୦ (ପି.ଟି.)- ବିସିସିଆଇ ଆନୁକୂଲ୍ୟରେ ଚାଲିଥିବା ଜାତୀୟ ଏକଦିବସୀୟ କ୍ରିକେଟ୍‌ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ପଞ୍ଜାବ ଯୁବ ଦ୍ରୁତ ବୋଲର ସନ୍ଦୀପ ଶର୍ମା କ୍ୟାରିୟର ଶ୍ରେଷ୍ଠ ୭ ଉଇକେଟ୍‌ ଅକ୍ତିଆର କରିଛନ୍ତି। ସନ୍ଦୀପଙ୍କ ଏହି ମାରାତ୍ମକ ବୋଲିଂ ଯୋଗୁ ପଞ୍ଜାବ ୩ ଉଇକେଟ୍‌ରେ ହରିୟାଣାକୁ ପରାସ୍ତ କରିଛି। ରବିବାର ଖେଳାଯାଇଥିବା ଏଲିଟ୍‌ ଗ୍ରୁପ୍‌-ବି’ର ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ହରିୟାଣା ୧୬.୧ ଓଭରରେ ମାତ୍ର ୪୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳର ୫ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲି ପାରି ନ ଥିଲେ। ସନ୍ଦୀପ ୮ ଓଭରରେ ୨ ମେଡେନ ସହ ୧୯ ରନ ବ୍ୟୟ କରି ୭ଟି ଉଇକେଟ୍‌ ନେଇଥିଲେ। ଅନ୍ୟତମ ଦ୍ରୁତ ବୋଲର ସିଦ୍ଦାର୍ଥ କାଉଲଙ୍କୁ ବଳକା ୩ ଉଇକେଟ୍‌ ହାସଲ କରିଥିଲେ। ଜବାବରେ ୫୦ ରନର ଛୋଟିଆ ଟାର୍ଗେଟ୍‌କୁ ପିଛା କରି ପଞ୍ଜାବ ଅନୁରୂପ ଭାବେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୫.୧ ଓଭରରେ ୭ ଉଇକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି୨୦ରେ ରଶିଦଙ୍କ ୩ୟ ହ୍ୟାଟ୍ରିକ

ଆଡିଲେଡ୍‌,୮।୧- ଆଫଗାନିସ୍ତାନର ଯୁବ ଲେଗ୍‌ ସ୍ପିନର ରଶିଦ ଖାଁ ଟି୨୦ କ୍ୟାରିୟରରେ ତୃତୀୟ ଥର ପାଇଁ ହ୍ୟାଟ୍ରିକ ଉଇକେଟ ହାସଲ କରିଛନ୍ତି। ଚଳିତ ବିଗ୍‌ ବାଶ...

ପୁଣି ପଡିଆକୁ ଓହ୍ଲାଇପାରନ୍ତି ସଚିନ ତେନ୍ଦୁଲକର

ମୁମ୍ବାଇ,୧୬।୧୦: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର, ବ୍ରାଏନା ଲାରା, ମୁଥିଆ ମୂରଲୀଧରନଙ୍କ ଭଳି କିମ୍ବଦନ୍ତୀ କ୍ରିକେଟରଙ୍କୁ ପୁଣି ଥରେ ପଡିଆରେ ଖେଳୁଥିବାର ଦେଖିବାକୁ ମିଳିବ। ୨୦୨୦ ଫେବୃଆରୀରେ...

ରଣଜୀ ଟ୍ରଫି: ସୌରାଷ୍ଟ୍ରକୁ ପ୍ରଥମ ଟାଇଟଲ

ରାଜକୋଟ,୧୩।୩ (ପି.ଟି.): ଦେଶର ସର୍ବବୃହତ୍‌ କ୍ରିକେଟ ଟୁର୍ନାମେଣ୍ଟ ରଣଜୀ ଟ୍ରଫିରେ ସୌରାଷ୍ଟ୍ର ନୂଆ ଚାମ୍ପିୟନ ଭାବେ ଉଭା ହୋଇଛି। ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ...

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨-  ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର...

ଏମିତି କାମ କରି ଜରିମାନା ଦେଲେ ଜାଡେଜା

ସାଧାରଣତଃ ସେଲିବ୍ରିଟିମାନେ ରାସ୍ତାରେ ଆବର୍ଜନା ନ ପକାଇବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଥାନ୍ତି। କିନ୍ତୁ ଯଦି ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଆବର୍ଜନା ପକାଇବାରେ...

ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ

ରୋହିତଙ୍କ ପ୍ରଥମ ଟେଷ୍ଟ ଦ୍ୱିଶତକ ରାଞ୍ଚି,୨୦।୧୦- ଦିନିକିଆ ଫର୍ମାଟରେ ୩ ଦ୍ୱିଶତକ କରିସାରିଥିବା ଭାରତୀୟ ଓପନର ରୋହିତ ଶର୍ମା ନିଜ କ୍ୟାରିୟରରେ ପ୍ରଥମ ଟେଷ୍ଟ ଦ୍ୱିଶତକ...

ସିଓଏ କାର୍ଯ୍ୟକାଳ ଶେଷ: ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ଦାୟିତ୍ୱ ନେବେ

ମୁମ୍ବାଇ, ୨୩।୧୦(ପି.ଟି.)- ଭାରତର ଅନ୍ୟତମ ସଫଳତମ ଅଧିନାୟକ ବିବେଚିତ ହେଉଥିବା ସୌରଭ ଗାଙ୍ଗୁଲି ବୁଧବାର ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ରାଜ୍ୟଗୋଷ୍ଠୀ ଟିଟି ସେମିଫାଇନାଲ:ଭାରତର ପ୍ରତିଦ୍ୱନ୍ଦ୍ୱୀ ସିଙ୍ଗାପୁର

କଟକ ଅଫିସ,୧୯|୭-ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସେମିଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ମହିଳା ବିଭାଗ ସେମିରେ ସିଙ୍ଗାପୁରକୁ ଭେଟିବ ଭାରତ। ଅନ୍ୟ...

Ten Cric Info
Advertisement


Archives

Model This Week

Why Dharitri