ସତ ଲୁଚାଉଛି ଚାଇନା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୪ା୪: କରୋନା ଭାଇରସ୍‌ର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ଭିତରକୁ ଯିବା ପାଇଁ ଆମେରିକୀୟ ବୈଜ୍ଞାନିକମାନଙ୍କୁ ମନା କରିଦେଇଛି ଚାଇନା। ଉହାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜି କିମ୍ବା ଚାଇନାର ଅନ୍ୟ କୌଣସି ସ୍ଥାନକୁ ତଦନ୍ତ ନିମନ୍ତେ ଆମେରିକାର କେହି ଯାଇପାରିବେ ନାହିଁ ବୋଲି ରୋକ୍‌ଠୋକ୍‌ ମନାକରିଦେଇଛି ବେଜିଂ।
ଆମେରିକାର ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପିଓ ଗୁରୁବାର ଏକ ଟିଭି ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କହିଛନ୍ତି, ଏବେ ମଧ୍ୟ ଚାଇନା ସରକାର ଆମେରିକୀୟ ବୈଜ୍ଞାନିକମାନଙ୍କୁ ଚାଇନା ଭିତରକୁ ଯିବାକୁ ଅନୁମତି ଦେଇନାହାନ୍ତି। କେବଳ ଉହାନ ଲାବ୍‌ ନୁହେଁ, ଭାଇରସ୍‌ ସମ୍ପର୍କରେ ଜାଣିବା ପାଇଁ ଯେଉଁ ସବୁ ସ୍ଥାନକୁ ସେମାନେ ଯିବାକୁ ଚାହିଁଛନ୍ତି ଚାଇନା ବାଧା ଦେଇଛି। ସେଠାରୁ ହିଁ ଭାଇରସ୍‌ ଅନ୍ୟ ସବୁଆଡ଼େ ବିସ୍ତାର ଲାଭ କରିଥିବା ନେଇ ଟ୍ରମ୍ପ୍‌ ପ୍ରଶାସନ ନିକଟରେ ସୂଚନା ରହିଛି। ତେବେ ଏନେଇ ଆମେ ସ୍ପଷ୍ଟ ଭାବେ ଜାଣିବାକୁ ଚାହୁଁ। ଜି ଜିନ୍‌ପିଙ୍ଗ୍‌ ସରକାର ଏନେଇ ଅଧିକ ସ୍ବଚ୍ଛତାର ପ୍ରମାଣ ଦେବା ଦରକାର ବୋଲି ପମ୍ପିଓ କହିଛନ୍ତି। ସେହିପରି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏହି କ୍ଷେତ୍ରରେ ସ୍ବଚ୍ଛତା ଅବଲମ୍ବନ କରୁନାହିଁ। ତେଣୁ ଡବ୍ଲ୍ୟୁଏଚ୍‌ଓକୁ ବି କରୋନା ସଂକ୍ରମଣ ବୃଦ୍ଧି ପାଇଁ ଉତ୍ତରଦାୟୀ କରାଯିବା ଦରକାର। ଅନ୍ୟ ରାଷ୍ଟ୍ରଗୁଡ଼ିକ ଡବ୍ଲ୍ୟୁଏଚ୍‌ଓର ବିଫଳତାକୁ ନେଇ କିପରି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ତାହା ଦେଖିବାର କଥା ବୋଲି ପମ୍ପିଓ କ୍ଷୋଭବ୍ୟକ୍ତ କରିଛନ୍ତି। ପ୍ରକାଶ ଯେ, ଏହି ସଙ୍ଗଠନ ଲୋକଙ୍କ ଜୀବନରକ୍ଷା ପରିବର୍ତ୍ତେ ଚାଇନାକୁ ରାଜନୈତିକ ସୁରକ୍ଷା ଦେବାରେ ଅଧିକ ତତ୍ପରତା ଦେଖିାଉଥିବା ଦର୍ଶାଇ ଗତ ସପ୍ତାହରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଡବ୍ଲ୍ୟୁଏଚ୍‌ଓକୁ ପାଣ୍ଠି ଯୋଗାଇବା ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଯୋଧ୍ୟା ରାୟ ପୂର୍ବରୁ ଶାନ୍ତ ରହିବାକୁ ଧର୍ମୀୟ ନେତାଙ୍କ ଆହ୍ବାନ

ଲକ୍ଷ୍ନୌ,୨ା୧୧: ଅଯୋଧ୍ୟା ଜମି ବିବାଦ ମାମଲା ରାୟ ଖୁବ୍‌ଶୀଘ୍ର ପ୍ରକାଶ ପାଇବାକୁ ଥିବାବେଳେ ଏହା ପୂର୍ବରୁ ଜନସାଧାରଣଙ୍କୁ ଶାନ୍ତ ରହିବା ପାଇଁ ବିଭିନ୍ନ ହିନ୍ଦୁ ଓ...

ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ :ତ୍ୱରିତ ଶୁଣାଣିକୁ ସୁପ୍ରିମକୋର୍ଟଙ୍କ ନା

ନୂଆଦିଲ୍ଲୀ,୯।୮(ପି.ଟି.):ଅନୁଚ୍ଛେଦ ୩୭୦ ଉଚ୍ଛେଦ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ୍‌ର ତ୍ୱରିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଉପଯୁକ୍ତ ସମୟରେ ଏହାର ଶୁଣାଣି...

କୋଇଲା ଦୁର୍ନୀତିରେ ଟିଏମ୍‌ସି ଏମ୍‌ପି ଅଭିଷେକଙ୍କ ପତ୍ନୀଙ୍କୁ ଇଡିର ସମନ

କୋଲକାତା,୨୯।୩: ପଶ୍ଚିମବଙ୍ଗରେ କୋଇଲା ଖଣି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଟିଏମ୍‌ସି ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ଇଡି ସମନ...

ଶତ୍ରୁତାକୁ ସମାପ୍ତ ପାଇଁ ରୁଷିଆକୁ ଆଲୋଚନା କରିବାକୁ ପଡ଼ିବ: ଜେଲେନ୍‌ସ୍କି

କ୍ୱିଭ,୨୫।୨: ୟୁକ୍ରେନରେ ରୁଷିଆ ଆକ୍ରମଣର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ଭୟଙ୍କର ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ୟୁକ୍ରେନର ରାଜଧାନୀ କ୍ୱିିଭ ସମେତ ଅନେକ...

ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ...

ମୋହନ ଭାଗଓ୍ବତଙ୍କ ସମେତ ବହୁ ଆର୍‌ଏସ୍‌ଏସ୍‌ ନେତାଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇଲା ଟୁଇଟର୍‌…

ନୂଆଦିଲ୍ଲୀ,୫।୬: ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଆକାଉଣ୍ଟ୍‌ରୁ ବ୍ଲୁ ଟିକ୍‌ ହଟାଇ ଏହାକୁ ପୁଣି ରିଷ୍ଟୋର କରିବା ପରେ ଟୁଇଟର୍‌ ଏବେ ବିବାଦରେ ଘେରରେ ଛନ୍ଦି...

୧୨ କୋଟି ଟଙ୍କାର ଲଟେରୀ ଜିଣିଲେ ଦିନ ମଜୁରିଆ

କନ୍ନୁର,୧୨।୨: କେରଳର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ରାତାରାତି ବଦଳି ଯାଇଛି। ସେ ୧୨ କୋଟି ଟଙ୍କାର ଲଟେରୀ ଜିଣିଛନ୍ତି। ସ୍ଥାନୀୟ କନ୍ନୁରର ଥୋଲାମ୍ବ୍ରାସ୍ଥିତ ପୁରାଲିମାଲା...

ରାଜ୍ୟରୁ ୫୦୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ଘଣ୍ଟାରେ ୫୦୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୩,୧୨,୪୪୯ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ଗୁରୁବାର...

Advertisement
Archives

Model This Week