ସତ୍‌ସଙ୍ଗ ଦ୍ୱାରା ସାମ୍ପ୍ରଦାୟିକତା ଦୂର ହୋଇଥାଏ : ତଥାଗତ

ଚଣ୍ଡିଖୋଲ,୩୧-୧(ଡି.ଏନ୍‌.ଏ.):ବର୍ତ୍ତମାନ ଧର୍ମନାମରେ ବିଭେଦ ସୃଷ୍ଟି ହେଉଛି। ଜାତି, ଧର୍ମ, ବର୍ଣ୍ଣକୁ ନେଇ ରାଜନୀତି କରାଯାଉଛି। ଏପରିକି ଭେଦଭାବ ସୃଷ୍ଟି କରାଯାଇ ପରସ୍ପର ପ୍ରତି ବିଦ୍ୱେଷ ଭାବ ସୃଷ୍ଟି ହେଉଛି। ସତ୍‌ସଙ୍ଗ ହେଉଛି ଜୀବନଧାରା ପରିବର୍ତ୍ତନର ମାର୍ଗ। ସମସ୍ତେ ଏଠାରେ ପ୍ରେମପ୍ରୀତିରେ ବାନ୍ଧି ହୋଇରହିଛନ୍ତି। ଏଭଳି ସତ୍‌ସଙ୍ଗ ଦ୍ୱାରା ଆମ ଭିତରେ ରହିଥିବା ସାମ୍ପ୍ରଦାୟିକତା ଦୂର ହୋଇଥାଏ ବୋଲି ଯାଜପୁର ଜିଲା ବଡଚଣା ବ୍ଲକ ଅନ୍ତର୍ଗତ ତାଳୁଆସ୍ଥିତ ସତ୍‌ସଙ୍ଗ ବିହାରରେ ଏକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଧରିତ୍ରୀ’ର ସମ୍ପାଦକ ତଥା ପୂର୍ବତନ ଏମ୍‌ପି ତଥାଗତ ସତପଥୀ ଏହା କହିଛନ୍ତି। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୨ତମ ଜନ୍ମୋତ୍ସବ ଓ ତାଳୁଆସ୍ଥିତ ସତସଙ୍ଗ ମନ୍ଦିରର ୧୩ଶ ପ୍ରତିଷ୍ଠା ଦିବସରେ ଭାରତୀୟ ସଂସ୍କୃତିରେ ଶ୍ରୀଶ୍ରୀଠାକୁରଙ୍କ ଦୃଷ୍ଟିରେ ଜୀବନ ବିକାଶର ଧାରା ଶୀର୍ଷକ ଆଲୋଚନାଚକ୍ରରେ ସତପଥୀ ଯୋଗଦେଇ ମୁଁ ଅନୁକୂଳଚନ୍ଦ୍ରଙ୍କ ଦୀକ୍ଷା ନେଇ ନ ଥିଲେ ମଧ୍ୟ ୧୯୭୨ ମସିହାରେ ଶ୍ରୀଶ୍ରୀବଡଦା ମୋ ମୁଣ୍ଡ ଉପରେ ହାତରଖିି ଯେଉଁ ଅମୃତ ସ୍ପର୍ଶ ଦେଇଛନ୍ତି ତାହାକୁ ଜୀବନରେ କେବେ ଭୁଲିପାରିବି ନାହଁି ବୋଲି ପ୍ରକାଶ କରିଥିଲେ। ପ୍ରାଧ୍ୟାପକ ସରୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟବକ୍ତାଭାବେ ପଣ୍ଡିତ ହୃଷୀକେଶ ଆଚାର୍ଯ୍ୟ ଯୋଗଦେଇ ସାମାଜିକ ପରିସ୍ଥିତିରେ ସତ୍‌ସଙ୍ଗର ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିବା ସହିତ ପରସ୍ପର ମଧ୍ୟରେ ସୁସମ୍ପର୍କ ସ୍ଥାପନର ଏହା ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିଥିଲେ। ସମ୍ମାନିତ ଅତିଥିଭାବେ ‘ଧରିତ୍ରୀ’ର ବରିଷ୍ଠ ସହ-ସମ୍ପାଦକ ଦୋଳଗୋବିନ୍ଦ ପଣ୍ଡା, ଇଂ ଦୀନବନ୍ଧୁ ସୋରେନ, ଇଂ ପାର୍ଥ ତ୍ରିପାଠୀ ଓ ତାଳୁଆ ସତ୍‌ସଙ୍ଗ ବିହାରର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ପ୍ରାରମ୍ଭରେ ରାକେଶ ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ନୀତିବାଣୀ ସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ସତ୍‌ସଙ୍ଗ ବିହାର ପରିସରରେ ଏକ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହାକୁ ମିନତି ଦେବୀ, ଶୁକ୍ଳା ତ୍ରିପାଠୀ, ଶାନ୍ତିଲତା ମହାପାତ୍ର, ମଞ୍ଜୁବାଳା ମହାପାତ୍ର, ମିନତି ଦେଈ, ସୁଜାତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। କମଳାକାନ୍ତ ରାୟ, ଅଶୋକ କୁମାର ଜେନା, ଜଳଧର ପ୍ରଧାନ, ପ୍ରଭାକର ଜେନା, ପ୍ରଭାତ କୁମାର ମହାପାତ୍ର ପ୍ରମୁଖ ଆଲୋଚନାଚକ୍ର ଓ ସତ୍‌ସଙ୍ଗ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଗଞ୍ଜାମ ଭାଜପାର ନୂଆ କର୍ମକର୍ତ୍ତା ଘୋଷଣା: ସରୋଜ ଦାସ ଜିଲା ଉପସଭାପତି, ଦୀପକ ବେହେରା…

ଛତ୍ରପୁର,୨୯।୯(ବିଦ୍ୟାଧର ସାହୁ): ଭାରତୀୟ ଜନତା ପାର୍ଟି (ଭାଜପା) ଗଞ୍ଜାମ ଜିଲା ସଭାପତି ସରୋଜ ସାବତ ଏବଂ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ସଭାପତି ବାଇଧର ମଲ୍ଲିକଙ୍କ ଅନୁମୋଦନ…

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?