ସଡ଼କ ସୁରକ୍ଷା ସପ୍ତାହ ଉଦ୍‌ଯାପିତ: ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରିଥିବା ୫ ପୁରସ୍କୃତ

ନୟାଗଡ଼ ଅଫିସ,୧୮।୧: ଗତ ୧୧ ତାରିଖଠାରୁ ଆରମ୍ଭ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମ ପଠାଣି ସାମନ୍ତ ଅଡ଼ିଟୋରିୟମଠାରେ ଅନୁଷ୍ଠିତ ହୋଇଥିଲା। ଉପଜିଲାପାଳ ତଥା ଆରଟିଓ ଦାୟିତ୍ୱରେ ଥିବା ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଧାନ ଚନ୍ଦ୍ର ରାୟ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାସ୍ତାରେ ଯାନବାହନ ଚଳାଇବା ବେଳେ ସଡ଼କ ସୁରକ୍ଷା ନିୟମ ପାଳନ କଲେ ଦୁର୍ଘଟଣା ହ୍ରାସ ପାଇବ ବୋଲି ପ୍ରକାଶ କରିଥିଲେ। ସେହିଭଳି ଖାଲି ପ୍ରଶାସନ ସଚେତନ କଲେ ହେବ ନାହିଁ ନିଜେ ସଚେତନ ହୋଇ ସଡ଼କ ସୁରକ୍ଷା ନିୟମକୁ ପାଳନ କରିବା ଦରକାର ବୋଲି ଅତିରିକ୍ତ ଜିଲାପାଳ ରାୟ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଏସ୍‌ପି ଶଶିଭୂଷଣ ଶତପଥୀ, ନୟାଗଡ଼ ତହସିଲଦାର ଭିକାରୀ ସାହୁ ଯୋଗଦେଇ ସଡ଼କ ସୁରକ୍ଷା ବିଷୟରେ ବକ୍ତବ୍ୟ ରଖିଥିଲେ। ଗାଡ଼ି ଚଳାଇବା ବେଳେ ମୋବାଇଲ ଫୋନ ବ୍ୟବହାର ନ କରିବା, କାର ଚଳାଇବା ବେଳେ ସିଟ ବେଲଟ୍‌ ବାନ୍ଧିବା ଏବଂ ବାଇକ୍‌ ଚଳାଇବା ବେଳେ ହେଲ୍‌ମେଟ୍‌ ବ୍ୟବହାର କରିବା ପାଇଁ ଅତିଥିମାନେ ଚାଳକମାନଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ ଦୁର୍ଘଟଣା ସମୟରେ ସହାୟତା କରିଥିବା ଗଣିଆ ବ୍ଳକର ବାମନ ଚରଣ ବାରିକ, ରାଜକିଶୋର ଡାଙ୍ଗୁଆଙ୍କ ସମେତ ଜିଲାର ୫ ଜଣ ବ୍ୟକ୍ତିଙ୍କୁ ଗୁଡ୍‌ ସାମାରିଟାନ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା। ସେହିଭଳି ସଡ଼କ ସୁରକ୍ଷା ବିଷୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସକାଳେ ନୟାଗଡ଼ ବଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରୁ ଏକ ଶୋଭାଯାତ୍ରା ବାହାରି ସଡ଼କ ସୁରକ୍ଷା ସଚେତନତା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଶୋଭାଯାତ୍ରାରେ ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟର ଏନସିସି ଛାତ୍ରୀଛାତ୍ର, ବଜେନ୍ଦ୍ର ଉଚ୍ଚବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟର ବରିଷ୍ଠ କିରାଣି ନିହାର ରଞ୍ଜନ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌୍‌ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।...

କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ କଂଗ୍ରେସର ବିକ୍ଷୋଭ

କେନ୍ଦୁଝର,୧୭ା୬(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ପ୍ରତିଶୋଧ ପରାୟଣ ସ୍ବରୂପ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ ପଶି ପୋଲିସର ଅମାନୁଷିକ ଲାଠି ଚାଳନା ଓ ଆକ୍ରମଣ ସହ...

କୂଅରେ ପଡ଼ି ଯୁବକଙ୍କ ପ୍ରାଣଗଲା

ସଜନାଗଡ଼,୮।୮(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ସଜନାଗଡ଼ ପଞ୍ଚାୟତରେ ଏକ ଅଭାବନୀୟ ଘଟଣା ଘଟିଛି। ସଜନାଗଡ଼ ଛକ ନିକଟ ୧୯ ନଂ ରାଜ୍ୟ...

ଦିଗପହଣ୍ଡିରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଦିଗପହଣ୍ଡି,୭ା୪(ଡି.ଏନ.ଏ.): ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୮ଟାରୁ ଘଡଘଡି ସହ ପ୍ରବଳ ବର୍ଷା ଲାଗି ରହିଥିଲା। ଏଥିଯୋଗୁ ବିଭିନ୍ନ...

ବାଲାଟ ପେପରରେ ତ୍ରୁଟି: କେନ୍ଦ୍ରାପଡା, ଯାଜପୁରରେ ନିର୍ବାଚନ ବାତିଲ

ଭୁବନେଶ୍ୱର, ୨୨।୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି। ତେବେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୫ ପ୍ରତିଶତରୁ ଅଧିକ ମତଦାନ...

ବ୍ରାହ୍ମଣୀରେ ଡଙ୍ଗା ବୁଡି ୪ ନିଖୋଜ ଘଟଣା ଜଣଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୯।୯ (ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ଡଙ୍ଗାବୁଡ଼ି ଘଟଣାରେ ଜଣଙ୍କ ମୃତଦେହ...

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ...

କରୋନା ଭୟ: ଫିକା ପଡ଼ିଲା ରଙ୍ଗ ବେପାର

ଦଶରଥପୁର,୯।୩(ଡିଏନ୍‌ଏ): ଭୟଙ୍କର ସଂକ୍ରମିତ କରୋନା ରୋଗ ଏବେ ପୃଥିବୀର ସମସ୍ତ ଦେଶକୁ ଧୀରେଧୀରେ କରାୟତ କରିଚାଲିଛି। ଫଳରେ ସବୁ ଦେଶର ଲୋକଙ୍କ ମନରେ ଏକ ଭୟର...

Advertisement
Archives

Model This Week