ସଡ଼କ ଦୁର୍ଘଟଣାରେ ଜଣେ ମୃତ

ଚମ୍ପୁଆ,୧୫ା୧(ଡି.ଏନ.ଏ):  ଚମ୍ପୁଆ ଏନଏସି ଅନ୍ତର୍ଗତ ବସାସାହିର ଅନତି ଦୂରରେ ଗତ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ମୟୂରଭଞ୍ଜ ଜିଲା ଘାଗରବେଡା ଥାନା ଶଙ୍କରପୁର ଅଞ୍ଚଳର ବୋଲି ଜଣାପଡିଛି। ସୂଚନା ଅନୁସାରେ ଗତ ମଙ୍ଗଳବାର ଶଙ୍କରପୁର ଗାଁର ଚେମ ପାତ୍ର ନିଜ ଶ୍ୱଶୁରଘର ଇନ୍ଦ୍ରପ୍ରସ୍ତରୁ ବାଇକ୍‌ରେ ଫେରୁଥିବା ବେଳେ ବସାସାହିଠାରେ ଚମ୍ପୁଆ ଆଡୁ ଯାଉଥିବା କାର ସହ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ନେଉଥିଲେ। ହେଲେ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ବୁଧବାର ସକାଳେ ଘଟଣାସ୍ଥଳରେ ପଡିରହିଥିବା କାରଟିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଖବର ପାଇ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଏନେଇ ଚମ୍ପୁଆ ପୋଲିସ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକପରେ ୫ କି.ମି ଦୂରରେ ମିଳିଲା ଭାସିଯାଇଥିବା ଯୁବତୀଙ୍କ ମୃତଦେହ

ଝରିଗାଁ,୨୦।୮(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡା ଗ୍ରାମର ଜାନୀ ସାହିରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀ...

ଭାଇଘରେ ପହଞ୍ଚି ପାରିଲେନି ଭଉଣୀ: ଟ୍ରେନ ଧକ୍କାରେ ଜୀବନ ଗଲା

କେନ୍ଦୁଝର, ୯ା୩(ସ୍ବ.ପ୍ର.): ଭାଇଘରେ ପହଞ୍ଚିପାରିଲେନି ଭଉଣୀ। ଟ୍ରେନ ଧକ୍କାରେ ଅଧାବାଟରେ ଜୀବନ ଚାଲିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ସଦର ବ୍ଲକ ବେଦପଳସା ଅଞ୍ଚଳରେ।...

୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି

ଭୁବନେଶ୍ବର,୨୪।୩(ବ୍ୟୁରୋ): ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପ୍ରିଲ ୨ ତାରିଖରେ ଭୁବନେଶ୍ୱରରେ ଆସି ପହଞ୍ଚିବେ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ...

ସ୍ବୟଂଶାସିତ କଲେଜ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିର ପ୍ରତିବାଦ

ଢେଙ୍କାନାଳ ଅଫିସ୍‌, ୯ା୩- ଢେଙ୍କାନାଳ କଲେଜରୁ ସ୍ବୟଂଶାସିତ ମାନ୍ୟତା ପ୍ରତ୍ୟାହାର ନିଷ୍ପତ୍ତିକୁ ଆଲୁମନି ଆସୋସିଏଶନ ପକ୍ଷରୁ ବିରୋଧ କରାଯାଇଛି। ଏ ନେଇ ଆସୋସିଏଶନ ସଦସ୍ୟମାନେ ସୋମବାର...

କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା

ଚମ୍ପୁଆ/ଯୋଡା/ଝୁମ୍ପୁରା, ୨୯।୪(ଡି.ଏନ.ଏ.): କେନ୍ଦୁଝର ଜିଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇ ବ୍ୟାପକ ଧାନ ଫସଲ ସାଙ୍ଗକୁ ପନିପରିବା ନଷ୍ଟ ହୋଇଯାଇଛି। କରୋନା ଲାଗି ଚାଷୀମାନେ...

ବାପଘରୁ ଫେରିଲେ ମହାଲକ୍ଷ୍ମୀ: ଶ୍ରୀମନ୍ଦିରରେ ବୁଧବାର ମକର ନୀତି

ପୁରୀ ଅଫିସ, ୧୪ା୧: ଶ୍ରୀମନ୍ଦିରରେ ମଙ୍ଗଳବାର ନବାଙ୍କ ନୀତି ଶେଷ ହୋଇଛି। ବୁଧବାର ବଡ଼ଦେଉଳରେ ମକର ସଂକ୍ରାନ୍ତି ନୀତି ପାଳନ ହେବ। ତିନିଠାକୁରଙ୍କୁ ମକର ଚୂଳ...

ବଦଳିଲେ ଜଗତସିଂହପୁର ଜିଲାପାଳ

ଭୁବନେଶ୍ୱର,୪।୧୦(ବ୍ୟୁରୋ)-ଜଗତସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ରବିବାର ବଦଳି ହୋଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ସରୋଜ କୁମାର ମିଶ୍ରଙ୍କୁ ଦାୟିତ୍ୱ ମିଳିଛି। ସଂଗ୍ରାମଙ୍କୁ...

ରାଜଧାନୀରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ...

Advertisement
Archives

Model This Week