ସଞ୍ଜୀବ, ପ୍ରଫୁଲ୍ଲ, ବ୍ୟୋମକେଶ ବିଜୟୀ

ଭଦ୍ରକ ଅଫିସ,୨୪।୫: ଭଦ୍ରକ ସଂସଦୀୟ କ୍ଷେତ୍ର ଅଧୀନ ୫ ବିଧାନସଭା ଆସନ ମଧ୍ୟରୁ ଭଦ୍ରକ ସଦର, ଚାନ୍ଦବାଲି ଏବଂ ଭଣ୍ଡାରିପୋଖରୀ ଆସନର ଫଳାଫଳ ପ୍ରକାଶ ପାଇଛି। ଭଦ୍ରକ ସଦରରେ ବିଜେଡି ପ୍ରାର୍ଥୀ ସଞ୍ଜୀବ ମଲ୍ଲିକ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଡ. ପ୍ରଦୀପ ନାୟକଙ୍କୁ ୩୨,୨୮୬ରୁ ଊର୍ଦ୍ଧ୍ୱ ଭୋଟରେ ହରାଇଥିବା ସୂଚନା ମିଳିଛି। ଭଣ୍ଡାରିପୋଖରୀ ଆସନରେ ବିଜେଡି ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ୮ ହଜାର ୭ଶହରୁ ଊର୍ଦ୍ଧ୍ୱ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି।
ଚାନ୍ଦବାଲି ଆସନରେ ଭାଜପା ପ୍ରାର୍ଥୀ ମନମୋହନ ସାମଲ ଏବଂ ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟଙ୍କ ମଧ୍ୟରେ ଆରମ୍ଭରୁ କଡ଼ା ଟକ୍କର ଚାଲିଥିବାରୁ ଉତ୍କଣ୍ଠାର ବାତାବରଣ ଲାଗିରହିଥିଲା। ତେବେ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ବ୍ୟୋମକେଶ ରାୟ ମନମୋହନଙ୍କୁ ୭୨୦୦ ଭୋଟରେ ହରାଇ ବିଜୟ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ‘ଡିଲ ମେକର୍‌’, ଆମେରିକା ସହିତ ଆଲୋଚନାରେ ପ୍ରମୁଖ ବ୍ୟକ୍ତି… କିଏ ସେହି ଆବାସ ଆରାକଚି? ଜାଣନ୍ତୁ…

ତେହରାନ,୨।୫: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବର୍ତ୍ତମାନ ଖବରର…

IED ବିସ୍ଫୋରଣ, ୩ ଯବାନ ଶହୀଦ

ରାୟପୁର,୨।୫: କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତିି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ…

ମଧ୍ୟପ୍ରାଚ୍ୟ ସଙ୍କଟ ଜାହାଜ ଚଳାଚଳ ମାର୍ଗରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରୁଛି; ନୂତନ କେନ୍ଦ୍ର ଭାବରେ ଉଭା ହୋଇଛି ଆଫ୍ରିକା

ତେହରାନ,୨।୫: ପଶ୍ଚିମ ଏସିଆରେ ବଢୁଥିବା ସଙ୍କଟ ମଧ୍ୟରେ, ଅନ୍ତର୍ଜାତୀୟ ଜାହାଜ ଚଳାଚଳ ମାର୍ଗରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଏବଂ ଲାଲ…

ମମତା କହିଲେ ପାର କରିବୁ ୨୦୦, କର୍ମୀଙ୍କୁ ଦେଲେ ବଡ଼ ମନ୍ତ୍ର

କୋଲକାତା,୨।୫: ଯଦିଓ ଏକଜିଟ ପୋଲଗୁଡ଼ିକ ବଙ୍ଗଳାରେ ଭାଜପା ବିଜୟର ପୂର୍ବାନୁମାନ କରୁଛନ୍ତି, ତଥାପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନୋବଳ ଅତୁଟ ରହିଛି। ଭୋଟ ଗଣତି ପୂର୍ବରୁ, ମମତା…

ଗଞ୍ଜାମରେ ୪୨୯୧୮ ଛାତ୍ରୀଛାତ୍ର ମାଟ୍ରିକ୍‌ ପାସ୍‌, ୨୯୫ ବିଦ୍ୟାଳୟର ରେଜଲ୍ଟ ଶତପ୍ରତିଶତ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ଶନିବାର ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଏଥିରେ ଗଞ୍ଜାମ ଜିଲାର ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଜିଲାର ୬୩୮ଟି ବିଦ୍ୟାଳୟର ୪୪୨୦୬ ଛାତ୍ରୀଛାତ୍ର…

ତାମିଲନାଡୁରେ ୧୮୦-୨୦୦ ଆସନ ଜିତିବ TVK! AIADMK ସହିତ ମେଣ୍ଟକୁ କରୁଛି ଅସ୍ବୀକାର

ଚେନ୍ନାଇ, ୨।୫: ତାମିଲନାଡୁ, କେରଳ, ପୁଡୁଚେରୀ, ଆସାମ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ସମସ୍ତ ପାଞ୍ଚଟି ରାଜ୍ୟର…

ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ, ତୁରନ୍ତ ଜାଣିବା ପାଇଁ ଏମିତି କରନ୍ତୁ ଚେକ୍‌…

କଟକ,୨ା୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ଚଳିତବର୍ଷର ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳ ଶନିବାର ଅପରାହ୍ନରେ ପ୍ରକାଶ ପାଇଛି। ବୋର୍ଡ କାର୍ଯ୍ୟାଳୟରେ…

ପଶ୍ଚିମବଙ୍ଗର ୧୫ଟି ପୋଲିଂ ବୁଥରେ ସଂଘର୍ଷ, ଟିଏମସି-ଭାଜପା କର୍ମୀ ମୁହାଁମୁହିଁ

କୋଲକାତା,୨।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ମଧ୍ୟରେ, ଦକ୍ଷିଣ ୨୪ ପରଗନା ଜିଲାର ଫାଲଟା ଅଞ୍ଚଳରୁ ସଂଘର୍ଷର ରିପୋର୍ଟ ଆସିଛି। ସ୍ଥାନୀୟ ଲୋକ ଏବଂ ସୁରକ୍ଷା ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri