ମନ୍ତ୍ରୀ ସୁଶାନ୍ତ ସିଂଙ୍କ ହ୍ୟାଟ୍ରିକ:୨୩,୩୩୦ ଖଣ୍ଡ ଭୋଟରେ ବିଜୟୀ ହେଲେ

ସୋହେଲା/ଭଟଲି, ୨୪-୫(ଡି.ଏନ.ଏ):ବରଗଡ ଜିଲା ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ ତୃତୀୟ ଥର ପାଇଁ ବିଜୟ ହାସଲ କରି ହ୍ୟାଟ୍ରିକ କରିଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟଙ୍କୁ ୩୨ହଜାର ୩୩୦ଖଣ୍ଡ ଭୋଟରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ଗୁରୁବାର ଫଳାଫଳ ଜଣାପଡିବା ପରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରୁ ଶୁଭେଚ୍ଛୁମାନେ ଆସି ମନ୍ତ୍ରୀ ସିଂଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । ସୋହେଲାରେ ବିଜେଡି କର୍ମୀ ଓ ଶୁଭେଚ୍ଛୁମାନେ ବାଣ ଫଟାଇ ଖୁସି ମନାଇ ମିଠା ବାଣ୍ଟିଥବବା ଦେଖିବାକୁ ମିଳିଥିଲା । ଭଟଲି ଓ ଅମ୍ବାଭୋନା ଅଞ୍ଚଳରେ ମଧ୍ୟ ବିଜେଡି କର୍ମୀମାନେ ମନ୍ତ୍ରୀ ସିଂହଙ୍କ ବିଜୟରେ ଉଲ୍ଲସିତ ହୋଇ ବାଣ ଫଟାଇ ଖୁସି ମନାଇଥିଲେ । ଭଟଲି ଓ ଅମ୍ବାଭୋନା ବ୍ଲକରେ ବିଜେଡି ଓ ଭାଜପା ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଭୋଟ ଗଣତିର ଶେଷ ପର୍ଯ୍ୟାୟରେ ଭଟଲି ବ୍ଲକରୁ ବିଜେଡି ୨ହଜାର ୫ଶହରୁ ଊର୍ଦ୍ଧ୍ୱ ଭୋଟ ପାଇ ଆଗୁଆ ହୋଇ ବିଜୟର ଧାରା ଜାରି ରଖିଥିଲା। ଶେଷରେ ସୋହେଲା ବ୍ଲକ ହିଁ ସୁଶାନ୍ତ ସିଂହଙ୍କୁ ବିଜୟୀ କରିବାରେ ସହାୟକ ହୋଇଥିଲା । ଉଲ୍ଲେଖଯୋଗ୍ୟ,ଏହି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଥିବା ନିର୍ବାଚନଗୁଡିକରେ ଅଦ୍ୟାବଧି କାୈଣସି ପ୍ରାର୍ଥୀ ଲଗାତର ତିନିଥର ବିଜୟୀ ହୋଇ ନ ଥିଲେ । ମନ୍ତ୍ରୀ ସୁଶାନ୍ତ ସିଂ ଏଠାରେ ହ୍ୟାଟ୍ରିକ ମାରିଛନ୍ତି। ଆଜିର ଫଳାଫଳରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂ ୯୮ହଜାର ୩୮୫, ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ୭୫ହଜାର ୫୫, ବହୁଜନ ସମାଜ ପ୍ରାର୍ଥୀ ନାରାୟଣ ଭେସ୍ରା ୧ହଜାର ୧୫୯, କଂଗ୍ରେସ ପ୍ରାର୍ଥୀ ସରୋଜ କୁମାର ମହାପାତ୍ର ୮ହଜାର ୩୩୮, ସମତା କ୍ରାନ୍ତି ଦଳ ପ୍ରାର୍ଥୀ ଧନପତି ସାହୁ ୧ହଜାର ୭ ଏବଂ ନୋଟାରେ ୧ହଜାର ୩୬୪ଖଣ୍ଡ ଭୋଟ ପଡିଛି । ବିଜୟୀ ପ୍ରାର୍ଥୀ ସୁଶାନ୍ତ ସିଂ ୫୩.୦୯ ପ୍ରତିଶତ ଭୋଟ ପାଇଥିବା ବେଳେ ଭାଜପା ପ୍ରାର୍ଥୀ ଇରାସିସ
ଆଚାର୍ଯ୍ୟ ୪୦.୫ପ୍ରତିଶତ ଭୋଟ ପାଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?