ସଜଡ଼ା ଯାଉନି ଟ୍ରାନ୍ସଫର୍ମର

ଝୁମ୍ପୁରା, ୧୩।୫(ଡି.ଏନ.ଏ.)-ବିଦ୍ୟୁତ ବିତରକ କମ୍ପାନୀ ନେସ୍କୋର ମନମୁଖି ନୀତି ସୀମା ଟପିଗଲାଣି। ମେରିରାୟ ନୀତିରେ ବିଦ୍ୟୁତ ଉପଭୋକ୍ତାଙ୍କୁ ସେବା ଯୋଗାଉଥିବା ନେସ୍କୋ କେବଳ ବିଦ୍ୟୁତ ଦେୟ ଆଦାୟରେ ବ୍ୟସ୍ତ ରହୁଥିବାବେଳେ ବିଦ୍ୟୁତ ଉପଭୋକ୍ତାଙ୍କର ସେବା ପାଇଁ ଆଖି ବୁଜି ଦେଇଛି। ପ୍ରବଳ ଗରମ ସହିତ ଅସହ୍ୟ ତାତିରେ ଜନଜୀବନ ଛଟପଟ ହେଉଥିବା ବେଳେ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ ଯୋଗୁ ସାଧାରଣ ଜୀବନ ଦୁର୍ବିଷହ ହୋଇ ପଡୁଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସୁଧୁରୁନାହିଁ ବିଦ୍ୟୁତ ବିଭାଗ।

ସୂଚନା ଯୋଗ୍ୟ ଝୁମ୍ପୁରାସ୍ଥିତ ନେସ୍କୋର ବିଦ୍ୟୁତ୍‌ ଷ୍ଟ୍ରକଚର୍‌ରେ ୩ଟି ଫିଡର ରହିଛି। ନିୟମ ଅନୁଯାୟୀ ୩ଟି ଫିଡରରେ ୩ଟି ପାୱାର ଟ୍ରାନ୍ସଫର୍ମରରେ କାମ ଚଳାଇ ନିଆ ଯାଉଥିଲା। ୨ମାସ ହେଲା ସେହି ପାୱାର ଟ୍ରାନ୍ସଫର୍ମର ମଧ୍ୟରୁ ଗୋଟିଏ ୩.୧୫ ଏମଭିଏ ପାୱାର ଟ୍ରାନ୍ସଫର୍ମର ପୋଡି ଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୋଡିଯାଇଥିବା ପାୱାର ଟ୍ରନ୍ସଫର୍ମରକୁ ଷ୍ଟ୍ରକଚର୍‌ରୁ ହଟାଯାଉନାହିଁ କିମ୍ବା ସଜଡା ଯାଉନାହିଁ। ଏବେ ଗୋଟିଏ ପାୱାର ଟ୍ରାନ୍ସଫର୍ମର ଉପରେ ସମୁଦାୟ ୩ଟି ଫିଡରର ଲୋଡ ଦିଆଯାଇ ବିଦ୍ୟୁତ୍‌ ଯୋଗାଣ ଚାଲିଛି। ଓଭରଲୋଡ ରହୁଥିବାରୁ ବାରମ୍ବାର ବିଦ୍ୟୁତ ସରବରାହ ବନ୍ଦ ହେଉଛି। ଏପରିସ୍ଥଳେ ଯେ କୌଣସି ମୁହୂର୍ତ୍ତରେ ବିଦ୍ୟୁତ ଯୋଗାଣ ଚାଲିଥିବା ପାୱାର ଟ୍ରାନ୍ସଫର୍ମର ପୋଡି ଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରି ହେଲେ ଝୁମ୍ପୁରା ଷ୍ଟ୍ରକଚର ଉପରେ ନିର୍ଭରଶୀଳ ଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ବିଦ୍ୟୁତ ଉପଭୋକ୍ତା ଅନ୍ଧାରକୁ ଚାଲିଯିବେ। ଏ ନେଇ ପଞ୍ଚାୟତ ପ୍ରତିନିଧିଙ୍କ ସହିତ ବିଦ୍ୟୁତ ଉପଭୋକ୍ତା ବାରମ୍ବାର ନେସ୍କା କର୍ତ୍ତୃପକ୍ଷଙ୍କୁ ଭେଟିଛନ୍ତି ହେଲେ ା କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତିରେ କାମ ଚଳାଇ ନେଉଛନ୍ତି।

ଏ ସମ୍ପର୍କରେ କେନ୍ଦୁଝରସ୍ଥିତ ନେସ୍କା ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ  ଦାସ ଏବଂ ଯୋଡାସ୍ଥିତ ନେସ୍କୋ ନିର୍ବାହୀ ଯନ୍ତ୍ରୀ ଏ.କେ. ମହାନ୍ତଙ୍କୁ ପଚାରିବାରୁ ସେହି ପୁରୁଣା ପ୍ରତିଶ୍ରୁତି ଦୋହରାଇ କହିଛନ୍ତି ଯେ, ପ୍ରୟାସ ଜାରି ରହିଛି। ଆଉ ଗୋଟିଏ ପାୱାର ଟ୍ରାନ୍ସଫର୍ମର ଲଗାଯିବ। ଅସନ୍ତୁଷ୍ଟ ବିଦ୍ୟୁତ ଉପଭୋକ୍ତା ଜାତୀୟ ରାଜପଥ ଅବରୋଧ କରିବା ପାଇଁ ଜିଲା ପ୍ରଶାସନ ଏବଂ ନେସ୍କୋ କର୍ତ୍ତୃପକ୍ଷଙ୍କୁ ଚେତାଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ଅଭିଯୋଗ: ମାଟିତଳୁ ଖୋଳାହେଲା ମହିଳାଙ୍କ ମୃତଦେହ

ବାଲେଶ୍ୱର ଅଫିସ,୧୦ା୮: ବାଲେଶ୍ୱର ଜିଲା ସୋର ଥାନା ଗୋପୀନାଥପୁର ପଞ୍ଚାୟତ ବାଘ ଆମ୍ପୁଡ଼ା ଗାଁରେ ୩ ଦିନ ପରେ ମାଟିତଳୁ ବୁଧବାର ଖୋଳା ହୋଇଛି ମହିଳାଙ୍କ...

ବିଦ୍ୟାଳୟ ସମ୍ମୁଖରୁ ଛାତ୍ର ଅପହରଣ ଘଟଣା: ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବାହାନଗା, ୨୩।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଶଙ୍କରପଦା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ଗତ ସୋମବାର ଅପରାହ୍ନ ୪ଟାରେ ସ୍କୁଲ ଛୁଟି ହେବାପରେ ଜଣେ...

ବିଭିନ୍ନ ସଙ୍ଗଠନ ପକ୍ଷରୁ ରିଲିଫ ପାଣ୍ଠିକୁ ସହାୟତା

ଖଇରା, ୨୨।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଖଇରା ବିଡିଓ ଦେବେନ୍ଦ୍ର ପ୍ରସାଦ ବଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଅର୍ଥଦାନ...

କଟକଣା ନାହିଁ: ବାହାର ରାଜ୍ୟକୁ ଚାଲାଣ ହେଉଛି ଧାନ

ବାଲିଆପାଳ, ୧୮ା୫(ଡି.ଏନ.ଏ.)-ଚଳିତ ରବିଋତୁରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ୭ହଜାର ୫ଶହ ହେକ୍ଟର ଜମିରେ ଅଧିକ ଅମଳକ୍ଷମ ଧାନ ଚାଷ ହୋଇଛି। ଏଥିରୁ ୨ଲକ୍ଷ ୫ହଜାର...

ଅର୍ଦ୍ଧନିର୍ମିତ କଲଭର୍ଟ ମରଣଯନ୍ତା

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅନ୍ତର୍ଗତ ସୁନହଟ ଲାଲମହନ ଛକ ଓ କନକଦୁର୍ଗା ଛକ ସଂଲଗ୍ନ ରାସ୍ତାର କନକଦୁର୍ଗା ମନ୍ଦିର ନିକଟରେ ନିର୍ମାଣାଧୀନ ଥିବା କଲର୍ଭଟକୁ...

ମରୁଡ଼ି ବେଳେ ଉଠାସେଚ ପଏଣ୍ଟ ଅଚଳ

ଖଇରା,୨୫।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଡୁଙ୍ଗୁରା ପଞ୍ଚାୟତ ଅଧୀନ ବାରଭାଗିଆ ଗ୍ରାମରେ ଥିବା ୨ଟି ଉଠା ସେଚପଏଣ୍ଟ ଅକାମୀ ହୋଇ ପଡିଛି। ଅନାବୃଷ୍ଟି ସମୟରେ ସେଚ...

ନନ୍ଦୁର ପଞ୍ଚାୟତରେ ମାସ୍କ ବଣ୍ଟନ

ଖଇରା,୬।୫(ଡି.ଏନ.ଏ)-ବିଜେଡି ଜିଲା ମହିଳା ମୋର୍ଚ୍ଚା ସଦସ୍ୟା ତଥା ନନ୍ଦୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟନ୍ତୀ ପତି ଓ ବିଜେଡି ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ପତିଙ୍କ ପ୍ରତ୍ୟକ୍ଷ...

ଭୁବନେଶ୍ୱର ଫେରନ୍ତା ଭଡାଟିଆଙ୍କୁ ଘରେ ପୂରାଇଲେନି ମାଲିକ

ବାଲେଶ୍ୱର ଅଫିସ,୧୭।୪-ଭୁବନେଶ୍ୱରରୁ ଫେରିଥିବାରୁ ଜଣେ ଭଡାଟିଆଙ୍କୁ ତାଙ୍କ ଘର ମାଲିକ ଘରେ ନ ପୂରାଇବା ଘଟଣା ବାଲେଶ୍ୱର ଅଡ଼ରବଜାର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶେଷରେ...

Advertisement
Archives

Model This Week