ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ବ୍ରହ୍ମାନନ୍ଦ

ପୁରୀ ଅଫିସ, ୧୧ା୭: ଘୋଷଯାତ୍ରା ଏବଂ ବାହୁଡ଼ାଯାତ୍ରା ସମୟରେ ଅନେକ ସାମାଜିକ ଅନୁଷ୍ଠାନ ସଚେତନତା ବାର୍ତ୍ତ ପ୍ରଦାନ କରିଥାନ୍ତି। ଶରଧାବାଲିରେ ଗୁରୁବାର ପରିବେଶ ଓ ଘରଚଟିଆର ସୁରକ୍ଷା ବାର୍ତ୍ତା ଦେଇଥିଲେ ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରୁ ଆସିଥିବା ଏ. ବ୍ରହ୍ମାନନ୍ଦ ଆଚାରୀ। ବାତ୍ୟା ଫନୀରେ ପୁରୀ ସହର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି। ଜିଲାରେ ବହୁ ଗଛ ଭାଙ୍ଗିପଡ଼ିଛି। ଜୀବଜଗତ ସନ୍ତୁଳନ ଲାଗି ପ୍ରତ୍ୟେକ ବ୍ୟକ୍ତି ଚାରାଟିଏ ରୋପଣ ଲାଗି ସେ ସଚେତନତା ସୃଷ୍ଟି କରିଛନ୍ତି। ଏଥିସହିତ ଘର ଚଟିଆର ସୁରକ୍ଷା ଲାଗି ଆହ୍ବାନ ଦେଇଛନ୍ତି। ବ୍ରହ୍ମାନନ୍ଦ କହିଛନ୍ତି, ଘରଚଟିଆ ହେଉଛି ପ୍ରକୃତିର ବନ୍ଧୁ। ଏଗୁଡ଼ିକ ଦିନକୁ ଦିନ ଲୋପ ପାଇଯିବାକୁ ବସିଲେଣି। ଏହାର ସୁରକ୍ଷା ପ୍ରତ୍ୟେକ ବ୍ୟକ୍ତିଙ୍କ ଦାୟିତ୍ୱ। ସେହିପରି ସେ ବାଲିକା ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେମାନଙ୍କ ଉପରେ ବଢି ଚାଲିଥିବା ନିର୍ଯାତନାକୁ ରୋକିବା ଲାଗି ସମସ୍ତଙ୍କ ଉତ୍ତର ଦାୟିତ୍ୱ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ବାଳିକାମାନଙ୍କୁ ନିର୍ଯାତନା ନୁହଁ ବରଂ ସେମାନଙ୍କୁ ଫୁଲ ପରି ଫୁଟିବାକୁ ଦିଆଯିବା ଉଚିତ ବୋଲି ସେ କହିଛନ୍ତି। ବ୍ରହ୍ମାନନ୍ଦ ପୁରୀରେ ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରି ଆସୁଛନ୍ତି। ଗତ ୫ବର୍ଷ ଧରି ସେ ପରିବେଶ ସୁରକ୍ଷା ଓ ପଲିଥିନମୁକ୍ତ ଭାରତ ଲାଗି ଭକ୍ତଙ୍କୁ ସଚେତନ କରୁଛନ୍ତି। ପଲ୍ଳିଶ୍ରୀ ମେଳାରେ ଚାରାଟିଏ ରୋପଣ କରିବାକୁ ନିଜକୁ ଗଛବେଶରେ ସଜାଇ ଶ୍ରୀକ୍ଷେତ୍ରରେ ବୁଲୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାଚନ ଲାଗି ଆଜି ପ୍ରକାଶ ପାଇବ ଚୂଡାନ୍ତ ତାଲିକା

ଭୁବନେଶ୍ବର,୨୬।୧୦(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ନେଇ ମଙ୍ଗଳବାର ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ ଆସନ ପାଇଁ...

ଦେଶୀ ଆମ୍ବର ମିଳୁନି ଉଚିତ୍‌ ମୂଲ୍ୟ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ଆଦିବାସୀମାନେ ଜଙ୍ଗଲରୁ ବିଭିନ୍ନ ଫଳ ସଂଗ୍ରହ କରି ଖାଇବା ସହ ବଳକା ହାଟବଜାରରେ ବିକି...

ମା’ଙ୍କୁ ମାରି ଜାଳି ଦେଲେ ପୁଅ

ଭୁବନେଶ୍ୱର,୧୯।୧(ବ୍ୟୁରୋ):  ରାଜଧାନୀରେ ଘଟିଛି ଆଉ ଏକ ହତ୍ୟାକାଣ୍ଡ। ଏଠି ଅପରାଧୀ କୌଣସି ବାହାର ଶତ୍ରୁ ନୁହେଁ, ବରଂ ନିଜ ପୁଅ। ସାମାନ୍ୟ କିଛି ଟଙ୍କା ନ...

ପୁରୀରୁ ନକଲି ମାଟ୍ରିକ୍‌ ପରୀକ୍ଷାର୍ଥୀ ଗିରଫ

ପୁରୀ ଅଫିସ,୨୨।୨: ପୁରୀ ଜିଲା ସଦର ଥାନା ବାସୁଦେବପୁରର କନକ ଦୁର୍ଗା ହାଇସ୍କୁଲରେ ମାଟ୍ରିକ୍‌ ପରୀକ୍ଷା ଚାଲିଥିବା ବେଳେ ଜଣେ ନକଲି ପରୀକ୍ଷାର୍ଥୀଙ୍କୁ ଶନିବାର ସଦର...

ବମିଖାଲ ଅଞ୍ଚଳର ବୋଲି ଫେରାଇଦେଲା ହସ୍ପିଟାଲ, ଚାଲିଗଲା ଜୀବନ

ଭୁବନେଶ୍ୱର,୩।୫(ବ୍ୟୁରୋ): ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବେ ମଧ୍ୟ ଲୋକେ ଏହି ଅଞ୍ଚଳ ନଁା ଶୁଣିଲେ ଭୟ କରୁଛନ୍ତି। ଏପରିକି...

ଜନ୍ମାଷ୍ଟମୀ ଲାଗି ଜଲେଶପଟାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ ଅଫିସ/ଚକାପାଦ/ତୁମୁଡିବନ୍ଧ,୨୯ା୮: କନ୍ଧମାଳ ଜିଲା ଚକାପାଦ ଏବଂ ତୁମୁଡିବନ୍ଧସ୍ଥିତ ଜଲେଶପଟା ଆଶ୍ରମରେ ସୋମବାର ଜନ୍ମାଷ୍ଟମୀ ଓ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୩ତମ ଶ୍ରାଦ୍ଧଦିବସ ପାଳନ କରାଯିବ।...

୨୦୨୨ ସୁଦ୍ଧା ବାଘ ସଂଖ୍ୟା ଦୁଇଗୁଣା ଯୋଜନା

ଭଞ୍ଜନଗର,୩୦।୭(ଡି.ଏନ.ଏ.)-ସୋମବାର ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ସ୍ଥାନୀୟ ଲାଲସିଂ ନର୍ସରୀ ପରିସରରେ ୫ମ ଆର୍ନ୍ତଜାତିକ ବାଘ ଦିବସ ପାଳିତ ହୋଇଯାଇଛି। ପୃଥିବୀର ୧୩ ଦେଶରେ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ଜେଲ

ବ୍ରହ୍ମପୁର ଅଫିସ,୬ା୧୨- ବ୍ରହ୍ମପୁର ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ପୋକ୍‌ସୋ କୋର୍ଟ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ୧୦ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ...

Advertisement
Archives

Model This Week