ସଙ୍ଗରୋଧ କେନ୍ଦ୍ର ନେବାକୁ ପୋଲିସ ନାକେଦମ୍‌: କରୋନା ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିଲେ

ବୁଗୁଡ଼ା,୧୪ା୬(ଡି.ଏନ.ଏ.)- ନିକଟସ୍ଥ ବେତାରସିଂ ଗ୍ରାମର ଜଣେ ସୁରଟ ଫେରନ୍ତା ପଜିଟିଭ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିଲା। ତାଙ୍କ ସଂସ୍ପର୍ଶରେ ବୁଗୁଡ଼ା ଷ୍ଟେଟବ୍ୟାଙ୍କ ଛକର ଜନୈକ ଗାଡ଼ି ମାଲିକ ଆସିଥିବା ଜଣାପଡିବାରୁ ତାଙ୍କ ପରିବାରକୁ ସଙ୍ଗରୋଧରେ ନେବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ସଙ୍ଗରୋଧ କେନ୍ଦ୍ର ଯିବାକୁ ସେମାନେ ରାଜି ହୋଇ ନ ଥିଲେ। ଫଳରେ ପୋଲିସ ଓ ପ୍ରଶାସନକୁ ଦୀର୍ଘ ୪ ଘଣ୍ଟା ନାକେଦମ୍‌ ହେବାକୁ ପଡିଥିଲା। ଶେଷରେ ଉକ୍ତ ପରିବାରର ୫ ମହିଳାଙ୍କ ସମେତ ୮ ଜଣଙ୍କୁ ରବିବାର ସନ୍ଧ୍ୟା ସାଢ଼େ ୭ଟାରେ ଗୋଲିଆର ୨ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ସମ୍ପୃକ୍ତ ଗାଡ଼ି ଚାଳକ ଓ ବେତାରସିଂରୁ ବୁଗୁଡ଼ାର ବିଭିନ୍ନ ସ୍ଥାନକୁ ଆଣିଥିବା ଜଣେ ଅଟୋ ଚାଳକ ସମେତ ଅନ୍ୟ ୪ ଜଣଙ୍କୁ ମଧ୍ୟ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି। ଏଥିସହ ସେ ଚିକିତ୍ସା ହୋଇଥିବା ନମିତା ପାଥୋଲୋଜିକୁ ଶନିବାର ରାତିରେ ସିଲ୍‌ କରିବା ସହ ମାଲିକଙ୍କ ପରିବାର ହୋମ୍‌ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ପଞ୍ଜୀକରଣ ହେଉନି: ଶ୍ରମ କାର୍ଯ୍ୟାଳୟ ଆଗରେ ଧାରଣା

ଛତ୍ରପୁର,୬ା୨(ଡି.ଏନ.ଏ)-ଓଡିଶା ନିର୍ମାଣ ଶ୍ରମିକ ୟୁନିୟନ ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଛତ୍ରପୁରସ୍ଥିତ ଜିଲା ଶ୍ରମ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ପରେ ଜିଲା...

ଏନ୍‌ଏସି କର୍ମଚାରୀଙ୍କୁ ଗାଳିଗୁଲଜ ଅଭିଯୋଗ

ଗୋପାଳପୁର,୩୧ା୮-ଗୋପାଳପୁର ଏନ୍‌ଏସି କାର୍ଯ୍ୟାଳୟର ସିଇଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଧମକ ଓ ଗାଳିଗୁଲଜ କରିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି। ଗୋପାଳପୁର ଏନ୍‌ଏସି ଅଞ୍ଚଳର...

କନ୍ତପଡା ୪୮ ଘଣ୍ଟା ଶଟ୍‌ଡାଉନ

ବଇଣ୍ଡା, ୧୧ା୫(ଡି.ଏନ.ଏ.)- ଅନୁଗୋଳରେ ୧୫ କରୋନା ରୋଗୀ ଚିହ୍ନଟ ହେବା ପରେ ସଂକ୍ରମଣ ରୋକିବାକୁ ଆଠମଲ୍ଲିକ ବ୍ଲକ କନ୍ତପଡା ସରପଞ୍ଚ ସୁଜ୍ଞାନୀ ପ୍ରଧାନ ଜିଲାପାଳଙ୍କ କ୍ଷମତା...

ସହରତଳି ଗାଁରେ ବିକାଶ ନାହିଁ

ଭଦ୍ରକ ଅଫିସ,୬।୩: ଭଦ୍ରକ ଜିଲା ଧାମନଗର ଏନ୍‌ଏସି ଅଧୀନ ଚିଲପଦୀ ରାଉତସାହି ଗାଁକୁ ବିକାଶ ଅପହଞ୍ଚ। ଏନ୍‌ଏସି କାର୍ଯ୍ୟାଳୟଠାରୁ ମାତ୍ର ୧ କି.ମି. ଦୂରରେ ଥିବା ଏହି...

ନିୟମ ଉଲ୍ଲଂଘନ କରୁଛନ୍ତି ବାଲି ବ୍ୟବସାୟୀ

ବାରିପଦା ଅଫିସ, ୧୮ା୨- ଜିଲାର ବିଭିନ୍ନ ସ୍ଥାନରେ ନିଲାମ ନେଇଥିବା ବାଲିଘାଟ ବ୍ୟବସାୟୀମାନେ ସରକାରୀ ନିୟମକୁ ଉଂଲଘନ କରୁଛନ୍ତି। ବାଲି ଖୋଳିବା ପାଇଁ ସରକାରଙ୍କଠାରୁ ପାଇଥିବା...

ଏଟିଏମ୍‌ ଲୁଟ ମାମଲା : ଅଭିଯୁକ୍ତଙ୍କୁ ୩ ବର୍ଷ କାରାଦଣ୍ଡାଦେଶ

ରୂପସା,୨୭।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ କାଣ୍ଡଗଁାଠାରେ ଥିବା ଏକ ଏଟିଏମ୍‌ ଲୁଟ୍‌ ମାମଲାର ବିଚାର କରି ବସ୍ତା ଜେଏମ୍‌ଏଫସିର ବିଚାରପତି ସୁଶ୍ରୀ ଗାୟତ୍ରୀ...

ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ବିନାୟକଙ୍କ କାଳଜୟୀ ସୃଷ୍ଟି ଓଡ଼ିଆ ସାହିତ୍ୟର ଅମୂଲ୍ୟ ରତ୍ନ

ନୟାଗଡ଼ ଅଫିସ,୩ା୯- ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ତଥାସ୍ତୁର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ବତ ସାଧକ ପଣ୍ଡିତ ବିନାୟକ ମିଶ୍ରଙ୍କ ଜୟନ୍ତୀ ସୋମବାର ନୟାଗଡ଼ ବ୍ଲକ...

ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ବଲାଙ୍ଗୀର ବିଜୟୀ

କୋମନା,୧।୧୦(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଉଦ୍ୟାନବନ୍ଧ ଖେଳ ପଡିଆରେ ଜୟ ମା’ ବସ୍ତ୍ରାଣୀ ଫୁଟବଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ଜିଲା ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ...

Advertisement
Archives

Model This Week