ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ଆକ୍ରମଣ ଘଟଣା,୪ ଜଣଙ୍କ ନାମରେ ମାମଲା

ଖଇରା,୨୫।୫(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡ଼ା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ରବିବାର ମରଣାନ୍ତକ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ସିମୁଳିଆ ଥାନା ପୋଲିସ ସୋମବାର ୪ ଜଣ ଗଗନଧୂଳି ଗ୍ରାମର ଦୀପକ ମାଝି, ନାରାୟଣ ମାଝି, ବିକାଶ ମାଝି ଓ ବସନ୍ତ ଦାସଙ୍କ ନାମରେ ଏକ ମାମଲା(୧୧୭/୨୦) ରୁଜୁ କରିଛି। ତେବେ ଘଟଣାକୁ ୨୪ଘଣ୍ଟା ବିତିଯାଇଥିଲେ ହେଁ ପୋଲିସ କାହାକୁ ଗିରଫ କରି ନାହିଁ। ଅନ୍ୟପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରା ନ ଗଲେ ସମସ୍ତ ଶିକ୍ଷକ କୋଭିଡ-୧୯ ମୁକାବିଲା କାର୍ଯ୍ୟକୁ ବର୍ଜନ କରିବାକୁ ଖଇରା ଶିକ୍ଷକ ସମନ୍ବୟ ସମିତିର ସଭାପତି ରାଧାକାନ୍ତ ପଣ୍ଡା ଓ ସମ୍ପାଦକ ବିଜୟ ଦ୍ବିବେଦୀ ବାଲେଶ୍ବର ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
ପ୍ରକାଶ ଯେ, ଗଗନଧୂଳୀ ଗ୍ରାମର ରମାକାନ୍ତ ମାଝି ଓ ଗୋଲକ ମାଝି ବମ୍ବେରୁ ଆସି ତୋଟାପଡ଼ା କେନ୍ଦ୍ରରେ ସଙ୍ଗରୋଧରେ ରହିଥିଲେ। ସେମାନେ ମାର୍କୋଣାରୁ ତୋଟାପଡ଼ା ଆସିବା ପାଇଁ ବ୍ୟବହାର କରିଥିବା ବାଇକକୁ ସଙ୍ଗରୋଧ କେନ୍ଦ୍ରରେ ବିଶୋଧନ ପାଇଁ ରଖାଯାଇଥିଲା। ତେବେ ବିଶୋଧନ ପରେ ବାଇକକୁ ଘରକୁ ନେବାକୁ ରମାକାନ୍ତ ଓ ଗୋଲକଙ୍କ ପୁତ୍ର ଲକ୍ଷ୍ମୀଧରଙ୍କୁ କହିଥିଲେ। ମାତ୍ର ଲଷ୍ମୀଧର ଏଥିରେ ରାଜି ନ ହେବାରୁ ସେମାନେ ମାଡ଼ ମାରିଥିଲେ। ଲକ୍ଷ୍ମୀଧର ଆହତ ହୋଇ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସିମୁଳିଆ ଥାନା ଆଇଆଇସି ପର୍ଶୁରାମ ସାହୁଙ୍କୁ ଗିରଫ ସମ୍ପର୍କରେ ପଚାରିବାରୁ ସେମାନେ ଫେରାର ଥିବାରୁ ଗିରଫ କରାଯାଇପାରୁ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ୫ ଦଫା ଦାବିପତ୍ର ପ୍ରଦାନକଲା ଆଶାସାଥୀ ସଂଘ

ରାୟଗଡ଼ା ଅଫିସ,୧୦।୨: ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ରାଜ୍ୟ ଆଶାସାଥୀ ସଂଘର ନିର୍ଦ୍ଦେଶକ୍ରମେ  ୫ ଦଫା ଦାବି ନେଇ ଜିଲା ଆଶାସାଥୀ ସଂଘ ମୁଖ୍ୟମନ୍ତ୍ରୀଙ୍କୁ...

ମାଟି ଦୀପ ବେପାର ମାନ୍ଦା

ବାରିପଦା ଅଫିସ,୨୬ ।୨ କୌଳିକ ବୃତ୍ତିିକୁ ଆପଣାଇ ପରିବାର ଭରଣ ପୋଷଣ କରୁଥିବା କୁମ୍ଭକାର ପରିବାର ଏବେ ଚିନ୍ତାରେ। ଏହି କାରିଗରଙ୍କ ପ୍ରତି ସରକାରୀ ଅଧିକାରୀମାନେ...

ସାତକୋଶିଆରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ

ଅନୁଗୋଳ ଅଫିସ,  ୧।୭  ସାତକୋଶିଆ ଅଭୟାରଣ୍ୟରେ ଥମୁନି ହାତୀ ମଡ଼କ। ଗତ ୧୫ ଦିନ ମଧ୍ୟରେ ଅଭୟାରଣ୍ୟର ବିଭିନ୍ନ ରେଞ୍ଜ ଅଞ୍ଚଳରେ ୩ଟି ଅସୁସ୍ଥ ହାତୀର...

ବିପର୍ଯ୍ୟସ୍ତ ଅବସ୍ଥାରେ ବାତ୍ୟା ଆଶ୍ରୟସ୍ଥଳୀ

ନାଉଗାଁ,୧ା୫(ସ୍ବ.ପ୍ର.): ଉପକୂଳବର୍ତୀ ଜିଲାଗୁଡିକରେ ଆଜି ମଧ୍ୟ ଲୋକେ ବାତ୍ୟା ନାଁ ଶୁଣିଲେ ଭୟଭୀତ ହୋଇପଡ଼ନ୍ତି। ୧୯୯୯ ମହାବାତ୍ୟା ପରେ ଅନ୍ୟ କୌଣସି ବାତ୍ୟାରେ ଯଦିଓ ସେଭଳି...

ସତ୍ୟ ଖବରକୁ ମିଥ୍ୟା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଲା ଜିଲା ପ୍ରଶାସନ: ଗ୍ରାମବାସୀ କହିଲେ ତଦନ୍ତ ପାଇଁ ଆମ ଗ୍ରାମକୁ କେହି ଆସିନାହାନ୍ତି

ଚିତ୍ରକୋଣ୍ଡା/ମାଲକାନଗିରି,୬ା୯ (ଡି.ଏନ୍‌.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ଥାଟମାନଗୁଡା ପ୍ରାଥମିକ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗଛମୂଳେ ପଢୁଛନ୍ତି ପିଲା। ଏ ଖବର ଧରିତ୍ରୀରେ...

ପ୍ରାର୍ଥନା, ଅନ୍ୟାନ୍ୟ କାର୍ଯ୍ୟକ୍ରମରୁ ବଞ୍ଚିତ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୪।୩(ଡି.ଏନ.ଏ): ଛାତ୍ରୀଛାତ୍ରଙ୍କ ମୂଳମନ୍ତ୍ର ହେଲା ଶିକ୍ଷାନୁଷ୍ଠାନଗୁଡ଼ିକରୁ ବିଦ୍ୟା ପ୍ରାପ୍ତ କରିବା ସହ ଖେଳକୁଦ, ସାମାଜିକ ଜ୍ଞାନ, କବିତା, ଚିତ୍ରାଙ୍କନ, ଦେଶବିଦେଶର ସୂଚନା ସମ୍ପର୍କରେ ଶିକ୍ଷା ଲାଭ...

୧୦୮ ଆମ୍ବୁଲାନ୍ସର ଅପବ୍ୟବହାର କରୁଛନ୍ତି ଲୋକେ

ପଦ୍ମପୁର,୧୩।୬ (ଡି.ଏନ୍‌.ଏ.): ଦୁର୍ଘଟଣା କିମ୍ବା କୌଣସି ରୋଗରେ ଗୁରୁତର ଥିବା ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଡାକ୍ତରଖାନାରେ ପହଞ୍ଚାଇ ଜୀବନ ରକ୍ଷା କରିବା ଉଦ୍ଦେଶ୍ୟରେ ସରକାର ୧୦୮ ଆମ୍ବୁଲାନ୍ସ...

ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା...

Advertisement
Archives

Model This Week