ସଙ୍କୁଚିତ ହେବ ରୟାଲ ପଡିଆ

ସୋନପୁର,୨୫।୧୦(ନି.ପ୍ର.)-ସୁବର୍ଣ୍ଣପୁର ସହରର ବ୍ଲକ ଛକ ସ୍ଥିତ ଆଠ ଏକର ପରିମିତ ଅଞ୍ଚଳରେ ରହିଛି ରୟାଲ ପଡିଆ। ଏହି ସମତଳ ପଡିଆରେ ମୁଖ୍ୟମନ୍ତ୍ରୀଙ୍କ ସଭାଠାରୁ ଆରମ୍ଭ କରି, ବିଭିନ୍ନ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ, ଫୁଟବଲ ଓ କ୍ରିକେଟ୍‌ ଟୁର୍ନାମେଣ୍ଟ ମାନ ବର୍ଷ ସାରା ଆୟୋଜନ ହୋଇଥାଏ । ପ୍ରାତଃ ଓ ସନ୍ଧ୍ୟା ସମୟରେ ସହରବାସୀ ପଡିଆରେ ଭ୍ରମଣ କରନ୍ତି । ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଖେଳପଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାର ଯୋଜନାବଦ୍ଧ ବିକାଶ ହେବା ଆବଶ୍ୟକ । କିନ୍ତୁ ଦୂରଦୃଷ୍ଟି ଅଭାବରୁ ଏହି ପଡିଆକୁ ସଙ୍କୁଚିତ କରିବା ପାଇଁ ଏବେ ଉଦ୍ୟମ ହେଉଛି । ରାସ୍ତା ପ୍ରଶସ୍ତିକରଣ ନାଁରେ ପଡିଆର ସମ୍ମୁଖ ପଟରୁ ୩୦ ଫୁଟ ଓସାରର ପ୍ରାୟ ୨ ଏକର ଜମି ପ୍ରଶାସନ ନିଜ ଅକ୍ତିଆରକୁ ନେଇ ଗଲାଣି। ଏବେ ପଡିଆରେ ବିଦ୍ୟୁତ୍‌ ଖୁଣ୍ଟ ପୋତା ସରି ତାର ଟଣାଯାଉଛି। ପଡିଆ ଭିତରେ ରାସ୍ତା ନିର୍ମାଣ ହେବ। କିଛି ମାସ ପରେ ପଡିଆ ପୁଣି ସଙ୍କୁଚିତ ହେବ। ଦର୍ଶକ ଗ୍ୟାଲେରି କରିବା ପାଇଁ ପୁଣି ପଡିଆର ସମ୍ମୁଖ ପଟୁ ୩୫ ଫୁଟ ଓସାରର ଜମି ଅଧିଗ୍ରହଣ କରାଯିବ। ଫଳରେ ୬୫ ଫୁଟ୍‌ ଓସାର କମିଯିବା ପରେ ଛୋଟ ପଡିଆରେ ଆଉ ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମ କି ଟୁର୍ନାମେଣ୍ଟ ଆୟୋଜନ କରିବା ଅସମ୍ଭବ ହୋଇପଡିବ। ଭବିଷ୍ୟତ ପ୍ରତି ଦୃଷ୍ଟି ନ ଦେଇ ପ୍ରଶାସନର ଏଭଳି ମନୋଭାବକୁ ସାଧାରଣରେ ସମାଲୋଚନା କରାଯାଇଛି।
ପ୍ରକାଶ ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ବ୍ରିଜ୍‌ରୁ କୁଞ୍ଜ ଛକ ପର୍ଯ୍ୟନ୍ତ ୩.୨୬୦କିମି. ଡିଭାଇଡର ଓ ଉଭୟ ପାର୍ଶ୍ୱରେ ଡ୍ରେନ ସହିତ ୪ ଥାକିଆ ରାସ୍ତା ନିର୍ମାଣ ପାଇଁ ୬କୋଟି ୭୯ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି। ୨୦ ମିଟର ଓସାରର ଏହି ରାସ୍ତା ନିର୍ମାଣ ପାଇଁ ୧୧୬୫ଟି ମୂଲ୍ୟବାନ ଗଛ କଟାଯାଇଛି । କୁଞ୍ଜ ଛକ, ପଟାଭାଡି ଛକ, ବ୍ଲକ ଛକ ଓ ବୁଢାରାଜା ଛକରେ ରାସ୍ତା ଅଧିକ ଚଉଡା ହେବ। ତେବେ ପ୍ରଶାସନ ଜବରଦଖଲ ଉଚ୍ଛେଦ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। କେତେକ ମୁଷ୍ଟିମେୟ ଲୋକ ସରକାରୀ ଜମି ଜବରଦଖଲ କରି ବାସଭବନ ଓ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିଛନ୍ତି। ସେମାନଙ୍କୁ ଫାଇଦା ଦେବା ପାଇଁ ରାସ୍ତାକୁ ଆବଶ୍ୟକସ୍ଥଳେ ବଙ୍କା କରିବା ପାଇଁ ଯୋଜନା ହେଉଛି । ପଡିଆରେ ରାସ୍ତା ନିର୍ମାଣ ଓ ନବନିର୍ମିତ ମାର୍କେଟ୍‌ କମ୍ଲେକ୍ସକୁ ଭାଙ୍ଗିବା ପାଇଁ ପ୍ରଶାସନ ଅଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ହେଉଛି । ପଡିଆରେ ଫୁଟବଲ ଖେଳ ପାଇଁ ଉଦ୍ଦିଷ୍ଟ ଦର୍ଶକ ଗ୍ୟାଲେରି ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ବର୍ଷ ପୂର୍ବରୁ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ମ୍ୟୁନିସିପାଲିଟି ୬କୋଟି ୨୮ଲକ୍ଷ ଟଙ୍କାର ବ୍ୟୟ ଅଟକଳ ପ୍ରସ୍ତୁତ କରିଛି। ଏହି ଗ୍ୟାଲେରି ତଳେ ୪୦ରୁ ଊର୍ଦ୍ଧ୍ୱ ଦୋକାନ ଘର ନିର୍ମାଣ କରାଯିବାର ଯୋଜନା ରହିଛି । ସରକାରଙ୍କ ଅନୁଦାନ ମିଳିଲେ ଖୁବ୍‌ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଭଳି ସ୍ଥିତିରେ ଖେଳ ପଡିଆ ନିଜର ଅସ୍ତିତ୍ୱ ହରାଇବ। ଏ ସମ୍ପର୍କରେ ଜିଲା ଓକିଲ ସଂଘ ସଭାପତି ସର୍ବେଶ୍ୱର ପୁରୋହିତ କୁହନ୍ତି, ୪ ଥାକିଆ ରାସ୍ତା ନିର୍ମାଣକୁ ଆମେ ସ୍ବାଗତ କରୁଛୁ । ହେଲେ ପ୍ରଶାସନ କେତେକ ସରକାରୀ ଜମି ଜବରଦଖଲକାରୀଙ୍କ ସ୍ବାର୍ଥ କଥା ଚିନ୍ତା କରି ପଡିଆ ଭିତରେ ରାସ୍ତା ନିର୍ମାଣ କରିବାକୁ ଉଦ୍ୟମ କରିବା ଦୁର୍ଭାଗ୍ୟଜନକ। ରାସ୍ତାର ଦୁଇପାର୍ଶ୍ୱ ଜମିକୁ ସମାନ ଭାବରେ ଅଧିଗ୍ରହଣ ନ କଲେ ଓ ଖେଳ ପଡିଆକୁ ଅନାବଶ୍ୟକ ଭାବେ ସଙ୍କୁଚିତ କରିବାକୁ ଚେଷ୍ଟା କଲେ ବ୍ୟାପକ ଜନଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ତେବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା କହିଛନ୍ତି ପ୍ରଶାସନ କାହାରିକୁ ଅନୁକମ୍ପା ଦେଖାଇବାର ପ୍ରଶ୍ନ ଉଠୁନି । ଜବରଦଖଲ ଉଚ୍ଛେଦ କରାଯାଇ ରାସ୍ତା ନିର୍ମାଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଖଣି ଓ ଇସ୍ପାତ ମନ୍ତ୍ରୀଙ୍କ ଦ୍ୱାରା ଛତ୍ରପୁର ମହୋତ୍ସବ ଉଦଘାଟିତ, ମନ ମୋହିଲା ଅନ୍ତରା-ଅନୁରାଗଙ୍କ ଗୀତ

ଛତ୍ରପୁର,୨ା୬(ଦିଲ୍ଲୀପ ସାମଲ) : ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପାଇଁ ଉଠୁଛି ପଡୁଛି ଛତ୍ରପୁର ସହର । ଜନ ଗହଳି ସାଙ୍ଗକୁ ଆଲୋକ…

ସୌରଚାଳିତ ପ୍ରକଳ୍ପ ଅଚଳ, ଚୁଆପାଣି ଭରସାରେ ଲେଞ୍ଜିଗୁଡ଼ା ଗ୍ରାମବାସୀ

ନନ୍ଦପୁର/ପାଡୁଆ,୨।୬(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ଖରା ଦିନର ଗ୍ରୀଷ୍ମ ପ୍ରକୋପ ଚର୍ଚ୍ଚା ସବୁଆଡେ ଥିବା ବେଳେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ଚାଟୁଆ ପଞ୍ଚାୟତ ଲେଞ୍ଜିଗୁଡ଼ା ଗ୍ରାମରେ…

ପ୍ରଶଂସା ସାଉଁଟିଲେ ସୁଲୋଚନା: ଦୀର୍ଘ ୩୭ ବର୍ଷ ଶିକ୍ଷାଦାନ କରି ଶେଷରେ….

ମହାକାଳପଡ଼ା, ୨ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାୟାବାବା କଲେଜ ଅଧ୍ୟକ୍ଷା ପଦରୁ ମେ ୩୧ରେ ପ୍ରାଧ୍ୟାପିକା ସୁଲୋଚନା ଦାଶ ଅବସରଗ୍ରହଣ କରିଛନ୍ତି। ଏହା ପରେ…

ଭାଲୁଡୁଙ୍ଗୁରୀ ୟୁପି ସ୍କୁଲରୁ ବ୍ୟାପକ ଚୋରି, ରାତି ଅଧରେ କବାଟ ଭାଙ୍ଗି ନେଇଗଲେ…

ଅମରପାଲି,୨।୬(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ବହଳପଦର ପଞ୍ଚାୟତର ଭାଲୁଡ଼ୁଙ୍ଗୁରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସୋମବାର ରାତିରେ ବ୍ୟାପକ ଜିନିଷ ଚୋରି ହୋଇଥିବା ଅଭିଯୋଗ…

ଆନ୍ଦୋଳନ ଚେତାବନୀ ଦେଲେ ଚାଷୀ: ଟୋକନ ସମସ୍ୟାର ସମାଧାନ ନ ହେଲେ…

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ତେବେ ଅନ୍ୟବର୍ଷ ଅପେକ୍ଷା ଏଥର ଧାନବିକ୍ରି ଟୋକନରେ ହୋଇଥିବା ଅନିୟମିତତା ଚାଷୀଙ୍କୁ ଅଡୁଆରେ ପକାଇ ଦେଇଛି। ଅନେକ…

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri