ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୮।୯

ଅନୁଗୋଳ ଜିଲାରେ ଜଳସେଚନର ଅନେକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ଲକ୍ଷ୍ୟ ସ୍ଥିର କରିବା ସହ ସଙ୍କଳ୍ପବଦ୍ଧ ହୋଇ କାମ କରିବାକୁ ରାଜ୍ୟ ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପରାମର୍ଶ ଦେଇଛନ୍ତି। ଜିଲାରେ ଉପଲବ୍ଧ ଥିବା ବ୍ୟବସ୍ଥାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ୫ଟି ଆଧାରରେ ବୈଷୟିକ ଜ୍ଞାନର ଉପଯୋଗ କରି ଜଳସେଚନ ତ୍ୱରାନ୍ବିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଅନୁଗୋଳ ଜିଲାକୁ ଗୁରୁବାରଠାରୁ ୨ ଦିନିଆ ଗସ୍ତରେ ଆସିଥିବା ମନ୍ତ୍ରୀ ଦାସ ଶୁକ୍ରବାର ସକାଳେ ଡେରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପ ବୁଲି ଦେଖିବା ସହ ବନ୍ଧର ଉଚ୍ଚତା ବୃଦ୍ଧି, ସୁରକ୍ଷା, ଜଳଧାରଣର କ୍ଷମତା ଓ ପର୍ଯ୍ୟଟନର ବିକାଶ ଉପରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ପରେ ସର୍କିଟ ହାଉସଠାରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଓଡ଼ିଶା ଗ୍ରାମ୍ୟ ଗୃହ ଓ ଉନ୍ନୟନ ନିଗମର ଅଧ୍ୟକ୍ଷ ମୀନକେତନ ଅମାନ୍ତ, ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଦୁର୍ଗାଚରଣ ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଦିନେଶ ପ୍ରଧାନ ପ୍ରମୁଖ ଯୋଗଦେଇ ନିଜ ନିଜ ଅଞ୍ଚଳରେ ସରକାରଙ୍କ ସର୍ବନିମ୍ନ ୩୫ ପ୍ରତିଶତ ଜଳସେଚନ ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିସହ ଦୀର୍ଘଦିନ ଧରି ଅସମ୍ପୂର୍ଣ୍ଣ ଭାବେ ପଡ଼ି ରହିଥିବା ବିଭିନ୍ନ ଜଳସେଚନ ପ୍ରକଳ୍ପ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିଲେ। ଡେରଜାଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ବଅଁରପାଳ, ଅନୁଗୋଳ ଓ ତାଳଚେର ବ୍ଲକର ୯୯ ପ୍ରତିଶତ ଜମି ଖରିଫ ଋତୁରେ ଓ ରବି ଋତୁରେ ୭୫ ପ୍ରତିଶତ ଜମି ଜଳସେଚନ ହେଉଛି। ଏହି ପ୍ରକଳ୍ପରୁ ଅନୁଗୋଳ ସହରକୁ ପାନୀୟ ଜଳ ଯୋଗାଣ ହେଉଛି। ଆଉଁଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଖରିଫ ଋତୁରେ ୧୭୪୬ ହେକ୍ଟର ଓ ରବି ଋତୁରେ ୮୦୯ ହେକ୍ଟର ଜଳସେଚନ କରାଯାଉଛି। ଏହି ଦୁଇ ପ୍ରକଳ୍ପରେ ୪ଟି ପାଣି ପଞ୍ଚାୟତ କାର୍ଯ୍ୟ କରୁଛି। ମାନଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ ଦ୍ୱାରା ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ଖରିଫ ଓ ରବି ଋତୁରେ ଶତ ପ୍ରତିଶତ ଜମି ଜଳସେଚନ କରାଯାଉଛି। ରେଙ୍ଗାଳି ଜଳସେଚନ ପ୍ରକଳ୍ପର ସମଲ ବ୍ୟାରେଜ ଦକ୍ଷିଣ କେନାଲ ଦ୍ୱାରା ୪୦୬ ହେକ୍ଟର ଓ ବାମ କେନାଲ ଦ୍ୱାରା ଅନୁଗୋଳ ସମେତ ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦୁଝର ଜିଲାର ୧ ଲକ୍ଷ ୧୪ ହଜାର ହେକ୍ଟର ଜମିରେ ଜଳସେଚନ ବ୍ୟବସ୍ଥା କରାଯାଇଛି। ଧଉରାଗୋଠ ଜଳସେଚନ ପ୍ରକଳ୍ପ ଦ୍ୱାରା କିଶୋରନଗର ବ୍ଲକର ୨୨୩୦ ହେକ୍ଟର ଜମି ଜଳସେଚିତ ହେବ। ଏହି ପ୍ରକଳ୍ପ ଦ୍ୱାରା ୧୩୫ ପରିବାର ବିସ୍ଥାପିତ ହେବେ। ଜଙ୍ଗଲ ଜମି ଅନୁମତି ଏ ପର୍ଯ୍ୟନ୍ତ ଆସିନାହିଁ ଓ ୮ଟି ଗଁା ମଧ୍ୟରୁ ୪ଟି ଗଁାରେ ପଲ୍ଲିସଭା ହୋଇଛି ବୋଲି ବୈଠକରେ ଆଲୋଚନା ହୋଇଥିଲା। ଏହାପରେ ମନ୍ତ୍ରୀ ତୁରନ୍ତ ପଲ୍ଲିସଭା କରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପଲ୍ଲିସଭା, ବିସ୍ଥାପିତ କଲୋନୀ ପାଇଁ ଜାଗା ଚିହ୍ନଟ ଓ ସେମାନଙ୍କ ଥଇଥାନ ଉପରେ ମନ୍ତ୍ରୀ ବୈଠକରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ବନ୍ତଳା ଅଞ୍ଚଳରେ ପ୍ରସ୍ତାବିତ ହିଡିସିଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ସମ୍ପର୍କରେ ସ୍ଥାନୀୟ ଲୋକପ୍ରତିନିଧି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ପ୍ରକଳ୍ପ ପାଇଁ ପଲ୍ଲିସଭା ହୋଇସାରିଛି ବୋଲି ମନ୍ତ୍ରୀ କହିଥିଲେ। ବୈଠରେ ନୂଆଖେତାର କାଣିଘାଇ ଓ ରୁକୁଣା ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟକ୍ଷମ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଶିଳ୍ପ ସଂସ୍ଥାଗୁଡ଼ିକ ସେମାନଙ୍କ କାରଖାନା ପାଇଁ ବ୍ୟବହାର କରୁଥିବା ପାଣି ନିମନ୍ତେ ଷ୍ଟୋରେଜ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ନିଦ୍ଦେର୍ଶ ଦେଇଥିଲେ। ଏଥିସହ ପରଙ୍ଗ ମଧ୍ୟମ ଜଳସେଚନ ପ୍ରକଳ୍ପର କାର୍ଯ୍ୟକାରିତା ଓ ଶିଳ୍ପ ସଂସ୍ଥା ଠାରୁ ସଂଗ୍ରହ ହେଉଥିବା ରାଜସ୍ବ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ପ୍ରାରମ୍ଭରେ ଜିଲାପାଳ ମନୋଜ କୁମାର ମହାନ୍ତି ବିଭିନ୍ନ ଜଳସେଚନ ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଅନୁଗୋଳ ବ୍ଲକ ଉପାଧ୍ୟକ୍ଷା ମମତା ପ୍ରଧାନ, ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସୁକାନ୍ତ କୁମାର ପ୍ରଧାନ, ବ୍ରାହ୍ମଣୀ ଅବବାହିକା ସମଲ ମୁଖ୍ୟଯନ୍ତ୍ରୀ ସୁଶାନ୍ତ କୁମାର ରଥ, ଅନୁଗୋଳ ଜଳସେଚନ ସର୍କଲର ଅଧୀକ୍ଷଣ ଯନ୍ତ୍ରୀ ଦୀପ୍ତି ରଞ୍ଜନ ପଣ୍ଡା, ରେଙ୍ଗାଳି ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନା, ସମଲ (ହେଡ ଅଫ୍‌ ୱାର୍କସ୍‌) ବିଶ୍ୱମୋହନ ବରାଳ, ଡେରଜାଙ୍ଗ ଜଳସେଚନ ପ୍ରକଳ୍ପର ଉପନିର୍ବାହୀ ଯନ୍ତ୍ରୀ ସୁବ୍ରତ କୁମାର ନାୟକଙ୍କ ସମେତ ବିଭିନ୍ନ ଜଳସେଚନ ପ୍ରକଳ୍ପର କର୍ମକର୍ତ୍ତା ଓ ଜିଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଦିଆଯିବ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଆସନ୍ତା ଜୁନ୍‌ରୁ ଓଡ଼ିଶାର ସମସ୍ତ ପଲିଟେକ୍‌ନିକ ଶିକ୍ଷାନୁଷ୍ଠାନରେ ଷ୍ଟେନଲେସ୍‌ ଷ୍ଟିଲ୍‌ ପାଠ୍ୟକ୍ରମ ତାଲିମ ପ୍ରଦାନ କରାଯିବ। ଏନେଇ ସୋମବାର ରାଜ୍ୟ ବୈଷୟିକ ଶିକ୍ଷା ଏବଂ...

ରାଜ୍ୟରୁ ପୁଣି ୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୩୮୩କୁ ବୃଦ୍ଧି ପାଇଛି। ୨ ମୃତକଙ୍କ ମଧ୍ୟରେ...

ରବିବାର ଓଡ଼ିଶା ଆସିବେ ଅମିତ ଶାହା

ଭୁବନେଶ୍ୱର,୬।୮(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଶନିବାର...

ଧିମଉଛି ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ

ପୁରୁଣା ଭୁବନେଶ୍ୱର ,୨୧ା୧୨(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ପ୍ରକ୍ରିୟା ଧିମୋଉଛି। ଶୁକ୍ରବାର ଲିଙ୍ଗରାଜ ଥାନା ଭାଙ୍ଗିବାର ଥିଲା। ମାତ୍ର ମାଲଖାନାରେ ଥିବା ଆସବାବପତ୍ର ଓ...

ଜାରିହେଲା ନିର୍ଦ୍ଦେଶନାମା, ଏଣିକି ଜରିମାନା

ଭୁବନେଶ୍ୱର, ୧୧।୧୦ (ବ୍ୟୁରୋ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଅଧିକ ପରିଷ୍କାର ରଖିବା ପାଇଁ ବିଏମ୍‌ସି ପକ୍ଷରୁ ବିଭିନ୍ନ ଯୋଜନା ହାତକୁ ନିଆଯାଉଛି। ଏହାକୁ ସଫଳ କରିବା ପାଇଁ...

ବିକଶିତ ହେବ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ଭିତ୍ତିଭୂମି

ଭୁବନେଶ୍ୱର, ୪।୧(ବ୍ୟୁରୋ): ସହରାଞ୍ଚଳ ବସ୍ତିବାସିନ୍ଦାଙ୍କ ପାଇଁ ନିର୍ଭରଶୀଳ ଓ ବାସଯୋଗ୍ୟ ବସତି ବିକାଶ ଉପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗୁରୁତ୍ୱ ପ୍ରଦାନ...

ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ଉନ୍ମୋଚିତ

ଭୁବନେଶ୍ୱର, ୩୦।୯: ଫୁଲ-ଭଗବାନ ଫାଉଣ୍ଡେଶନ ଆନୁକୂଲ୍ୟରେ ବିଶିଷ୍ଟ ସାହିତି୍ୟକ ବିଭୂତି ପଟ୍ଟନାୟକଙ୍କ ‘ଶ୍ରେଷ୍ଠ କଥା ଦଶକ’ ସ୍ଥାନୀୟ ଏକ ହୋଟେଲରେ ବୁଧବାର ଉନ୍ମୋଚିତ ହୋଇଯାଇଛି। ଏହି...

ଦିଲ୍ଲୀ, ଲକ୍ଷ୍ନୌରୁ ଆସୁଛି ନକଲି ମେଡିସିନ

କଟକ ଅଫିସ,୧ା୩: ପୁରୀଘାଟ ଥାନା ଅଧୀନ ଟାଉନହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ...

Advertisement
Archives

Model This Week