Posted inଜାତୀୟ

ସଙ୍କଟରେ ଧର୍ମନିରପେକ୍ଷତା, ନାଗରିକତ୍ୱ

ନୂଆଦିଲ୍ଲୀ,୬ା୨(ପି.ଟି.): ଦେଶରେ ଧର୍ମନିରପେକ୍ଷତା ଓ ନାଗରିକତ୍ୱ ଏବେ ସଙ୍କଟରେ ରହିଛି। କେହି ଧର୍ମନିରପେକ୍ଷତା କଥା କହିଲେ, ତାଙ୍କୁ ଦେଶବିରୋଧୀ ଆଖ୍ୟା ଦିଆଯାଉଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ବୁଧବାର ଏଭଳି ଭାଷାରେ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌।
ଫର୍‌ ଏ ନେଶନ୍‌: ପାଥ୍‌ସ ଆଣ୍ଡ ପରସ୍ପେକ୍ଟିଭ୍‌ସ’ ଶୀର୍ଷକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମ୍‌ କହିଛନ୍ତି, ଆଜିକାଲି ଏଭଳି ହୋଇଗଲାଣି ଯେ ଯଦି କେହି ଧର୍ମନିରପେକ୍ଷତା କଥା କହୁଛନ୍ତି, ତାଙ୍କର ଦେଶଭକ୍ତିକୁ ନେଇ ପ୍ରଶ୍ନ ଉଠାଯାଉଛି। ଏପରି କି କେତେଜଣ ଲୋକ ତାଙ୍କର ନାଗରିକତ୍ୱକୁ ନେଇ ମଧ୍ୟ ପ୍ରଶ୍ନ କରୁଛନ୍ତି। ଏହା ବିପଦର ଏକ ବିନ୍ଦୁ। ସେହିପରି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କହିଛନ୍ତି, ଦେଶର ଏକ ସମାନ୍ତରାଳ ନିଦର୍ଶନର ଆବଶ୍ୟକତା ରହିଛି। ଚିନ୍ତାଧାାରାଗୁଡ଼ିକର ପୁନଃ ଉଚ୍ଚାରଣ କରି ଲୋକଙ୍କ ପାଖରେ ପହଞ୍ଚତ୍ବା ଅପରିହାର୍ଯ୍ୟ ହୋଇଗଲାଣି। ସମୃଦ୍ଧ ଭାରତ ଫାଉଣ୍ଡେଶନ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକକୁ ଚିଦାମ୍ବରମ୍‌ଙ୍କ ସହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନ୍‌ସାରୀ ଉନ୍ମୋଚନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗ ଦିବସରେ ନେହେରୁଙ୍କ ଯୋଗାସନ ଫଟୋ ଟ୍ବିଟ୍‌ କଲା କଂଗ୍ରେସ, କହିଲା ଯୋଗକୁ ଲୋକପ୍ରିୟ କରିଥିବାରୁ…

ନୂଆଦିଲ୍ଲୀ,୨୧।୬:ବୁଧବାର ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ତେବେ ଯୋଗ ଦିବସକୁ ନେଇ କଂଗ୍ରେସ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଏକ ଫଟୋ ଟ୍ବିଟରରେ...

ବାଜପେୟୀଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୫।୧୨: ମହାନ ରାଜନେତା ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଶୁକ୍ରବାର ଜନ୍ମବାର୍ଷିକୀ ପାଳନ କରାଯାଉଛି। ୩ ଥର ଦେଶର ପ୍ରଧାନମନ୍ତ୍ରୀ...

ଆସାମ ବନ୍ୟା ବିତ୍ପାତ: ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ…

ଗୁଆହାଟୀ,୨୬।୬ : ଆସାମରେ ବନ୍ୟା ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି। ରାଜ୍ୟର ୨୨ ଟି ଜିଲାରେ ୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।...

ଘରଭଡ଼ା ଦେଇ ନ ପାରିବା ଦଣ୍ଡନୀୟ ଅପରାଧ ନୁହେଁ…

ନୂଆଦିଲ୍ଲୀ, ୧୫।୩ : ଘରଭଡ଼ା ଦେଇ ନପାରିଲେ ଏହାକୁ ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ ନାହିଁ। ଏକ ମାମଲାର ବିଚାର କରି ସୁପ୍ରିମ୍‌ କୋର୍ଟ...

ଦୁବାଇ ଶାସକଙ୍କ ମାଲାୟାଲମ ଟୁଇଟ୍‌ର ଉତ୍ତର ଆରବିକ୍‌ରେ ଦେଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଭାନନ୍ତପୁରମ,୩।୨: ଦୁବାଇର ଶାସକ ତଥା ୟୁଏଇର ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରଶିଦ ଅଲ ମାକତୁମ ଗୁରୁବାର ମାଲାୟାଲମ ଭାଷାରେ ଏକ ଟୁଇଟ୍‌ କରିଥିଲେ। ଏମିରେଟ୍ସରେ...

‘କେଜ୍‌ରିଓ୍ବାଲଙ୍କୁ ଗାଦି ଛାଡିବାକୁ ପଡିବ’

ନୂଆଦିଲ୍ଲୀ,୧୬।୧୦: ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ରବିବାର ଦିଲ୍ଲୀର ରାମଲିଲା ମଇଦାନରୁ ଏମସିଡି ନିର୍ବାଚନ ବିଗୁଲ ବଜାଇଛନ୍ତି। ସେ ‘ପଞ୍ଚ ପରମେଶ୍ୱର...

୫ ବର୍ଷ ପରେ ସରକାରୀ ଚାକିରି ହେବ ସ୍ଥାୟୀ

ଲକ୍ଷ୍ନୌ, ୧୩।୯: ଉତ୍ତରପ୍ରଦେଶରେ ଏଣିକି ସରକାରୀ ଚାକିରି ନିଯୁକ୍ତି ମିଳିବାର ୫ ବର୍ଷ ପରେ ସ୍ଥାୟୀ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଖୁବ୍‌ ଶୀଘ୍ର...

କର୍ନାଟକ ନିର୍ବାଚନ: ଦେବନହଲ୍ଲୀରେ ଆଜି ରୋଡ ଶୋ’ କରିବେ ଶାହା

ବେଙ୍ଗାଲୁରୁ,୨୧।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଅମିତ ଶାହା ଶୁକ୍ରବାର ଦୁଇ ଦିନିଆ କର୍ନାଟକ ଗସ୍ତରେ ଯିବେ।...

Advertisement
Archives

Model This Week