Posted inଖେଳ

ସଙ୍କଟରେ ଟିମ୍‌ ଇଣ୍ଡିଆ: ସ୍ପିନ୍‌ ଖେଳିବାରେ ବିଫଳ

ପୁଣେ, ୨୬।୧୦:କ୍ୱାଲିଟି ସ୍ପିନ୍‌ ବୋଲିଂକୁ ମୁକାବିଲା କରିବାରେ ଭାରତୀୟ ବ୍ୟାଟରଙ୍କ ବିଫଳତା ପଦାରେ ପଡ଼ିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ମାତ୍ର ୧୫୬ ରନରେ ଅଲ୍‌ଆଉଟ ହୋଇଛି ଟିମ୍‌ ଇଣ୍ଡିଆ। ଫଳରେ ଘରୋଇ ମାଟିରେ ନ୍ୟୁଜିଲାଣ୍ଡଠାରୁ ସର୍ବପ୍ରଥମ ଟେଷ୍ଟ ସିରିଜ ପରାଜୟ ଆଶଙ୍କା ବଢ଼ିଛି। ପ୍ରଥମ ଇନିଂସରେ ୨୫୯ ରନ କରିଥିବା ନ୍ୟୁଜିଲାଣ୍ଡ ଶୁକ୍ରବାର ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଦ୍ୱିତୀୟ ଇନିଂସରେ ୫ ଉଇକେଟ ହରାଇ ୧୯୮ ରନ ସଂଗ୍ରହ କରିଛି। ଫଳରେ ୫ ଉଇକେଟ ସୁରକ୍ଷିତ ଥାଇ ଭ୍ରମଣକାରୀ ଦଳ ମୋଟ ୩୦୧ ରନରେ ଅଗ୍ରଣୀଲାଭ କରିଛି। ଖେଳ ଆହୁରି ୩ ଦିନ ବାକିଥିବାରୁ ମ୍ୟାଚରୁ ଫଳାଫଳ ବାହାରିବା ନିଶ୍ଚିତ ହୋଇଛି।
ପ୍ରଥମ ଦିବସର ଅସମାପ୍ତ ସ୍କୋର ୧୬/୧ରୁ ଖେଳ ଆରମ୍ଭ କରିଥିବା ଭାରତ ଦ୍ୱିତୀୟ ଦିବସରେ ଭଲ ଆରମ୍ଭ କରିଥିଲେ ହେଁ ଅସ୍ବାଭାବିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ ମାତ୍ର ୧୫୬ରେ ସୀମିତ ରହି ଯାଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଶୁବମନ ଗିଲ୍‌ ଦ୍ୱିତୀୟ ଉଇକେଟରେ ୪୯ ରନ ଯୋଗ କରିଥିଲେ। ମାତ୍ର ଏହି ଯୋଡ଼ି ଭାଙ୍ଗିବାପରେ ଇନିଂସ ଭୁଶୁଡ଼ି ପଡ଼ିଥିଲା। ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟାଇବାରେ ମୁଖ୍ୟ ଭୂମିକା ନେଇଥିଲେ ନ୍ୟୁଜିଲାଣ୍ଡ ସ୍ପିନର ମିଚେଲ ସାଣ୍ଟନର। ସେ ବିରାଟ କୋହଲି (୧)ଙ୍କ ପ୍ରାଇଜ୍‌ ଉଇକେଟ ସହ ମୋଟ ୭ ବ୍ୟାଟରଙ୍କୁ ଆଉଟ କରିଥିଲେ। ତାଙ୍କ ଶିକାର ହୋଇଥିବା ଅନ୍ୟ ଭାରତୀୟ ବ୍ୟାଟରମାନେ ହେଲେ ଶୁବମନ ଗିଲ୍‌ (୩୦), ସର୍ଫରାଜ ଖାଁ (୧୧), ରବୀନ୍ଦ୍ର ଜାଡେଜା (୩୮), ରବିଚନ୍ଦ୍ରନ ଅଶ୍ୱିନ (୪), ଆକାଶ ଦୀପ (୬) ଓ ଯଶପ୍ରୀତ୍‌ ବୁମ୍‌ରା (୦)। ଟପ୍‌ ଅର୍ଡରରେ ଜୟସ୍ବାଲ ଓ ଗିଲ୍‌ କିଛି ସମୟ ନ୍ୟୁଜିଲାଣ୍ଡ ବୋଲରଙ୍କୁ ମୁକାବିଲା କରିବାରେ ସଫଳ ହୋଇଥିବାବେଳେ ମଧ୍ୟଭାଗରେ ଜାଡେଜା ଏକାକୀ ଲଢ଼ିଥିଲେ। ମାତ୍ର ସାଣ୍ଟନରଙ୍କ ସ୍ପିନ୍‌ ଜାଲରୁ ମୁକୁଳିବାରେ ଭାରତୀୟ ବ୍ୟାଟର ବ୍ୟର୍ଥ ହୋଇଥିଲେ। ପିଚ୍‌ କଣ୍ଡିଶନକୁ ନେଇ ଅନ୍ୟତମ ସ୍ପିନର ଗ୍ଲେନ ଫିଲିପ୍ସଙ୍କୁ ବୋଲିଂରେ ଲଗାଇଥିଲେ ଅଧିନାୟକ ଟମ୍‌ ଲଥାମ। ସେ ନିରାଶ ନ କରି ୨ଟି ଉଇକେଟ ହାସଲ କରିଥିଲେ।
ନ୍ୟୁଜିଲାଣ୍ଡ ଦ୍ୱିତୀୟ ଇନିଂସ ଆରମ୍ଭରୁ ଭାରତ ସ୍ପିନ୍‌ ଆକ୍ରମଣ କରିଥିଲା। ମାତ୍ର ଘରୋଇ ଦଳ ତୁଳନାରେ ନ୍ୟୁଜିଲାଣ୍ଡ ବ୍ୟାଟରମାନେ ଅପେକ୍ଷାକୃତ ଭଲ ଖେଳିଥିଲେ। ଇନ୍‌ଫର୍ମ ଡେଭନ କନ୍‌ଓ୍ବେ ମାତ୍ର ୧୭ ରନରେ ଆଉଟ ହୋଇଥିଲେ ହେଁ ଅଧିନାୟକ ଲଥାମ ୮୬ ରନର ମୂଲ୍ୟବାନ ଇନିଂସ ଖେଳି ଦଳକୁ ବଡ଼ ଅଗ୍ରଣୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ମଧ୍ୟଭାଗରେ ଓ୍ବିଲ ୟଙ୍ଗ ୨୩ ଓ ଡାରିଲ ମିଚେଲ ୧୮ ରନ କରିବାକୁ ସକ୍ଷମ ହୋଇଥିଲେ। ଖେଳ ବନ୍ଦ ରହିବା ବେଳକୁ ଉଇକେଟ କିପର ଟିମ୍‌ ବ୍ଲୁଣ୍ଡେଲ ୩୦ ଓ ଫିଲିପ୍ସ ୯ ରନରେ ଅପରାଜିତ ରହିଥିଲେ। ଭାରତୀୟ ବୋଲରଙ୍କ ମଧ୍ୟରେ ପ୍ରଥମ ଇନିଂସରେ ୭ ଉଇକେଟ ନେଇଥିବା ଓ୍ବାଶିଂଟନ ସୁନ୍ଦର ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବୀ ବୋଲିଂ କରି ୪ଟି ଉଇକେଟ ଅକ୍ତିଆର କରିଛନ୍ତି। ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଅନ୍ୟ ଉଇକେଟଟି ମିଳିଛି।
ଭାରତ-ନ୍ୟୁଜିଲାଣ୍ଡ ସିରିଜ ୧୯୫୫-୫୬ରୁ ଆରମ୍ଭ ହୋଇଥିଲା। ତେବେ ଭାରତ ମାଟିରେ ନ୍ୟୁଜିଲାଣ୍ଡ ପ୍ରଥମଥର ପାଇଁ ଐତିହାସିକ ଟେଷ୍ଟ ସିରିଜ ବିଜୟ ସମ୍ଭାବନା ସୃଷ୍ଟି କରିଛି। ୨୦୧୨-୧୩ ସିଜନରେ ଇଂଲଣ୍ଡଠାରୁ ହାରିବାପରେ ଭାରତ ଆଉ କେବେହେଲେ ଘରୋଇ ପରିବେଶରେ ଟେଷ୍ଟ ସିରିଜ ହାରିନାହିଁ। ସେବେଠାରୁ ଘରୋଇ ମାଟିରେ ୧୮ ସିରିଜ ଜିତିସାରିଛି ଟିମ୍‌ ଇଣ୍ଡିଆ। ମାତ୍ର ଏହି ରେକର୍ଡ ଏବେ ଗୁରୁତର ସଙ୍କଟରେ ପଡ଼ିଛି। ନିଜ ମାଟିରେ ଟେଷ୍ଟ କ୍ରିକେଟରେ ଭାରତର ସଫଳ ରନ ଚେଜ୍‌ ହେଲା ୩୮୭ ରନ। ୨୦୦୮ ଡିସେମ୍ବରରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ଭାରତ ଏହି ରନଚେଜ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri