Posted inଜାତୀୟ

ସଂସ୍କୃତ ସ୍କୁଲରେ ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି ମୁସଲମାନ୍‌ ଛାତ୍ରୀଛାତ୍ର

ଜୟପୁର,୧୫।୭: ଶିକ୍ଷାର କୌଣସି ଧର୍ମ ନାହିଁ। ଏହା ଅଜ୍ଞାନ ରୂପକ ଅନ୍ଧକାର ଦୂର କରି ଜ୍ଞାନର ଜ୍ୟୋତି ଜଳାଇଥାଏ। ଏହାର ଉଦାହରଣ ପାଲଟିଛି ରାଜସ୍ଥାନ ଜୟପୁରରେ ଥିବା ୬ଟି ସଂସ୍କୃତ ସ୍କୁଲ୍‌। ଏଠାରେ ମୁସଲମାନ୍‌ ଛାତ୍ରୀଛାତ୍ରମାନେ ପାଠ ପଢୁଛନ୍ତି। ପାଠ ପଢ଼ାରେ ସମୟରେ ସେମାନେ ସଂସ୍କୃତର ବିଭିନ୍ନ ଶ୍ଲୋକ ଅଧ୍ୟୟନ କରିବା ସହିି ଗାୟତ୍ରୀ ମନ୍ତ୍ରୋଚ୍ଚାରଣ ଶିଖୁଛନ୍ତି। ସକାଳେ ମଦ୍ରାସାରେ ଉର୍ଦ୍ଦୁ ଭାଷା ଶିକ୍ଷା କରିବା ସହିତ ସେମାନେ କୋରାନ୍‌ ପାଠ କରୁଛନ୍ତି। ଏହାପରେ ସଂସ୍କୃତ ସ୍କୁଲକୁ ପଢ଼ିବାକୁ ଆସୁଛନ୍ତି। ଏକ ନିଆରା ଉଦାହରଣ ସୃଷ୍ଟି କରିଥିବା ଏହି ସ୍କୁଲଗୁଡ଼ିକ ଏବେ ଚର୍ଚ୍ଚାରେ ରହିଛନ୍ତି। ଛାତ୍ରୀଛାତ୍ର ଦ୍ୱାଦଶ ପର୍ଯ୍ୟନ୍ତ ସଂସ୍କୃତରେ ପାଠପଢ଼ିବା ପରେ ମହାରାଜା ସଂସ୍କୃତ କଲେଜରେ ଜ୍ୟୋତିଷ, ଧର୍ମଶାସ୍ତ୍ର, ବେଦ, ଯଜ୍ଞ ସମ୍ପର୍କିତ ଜ୍ଞାନ, କର୍ମକାଣ୍ଡ ଆଦି ବିଷୟରେ ଅଧ୍ୟୟନ କରୁଛନ୍ତି। ଏଠାକାର ରାଜକୀୟ ପ୍ରବେଶିକା ସଂସ୍କୃତ ସ୍କୁଲରେ ପାଠପଢୁଥିବା ୨୭୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୫୦ ଜଣ ମୁସଲମାନ୍‌। ସେହିପରି ରାଜକୀୟ ଉଚ୍ଚ ପ୍ରାଥମିକ ସଂସ୍କୃତ ସ୍କୁଲର ସମସ୍ତ ୪୪୭ ଛାତ୍ରୀଛାତ୍ର ମୁସଲମାନ୍‌। ରାଜକୀୟ ମହାରାଜ ବରିଷ୍ଠ ସଂସ୍କୃତ ସ୍କୁଲର ୧୩୪ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୩ ଜଣ ମୁସଲମାନ୍‌। ସେହିପରି ଶ୍ରୀ ଖାଣ୍ଡଳ ବିପ୍ର ବରିଷ୍ଠତା ଉପାଧ୍ୟାୟ ସଂସ୍କୃତ ସ୍କୁଲର ୯୦ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୩୦ ଜଣ ମୁସଲମାନ୍‌ ଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ହାଇକୋର୍ଟରେ ୧୨ ବିଚାରପତି ପଦ ଖାଲି

ନୂଆଦିଲ୍ଲୀ,୨୪।୩: ଦେଶର ୨୫ଟି ହାଇକୋର୍ଟର ମୋଟ ମଞ୍ଜୁରୀପ୍ରାପ୍ତ ବିଚାରପତି ପଦବୀ ସଂଖ୍ୟା ୧୧୦୪ ହୋଇଥିବା ବେଳେ ଏବେ ୬୯୯ ଜଣ କାର୍ଯ୍ୟ କରୁଛନ୍ତି। ୪୦୫ ବିଚାରପତି...

ଗୋବର ବିକି ସ୍ବାମୀଙ୍କୁ ୮୦ ହଜାର ଟଙ୍କା ମୂଲ୍ୟର ବାଇକ୍‌ ଭେଟିଦେଲେ ଏହି ମହିଳା

ରାୟପୁର,୨୭।୫: ଗୋବର ବିକ୍ରି କରି ସ୍ବାମୀଙ୍କୁ ୮୦ ହଜାର ଟଙ୍କାର ଏକ ବାଇକ୍‌ କିଣି ଦେଇଛନ୍ତି ଜଣେ ମହିଳା। ଛତିଶଗଡ଼ର ଏହି ମାମଲା ଏବେ ଚାରିଆଡେ...

ଗରିବ, କୃଷକଙ୍କୁ ମାଗଣାରେ ବିଜୁଳି

ରାଞ୍ଚି,୩।୩: ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏକ ବଡ ଘୋଷଣା କରିଛି । ରାଜ୍ୟର ସମସ୍ତ ଗରିବ ପରିବାର ଏବଂ କୃଷକମାନଙ୍କୁ ମାଗଣାରେ...

୭ ଟ୍ରକରେ ନିଆଁ ଲଗାଇଲେ ଉଗ୍ରବାଦୀ: ୫ ଡ୍ରାଇଭର ମୃତ

ଗୁଆହାଟି,୨୭ ।୮: ଆସାମର ଦିମା ହସାଓ ଜିଲାରେ ଉଗ୍ରବାଦୀମାନେ ଲଙ୍କା ରୋଡରେ ୭ଟି ଟ୍ରକରେ ନିଆଁ ଲଗାଇ ଦେଇଛନ୍ତି । ଏଥିରେ ୫ ଜଣ ଚାଳକଙ୍କ...

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ, ଇଡିରେ ହାଜର ହେବାକୁ ନୋଟିସ୍‌

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏ ନେଇ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି।...

କରୋନା କାଳରେ ବି ବାଦ୍‌ ପଡ଼ୁନି ପାକିସ୍ତାନ: ଡ୍ରୋନ୍‌ ଜରିଆରେ ପଠାଉଛି ଅସ୍ତ୍ରଶସ୍ତ୍ର

ଶ୍ରୀନଗର,୧୬।୫: ଗୋଟିଏ ପଟେ ସାରା ଦେଶ କରୋନା ସହ ଲଢ଼େଇ କରୁଥିବା ବେଳେ ନିଜ କାର୍ଯ୍ୟକଳାପରୁ ବାଦ୍‌ ପଡ଼ୁନି ପାକିସ୍ତାନ। ଭାରତ ସହ ଶତ୍ରୁତା କରିବା...

ଜାମିନ୍‌ ମିଳିବାର ଦିନକ ପରେ ମୋଦି ସରକାରଙ୍କୁ ଘେରିଲେ ଚିଦାମ୍ବରମ୍‌: ଦେଶର ଜିଡ଼ିପି ୪.୫ ନୁହେଁ ୧.୫ ପ୍ରତିଶତ

ନୂଆଦିଲ୍ଲୀ,୫।୧୨: ଆଇଏନ୍‌ଏକ୍ସ୍‌ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ମିଳିବାର ଗୋଟିଏ ଦିନ ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଘେରିଛନ୍ତି।...

ସାଇକେଲ ଧରିବା ପରେ ଯୋଗୀଙ୍କୁ ଟାର୍ଗେଟ

ଲକ୍ଷ୍ନୌ,୧୪।୧: ଶେଷରେ ଅଖିଳେଶଙ୍କ ସାଇକେଲ ଧରିଛନ୍ତି ଯୋଗୀ ସରକାରଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ସ୍ବାମୀ ପ୍ରସାଦ ମୌଯ୍ୟ । ସେ ଏକା ନୁହନ୍ତି ତାଙ୍କ ସହ...

Advertisement
Archives

Model This Week