ସଂଯୋଗ ନ ଥାଇ ଆସୁଛି ବିଦ୍ୟୁତ୍‌ ବିଲ୍‌

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳ ଜିଲାରେ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ଯୋଗାଣ କାର୍ଯ୍ୟକ୍ରମ ସମୀକ୍ଷା ହେଉନାହିଁ। ବିଦ୍ୟୁତ୍‌ ସଂଯୋଗ ନ ଥାଇ ପ୍ରତିମାସରେ ବିଲ୍‌ ଆସୁଛି। ଏହାକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି।

ଓଡ଼ାପଡ଼ା ବ୍ଲକ ସିମିନଈ ଗ୍ରାମର ସୌଭାଗ୍ୟ ଯୋଜନା ହିତାଧିକାରୀ ହେଉଛନ୍ତି ସାବିତ୍ରୀ ସିଂ। ରବୀନ୍ଦ୍ର ସିଂଙ୍କ ସ୍ତ୍ରୀ ସାବିତ୍ରୀ ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍‌ ସଂଯୋଗ ପାଇଁ ଆବେଦନ କରି ଯୋଗ୍ୟତା ଅର୍ଜନ କରିଥିଲେ। ଦୀର୍ଘଦିନ ହେଲା ତାଙ୍କ ଘର ସମ୍ମୁଖରେ ବିଦ୍ୟୁତ୍‌ ଖୁଣ୍ଟ ପଡ଼ିଛି। ହେଲେ ବିଦ୍ୟୁତ୍‌ ସଂଯୋଗ ମିଳିନାହିଁ। ଅନ୍ୟପଟେ ମାସକୁ ମାସ ବିଦ୍ୟୁତ୍‌ ବିଲ୍‌ ସମ୍ପର୍କିତ ରସିଦ ଆସିବାରେ ଲାଗିଛି। ଏ ନେଇ ସୋମବାର ସାବିତ୍ରୀ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।

ଏ ସଂକ୍ରାନ୍ତରେ ସେସୁ ନିର୍ବାହୀଯନ୍ତ୍ରୀ ସ୍ବପ୍ନସରିତ ମିଶ୍ର କୁହନ୍ତି, ଏ ନେଇ ବିଧିବଦ୍ଧ ଭାବେ କୌଣସି ଅଭିଯୋଗ ହୋଇନାହିଁ। ଏହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶହୀଦ୍‌ଙ୍କ ମା’ବାପାଙ୍କୁ ସମ୍ବର୍ଦ୍ଧନା

ବଇଣ୍ଡା,୨୯।୫(ଡି.ଏନ.ଏ.): ଦେଶ ପାଇଁ ଜୀବନ ଦେଇ ଶହୀଦ୍‌ ହୋଇଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ଅଙ୍ଗପଡା ଗ୍ରାମର ଦେବାଶିଷ ସେଠୀଙ୍କ ମାତା ପିତାଙ୍କୁ ରାଜ୍ୟ ପୋଲିସ...

ବଦଳିବ ଆଦ୍ୟ ଶ୍ରୀକ୍ଷେତ୍ରର ରୂପ, ନୟାଗଡ଼ ଜିଲାରେ ଖୁସିର ପରିବେଶ

ନୟାଗଡ଼ ଅଫିସ/କଣ୍ଟିଲୋ,(ସ୍ବ.ପ୍ର.)୨୮।୪: ସମନ୍ବିତ, ଐତିହ୍ୟ ଓ କୀର୍ତ୍ତିରାଜି ବିକାଶ ଯୋଜନାରେ ଆଦ୍ୟ ଶ୍ରୀକ୍ଷେତ୍ର କଣ୍ଟିଲୋ ନୀଳମାଧବ ପୀଠ ପାଇଁ ୧୦୦ କୋଟି ଟଙ୍କା ରାଜ୍ୟ ସରକାର...

ଚୋରକୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ଛେଣ୍ଡିପଦା ,୧୩।୯(ସ୍ବ.ପ୍ର): ଅନୁଗୋଳ ଜିଲା ଜରପଡା ଥାନା କୋରଡ଼ା ଆମ୍ବୁରି ସାହିରେ ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଛନ୍ତି ଚୋର। ନିର୍ଦ୍ଧୁମ ମାଡ଼...

କଟକରୁ ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩୦।୭-କଟକ ସହରରୁ ଗୁରୁବାର ଆଉ ୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୦ଟି କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୧ଜଣ ହେଉଛନ୍ତି ସ୍ଥାନୀୟ...

ନୂତନ ଆବିଷ୍କାର ପାଇଁ ଉଦ୍ୟମ ଜାରି ରଖ

କାମାକ୍ଷାନଗର,୨୯।୨(ଡି.ଏନ.ଏ.) – ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ଶ୍ରୀରାମ ରାଉତ ଏଥିରେ...

ଡ୍ରାଫ୍ଟଚାର୍ଜରେ ସୀମିତ କାର୍ଯ୍ୟାନୁଷ୍ଠାନ

ଯାଜପୁର ଅଫିସ,୯ା୪: କୃଷି ବିଭାଗର ଅତିରିକ୍ତ ସଚିବଙ୍କୁ ଗତ ୨୯ ତାରିଖରେ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟର ପ୍ରଶାସନିକ ଅଧିକାରୀ ଦେଇଥିବା ତଥ୍ୟରେ ୨୦୧୪ରୁ ଏଯାଏ ୩୨...

କରୋନା ଲକ୍ଷଣ ଲୁଚାଇଲେ ବିପଦ: ଗଞ୍ଜାମ ଜିଲାପାଳ

ଛତ୍ରପୁର, ୨୭।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାର ଜନସାଧାରଣଙ୍କ ପାଇଁ ବୁଧବାର ଜ଼ିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଆଡ଼ଭାଇଜରୀ ଜାରି କରିଛନ୍ତି। ଘରେ ରୁହ ସୁରକ୍ଷିତ ରୁହ,...

ନିର୍ବାଚନ ପାଇଁ ଅବକାରୀ ଚଢ଼ାଉ: ୪୧ ଦିନରେ ୨୦୬ ଗିରଫ

ବାଲେଶ୍ୱର ଅଫିସ, ୨୨।୪-୨୦୧୯ ସାଧାରଣ ନିର୍ବାଚନ ପାଇଁ ବାଲେଶ୍ୱର ଜିଲା ଅବକାରୀ ବିଭାଗ ତତ୍ପର ହୋଇପଡିଛି। ୮ ବିଧାନସଭା ମଣ୍ଡଳୀରେ ଅବକାରୀ ସ୍କ୍ବାଡ ମାଧ୍ୟମରେ ବ୍ୟାପକ...

Advertisement
Archives

Model This Week