Posted inଖେଳ

ଷ୍ଟମ୍ପ୍‌ରେ ବାଜି ନ ଥିଲା ବଲ୍‌, ଆଉଟ୍‌ ହୋଇଗଲେ ଜାଡେଜା: ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୨।୫: ଆଇପିଏଲ୍‌ରେ ରବିବାର ଖେଳାଯାଇଥିବା ଚେନ୍ନାଇ ସୁପର କିଙ୍ଗ୍ସ ବନାମ ରାଜସ୍ଥାନ ରୟାଲ୍ସ ମ୍ୟାଚରେ ଏବେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ଖେଳି ଆରଆର ୨୦ ଓଭରରେ ୧୪୧ ରନ ସ୍କୋର କରିଥିଲା। ଟାର୍ଗେଟକୁ ପିଛା କରି ଚେନ୍ନାଇ ଦଳ ସହଜରେ ମ୍ୟାଚ୍‌ ଜିତିନେଇଥିଲା। ୧୬ତମ ଓଭରରେ ରବିନ୍ଦ୍ର ଜାଡେଜା ଖେଳୁଥିବା ବଲଟି ଷ୍ଟମ୍ପକୁ ସ୍ପର୍ଶ ନ କରି ତାଙ୍କୁ ଆଉଟ୍‌ ଘୋଷିତ କରାଯାଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଚେନ୍ନାଇ ସୁପର କିଙ୍ଗ୍ସର ଇନିଂସର ୧୫ତମ ଓଭରରେ ଏହା ଘଟିଛି। ୧୬ତମ ଓଭରରେ ବୋଲିଂ କରିବାକୁ ଆସିଥିବା ଆବେଶ ଖାନ ପ୍ରଥମ ୪ ବଲରେ ଚାରି ରନ ଦେଇଥିଲେ। କ୍ୟାପଟେନ ଋତୁରାଜ ଗାଏକ୍ୱାଡ ଏବଂ ରବିନ୍ଦ୍ର ଜାଡେଜା କ୍ରିଜରେ ଥିଲେ। ଏହି ସମୟରେ ପଞ୍ଚମ ବଲକୁ ଜାଡେଜା ବ୍ୟାଟିଂ କରିଥିଲେ। ଜାଡେଜା ୨ ରନ ନେବାକୁ ଚାହୁଁଥିଲେ, କିନ୍ତୁ ଗାଏକ୍ୱାଡ ରନ କରି ନ ଥିଲେ। ତେଣୁ ଯେତେବେଳେ ଜାଡେଜା ଦ୍ୱିତୀୟ ରନ ପାଇଁ ଅଧା ପିଚ ଉପରେ ଦୌଡି ଥିଲେ, ତାଙ୍କୁ ନନ୍‌-ଷ୍ଟ୍ରାଇକ ଏଣ୍ଡକୁ ଶୀଘ୍ର ଫେରିବାକୁ ପଡିଲା। ଉଇକେଟ କିପର ସଞ୍ଜୁ ସାମସନ ସିଧାସଳଖ ହିଟ କରିବାକୁ ଚେଷ୍ଟା କରିଥିଲେ, ଜାଡେଜା ବଲ ଏବଂ ଷ୍ଟମ୍ପ ମଧ୍ୟରେ ଆସିଥିଲେ। ଅମ୍ପାୟାର ଏକ ରିଭ୍ୟୁ ପାଇଁ ସୂଚାଇ ଦେଇଥିଲେ ଯେ ଜାଡେଜା ବଲକୁ ଷ୍ଟମ୍ପ ମାରିବାରେ ବାଧା ଦେଇଛନ୍ତି। ଏହି କାରଣରୁ ଜାଡେଜାଙ୍କୁ ଆଉଟ୍‌ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

ବାଂଲାଦେଶକୁ ହରାଇ ଫାଇନାଲ୍‌ରେ ପ୍ରବେଶ କଲା ଭାରତ, ପାକିସ୍ତାନ ସହ ହୋଇପାରେ ବଡ଼ ମୁକାବିଲା

ନୂଆଦିଲ୍ଲୀ,୨୬।୦୭: ବାଂଲାଦେଶକୁ ୧୦ ୱିକେଟ୍‌ରେ ହରାଇ ଭାରତୀୟ ଟିମ୍‌ ମହିଳା ଏସିଆ କପ୍‌ର ଫାଇନାଲ୍‌ରେ ପ୍ରବେଶ କରିଛି । ଫାଇନାଲ୍‌ରେ ଇଣ୍ଡିଆ ଟିମ୍‌ ପାକିସ୍ତାନକୁ ଭେଟିପାରେ...

ଅଲିମ୍ପିକ୍ସରେ ଏହି ଖେଳାଳି ଜିତିବେ ପଦକ: ପ୍ରକାଶ ପାଦ୍ୟୁକୋନ କଲେ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୬।୭: ଭେଟେରାନ ବ୍ୟାଡମିଣ୍ଟନ ଖେଳାଳି ତଥା ଟପ ସଟଲର ପି.ଭି ସିନ୍ଧୁଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି କୋଚ ପ୍ରକାଶ ପାଦୁକୋନ। ପ୍ୟାରିସ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନରେ...

ମୁମ୍ବାଇରେ ରୋହିତ-ପାଣ୍ଡ୍ୟାଙ୍କ ଅଧିନାୟକ ବିବାଦକୁ ନେଇ ବଡ଼ ପୋଲ୍‌ ଖୋଲିଦେଲେ ବୁମ୍‌ରା, ଭୁଲ୍‌ରେ କହିଦେଲେ…

ନୂଆଦିଲ୍ଲୀ,୨୬।୭: ଆଇପିଏଲ ୨୦୨୪ ସମୟରେ ମୁମ୍ବାଇ ଇଣ୍ଡିଆନ୍ସରେ ବହୁତ କିଛି ଦେଖିବାକୁ ମିଳିଥିଲା। ମୁମ୍ବାଇ ପାଞ୍ଚ ଥର ଟାଇଟଲ ଜିତିଥିବା ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ...

ଆମେ ବହୁତ ଭଲ ଲୋକ, ଦୟାକରି ପାକିସ୍ତାନ ଆସନ୍ତୁ: ଭାରତକୁ ଏମିତି ଅନୁରୋଧ କଲେ ପାକିସ୍ତାନ ଖେଳାଳି

ଇସଲାମାବାଦ୍‌,୨୬।୭: ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ କରୁଛି। କିନ୍ତୁ ଟିମ ଇଣ୍ଡିଆ କୌଣସି ମୂଲ୍ୟରେ ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ନୁହେଁ।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri