ଶ୍ୱେତଗଙ୍ଗା କୂଳରେ ଶ୍ୱେତ ରାଜା

ପରମ ପାବନ ନୀଳାଚଳ କ୍ଷେତ୍ରରେ ରହିଥିବା ପଞ୍ଚତୀର୍ଥ ପ୍ରତି ସମସ୍ତଙ୍କ ଆସ୍ଥା ଓ ବିଶ୍ୱାସ ରହିଛି। ପଞ୍ଚତୀର୍ଥରେ ବୁଡ଼ ପକାଇଲେ ପୁରୀକୁ କରିଥିବା ତୀର୍ଥଯାତ୍ରା ସଫଳ ହୁଏ ବୋଲି ଲୋକେ ବିଶ୍ୱାସ ରଖନ୍ତି। ତେବେ ଏହି ପଞ୍ଚତୀର୍ଥ ମଧ୍ୟରୁ ଅନ୍ୟତମ ତୀର୍ଥ ଶ୍ୱେତଗଙ୍ଗା। ଶ୍ୱେତଗଙ୍ଗା ତୀର୍ଥକୁ ନେଇ ଅନେକ ଐତିହ୍ୟ ରହିଛି। ଏହାର କୂଳରେ ଉପାସିତ ହେଉଛନ୍ତି ଶ୍ୱେତରାଜା। ତେବେ କାହିଁକି ଶ୍ୱେତରାଜା ଏଠାରେ ପୂଜା ପାଉଛନ୍ତି ତାହା ପଛରେ ରହିଛି ଐତିହ୍ୟ।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ଆଦି ବ୍ରହ୍ମ ପୁରାଣରେ ଶ୍ୱେତଗଙ୍ଗା ବିଷୟରେ ଚମତ୍କାର ବର୍ଣ୍ଣନା ରହିଛି। କୁଶ ଅଗରେ ଏହି ତୀର୍ଥର ଜଳ ଯେତିକି ଲାଗିଥିବ ତାକୁ ଛୁଇଁଦେଲେ ମହାପ୍ରଭୁଙ୍କ ଭକ୍ତଟିଏ ସ୍ବର୍ଗକୁ ଯିବାରେ ସମର୍ଥ ହୋଇପାରିବ। ଖାଲି ସେତିକି ନୁହେଁ, ଏହି ତୀର୍ଥର ମହିମା ଦେବ ଓ ଦାନବ ଉଭୟେ ଗ୍ରହଣ କରିଛନ୍ତି। ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ରହିଛି ଏହି ପ୍ରସିଦ୍ଧ ତୀର୍ଥ। ରାସ୍ତାରୁ ପ୍ରାୟ ୩୫ ଫୁଟରୁ ଊର୍ଦ୍ଧ୍ୱ ତଳକୁ ପାହାଚ ଦେଇ ଗଲେ ତୀର୍ଥ କୂଳରେ ପହଞ୍ଚତ୍ବାକୁ ହୁଏ। କୂଳରୁ ଦକ୍ଷିଣ ଦିଗକୁ ଯାଇଥିବା ପାହାଚରେ ଗଲେ ପ୍ରଥମ ପାହାଚର ଡାହଣପଟକୁ ରହିଛି ଏକ ମନ୍ଦିର। ଶ୍ରୀଶ୍ୱେତମାଧବ ଓ ଶ୍ରୀମତ୍ସ୍ୟମାଧବଙ୍କ ସହ ଏହି ମନ୍ଦିରରେ ପୂଜା ପାଉଛନ୍ତି ଶ୍ରୀଶ୍ୱେତରାଜା। ତ୍ରେତୟା ଯୁଗରୁ ଏହି ରାଜାଙ୍କ ପାଷାଣ ବିଗ୍ରହ ପୂଜା ପାଉଛନ୍ତି ଶ୍ୱେତମାଧବଙ୍କ ନିକଟରେ।
ରାମାୟଣରୁ ଶ୍ୱେତରାଜାଙ୍କ କଥା ଜଣାପଡ଼େ । ରାଜା ସୁଦେବଙ୍କ ପୁତ୍ର ଶ୍ୱେତ ବହୁବର୍ଷ ଧରି ରାଜ୍ୟ ଶାସନ କରିବା ପରେ ରାଜ୍ୟଭାର ଭାଇ ସୁରଥଙ୍କୁ ଦେଇ ତପ ଆଚରଣ କରିବାକୁ ବଣକୁ ଚାଲିଯାଇଥିଲେ। କଠୋର ତପସ୍ୟା କରି ବ୍ରହ୍ମଲୋକ ପ୍ରାପ୍ତ ହୋଇଥିଲେ। ସେଠାରେ ଯାହା ନ ହେବା କଥା ତାହା ତାଙ୍କର ଅନୁଭବ ହେଲା। ସବୁବେଳେ ଭୋକରେ ଆଉଟୁପାଉଟୁ ହେଲେ। ଭୋକ ମଣିଷକୁ ଆତୁର କଲାଭଳି ଆତୁରିଆ ଭାବ ରହିଲା। ଦିନେ ପ୍ରଜାପତି ବ୍ରହ୍ମାଙ୍କୁ ପଚାରିଲେ ୟେ ଆତୁରତାର କାରଣ କ’ଣ? ପ୍ରଜାପତି କିଛି ସମୟ ଚିନ୍ତା କରି କହିଲେ, ତମେ ଖାଦ୍ୟ ଗ୍ରହଣ କରି ତପସ୍ୟା କରିଥିଲ। କେବଳ ସେତିକି ବି ନୁହେଁ, ତମେ କାହାରିକୁ କିଛି ଦାନ ବି କରିନାହଁ। ସେଥିପାଇଁ ଅଭିଶାପ ପାଇଛ। ତପସ୍ୟା ବଳରେ ସିନା ବ୍ରହ୍ମଲୋକକୁ ଆସିଲ ମାତ୍ର ଅଭିଶାପ ଯୋଗୁ ଏଠି ତମେ ଭୋକରେ ଆତୁର ହେଉଛ। ତମେ ଯେଉଁଠି ତପସ୍ୟା କରୁଥିଲ ସେଠି ଗୋଟିଏ ପୁଷ୍କରିଣୀ ଅଛି। ସେ ପୋଖରୀରେ ଶବଟିଏ ଭାସୁଛି, ଯାଅ ତାକୁ ଖାଉଥାଅ। ସେହି ଅବସ୍ଥାରେ ତମକୁ ମହର୍ଷି ଅଗସ୍ତ୍ୟଙ୍କ ଦର୍ଶନ ମିଳିବ। ଏହାପରେ ଅଭିଶାପରୁ ମୁକୁଳି ପୁଣି ବ୍ରହ୍ମଲୋକଙ୍କୁ ଫେରି ଆସିବ। ତାହା ହିଁ ହେଲା। ମହର୍ଷି ଅଗସ୍ତ୍ୟ ଶବ ଭକ୍ଷଣ କାରଣ ପଚାରିବାରୁ ରାଜା ପୂର୍ବର ସମସ୍ତ କଥା କହିଲେ। ଏହାପରେ ଶାପମୁକ୍ତ ହେଲେ ରାଜା। ଶ୍ୱେତ ରାଜାଙ୍କର ବର୍ତ୍ତମାନର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ଶ୍ରୀକୂର୍ମ ମନ୍ଦିର ସହିତ ସମ୍ପର୍କ ଥିବା ଜଣାଯାଏ। ଏହି ମନ୍ଦିର ପୂର୍ବେ ଓଡ଼ିଶାର ଅଂଶବିଶେଷ ଥିଲା। ସେଠାରେ ଶ୍ୱେତ ରାଜା କଠୋର ତପସ୍ୟା କରିବା ପରେ ଶ୍ରୀବିଷ୍ଣୁ ଶ୍ରୀକୂର୍ମ ଅବତାର ରୂପରେ ଦର୍ଶନ ଦେଇଥିଲେ। ସେଠାରେ ପବିତ୍ର ଶ୍ୱେତ ପୁଷ୍କରିଣୀ ରହିଛି। ଶ୍ରୀକୂର୍ମଙ୍କର ପରିଦୃଶ୍ୟମାନ ମନ୍ଦିର ୧୨୮୧ ମସିହାରେ ନିର୍ମାଣ ହୋଇଥିଲା ବୋଲି ଜଣାଯାଏ। ସେହିପରି ସ୍କନ୍ଦ ପୁରାଣରେ ପରମ ବୈଷ୍ଣବ ଶ୍ୱେତ ରାଜା ଶ୍ରୀଜଗନ୍ନାଥଙ୍କ ପ୍ରସାଦରୁ ଅକ୍ଷୟବଟ ବା କଳ୍ପବଟ ଓ ମହୋଦଧି ମଝିରେ ଥିବା ମୁକ୍ତିକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରଥମ ଅବତାର (ମତ୍ସ୍ୟ ମାଧବ)ଙ୍କ ସାମ୍ନାରେ ବିଜେ କରି ତ୍ରେତୟା ଯୁଗର ସେହି ସ୍ମୃତିକୁ ଉଜ୍ଜୀବିତ ରଖିଥିବା ଉଲ୍ଲେଖ ରହିଛି ବୋଲି ଡ. ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri