Posted inଖେଳ

ଶ୍ୱାସ ଉପକରଣ ପ୍ରସ୍ତୁତ କରିବ ମର୍ସିଡିଜ୍‌ ଟିମ୍‌

ଲଣ୍ଡନ, ୮ା୪ (ଏଏଫ୍‌ପି)- କରୋନା ଭାଇରସ୍‌ ମହାମାରୀ ବିରୋଧରେ ଚାଲିଥିବା ଲଢେଇରେ ସାମିଲ ହୋଇଛି ଫର୍ମୁଲାଓ୍ବାନ ଟିମ୍‌ ମର୍ସିଡିଜ୍‌। ଆସନ୍ତା ସପ୍ତାହରୁ ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟ ସେବା ପାଇଁ ଶ୍ୱାସ ଉପକରଣ ଯୋଗାଇ ଦେବ। ଏହି ଉପକରଣଟିକୁ ଦି କଣ୍ଟିନ୍ୟୁଅସ୍‌ ପଜିଟିଭ ଏୟାରଓ୍ବେ ପ୍ରେସର (ସିପିିଏପି) ଡିଭାଇସ୍‌ କୁହାଯାଉଛି। ଫୁସ୍‌ଫୁସ୍‌ ସଂକ୍ରମଣ ଥିବା କରୋନା ଭାଇରସ ରୋଗୀଙ୍କ ଶ୍ୱାସ ପ୍ରକ୍ରିୟାକୁ ସହଜ କରିଥାଏ। ଏକ ସପ୍ତାହରୁ କମ୍‌ ସମୟ ମଧ୍ୟରେ ଏହା ପ୍ରସ୍ତୁତ ହୋଇ ପାରିଛି। ଲଣ୍ଡନରେ ରୋଗୀଙ୍କ କ୍ଷେତ୍ରରେ ଏହାର ବ୍ୟବହାର ଫଳପ୍ରଦ ହୋଇଛି। ବ୍ରିଟିଶ ସରକାର ଇତିମଧ୍ୟରେ ୧୦,୦୦୦ ଡିଭାଇସ୍‌ ପାଇଁ ଅର୍ଡର କରିଛନ୍ତି। ନର୍ଥହାମ୍ପଟନଶାୟାର ଅନ୍ତର୍ଗତ ବ୍ରିକ୍ସଓ୍ବର୍ଥସ୍ଥିତ ମର୍ସିଡିଜ୍‌ ଏଏମ୍‌ଜି ହାଇ ପରଫର୍ମାନ୍ସ ପାଓ୍ବାରଟ୍ରେନ୍ସ ଟେକ୍ନୋଲୋଜି ସେଣ୍ଟରଠାରେ ଦୈନିକ ୧,୦୦୦ ଡିଭାଇସ୍‌ ଉତ୍ପାଦିତ ହେଉଛି। ସେଣ୍ଟରର ପରିଚାଳନା ନିର୍ଦ୍ଦେଶକ ଆଣ୍ଡି କୋଓ୍ବେଲ ଏହି ସୂଚନା ଦେଇଛନ୍ତି। ଡିଭାଇସ୍‌ ଉତ୍ପାଦନ ପାଇଁ ଫର୍ମୁଲାଓ୍ବାନ ପିଷ୍ଟନ ଏବଂ ଟର୍ବୋଚାର୍ଜ ତିଆରି ଲାଗି ବ୍ୟବହାର କରାଯାଉଥିବା ୪୦ଟି ମେଶିନ୍‌କୁ ବିକଶିତ କରାଯାଇଛି। ୟୁନିଭର୍ସିଟି କଲେଜ ଲଣ୍ଡନ ସହିତ ଏକ ପାର୍ଟନରଶିପ୍‌ ଜରିଆରେ ମର୍ସିଡିଜ୍‌ର ଇଞ୍ଜିନିୟରମାନେ ଏହା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବୁ : ବୀରେନ୍ଦ୍ର

ଭୁବନେଶ୍ୱର, ୬।୧୦(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଆ ହକି ତାରକା ତଥା ଅଭିଜ୍ଞ ଭାରତୀୟ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ୟୁରୋପ ଗସ୍ତ ସାରି ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନିବାର ସକାଳେ...

କେବେ ନିଜ ମାତାପିତାଙ୍କୁ ଭେଟି ନ ଥିଲେ ଆଣ୍ଡ୍ର୍ୟୁ ସାଇମଣ୍ଡସ

କାନବେରା,୧୬।୫:ବିଶ୍ୱର ସର୍ବଶ୍ରେଷ୍ଠ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁକୁ ନେଇ...

ଇଂରାଜୀ ଗୀତ ଛାଡି ପଞ୍ଜାବୀ ଗୀତରେ ପରିବାର ସହ ନୃତ୍ୟ କଲେ ଏହି ବିଦେଶୀ କ୍ରିକେଟର୍‌

ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍‌ ଓ୍ବାର୍ଣ୍ଣର ଏବେ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ଅଛନ୍ତି। ପ୍ରତିଦିନ ସେ ଟିକ୍‌ଟକ୍‌ରେ ଭିଡିଓ ପୋଷ୍ଟ କରୁଛନ୍ତି। କେତେବେ ନିଜ ୩...

କୋହଲି ନୁହଁନ୍ତି ଏହି ଦୁଇ ମହାନ ଅଧିନାୟକଙ୍କ ମିଶ୍ରଣ ହେଉଛନ୍ତି ରୋହିତ ଶର୍ମା: ଇରଫାନ୍‌

ନୂଆଦିଲ୍ଲୀ,୧୩।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଗୋଟିଏ ପଟେ ଅଧିନାୟକ ବିରାଟ କୋହଲିଙ୍କ ଦଳ ଆର୍‌ସିବି ଗୋଟିଏ ବି ଟାଇଟଲ ଜିତିବାରେ ବିଫଳ ହୋଇଥିବା ବେଳେ ରୋହିତ...

କୋହଲିଙ୍କ ପରେ ଆମିଷ ଛାଡ଼ିଲେ ଛେତ୍ରୀ

କୋଲକାତା,୧୩।୧୦(ପିଟି)- ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପରେ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଆମିଷଖାଦ୍ୟ ଛାଡ଼ି ଦେଇଛନ୍ତି। ଆମିଷ ଖାଦ୍ୟ ଓ ଦୁଗ୍ଧଜାତ...

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ...

‘ଧୋନୀଙ୍କ ଅନୁପସ୍ଥିତିରେ ଖୋଜିବାକୁ ପଡ଼ିବ ସଫଳତାର ବାଟ’

ନୂଆଦିଲ୍ଲୀ,୧୬।୭: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନୁପସ୍ଥିତିରେ ଚାଇନା ମ୍ୟାନ ସ୍ପିନର କୁଲଦୀପ ଯାଦବଙ୍କୁ ସଫଳ ହେବାର ବାଟ ଖୋଜିବାକୁ ପଡ଼ିବ। ଏଭଳି ମନ୍ତବ୍ୟ...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

Advertisement
Archives

Model This Week