Posted inଖେଳ

ଫାଙ୍କା ଷ୍ଟାଡିୟମରେ ଆଇପିଏଲ୍‌ ଖେଳାଯାଇପାରିବ : ହରଭଜନ

ମୁମ୍ବାଇ, ୮।୪ (ପି.ଟି.): କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେଶ ତଥା ବିଶ୍ୱରେ ପ୍ରାୟ ସବୁ କ୍ରୀଡ଼ା ଇଭେଣ୍ଟକୁ ବାତିଲ୍‌ କିମ୍ବା ସ୍ଥଗିତ ରଖାଯାଇଥିବା ବେଳେ ପୂର୍ବତନ ଭାରତୀୟ ଅଫ୍‌ ସ୍ପିନର ହରଭଜନ ସିଂ କିନ୍ତୁ ଭିନ୍ନ ମତ ପୋଷଣ କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆୟୋଜନ ସପକ୍ଷରେ ସେ ମତ ଦେଇଛନ୍ତି। ଯଦି ଦର୍ଶକଙ୍କ ଅନୁପସ୍ଥିତିରେ ଆଇପିଏଲ୍‌ ଫାଙ୍କା ଷ୍ଟାଡିୟମରେ ଖେଳାଯାଏ ତେବେ କୌଣସି ସମସ୍ୟା ନାହିଁ। ଅର୍ଥାତ ସେ ଫାଙ୍କା ଷ୍ଟାଡିୟମରେ ଆଇପିଏଲ ଆୟୋଜନ କରିବାକୁ କହିଛନ୍ତି। କୋଭିଡ୍‌-୧୯ ନିୟନ୍ତ୍ରଣକୁ ଆସିଛି। ପୁଣି କେତେକ ଆଇପିଏଲ୍‌କୁ ନେଇ ଗୁଜୁରାଣ ମେଣ୍ଟାଉଥିବାରୁ ଏହି ଟୁର୍ନାମେଣ୍ଟ ଆୟୋଜନ ହେବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି।
କ୍ରିକେଟରେ ଦର୍ଶକ ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଯଦି ପରିସ୍ଥିତି ଅଲଗା ହୁଏ ତା’ହେଲେ ବିନା ଦର୍ଶକରେ ଖେଳିବାରେ କୌଣସି ଅସୁବିଧା ନାହିଁ। ତେବେ ସବୁ ଦର୍ଶକ ଟିଭିରେ ଆଇପିଏଲ୍‌ ମ୍ୟାଚ୍‌ ଦେଖିପାରିବେ। ହରଭଜନ ଚେନ୍ନାଇ ସୁପର କିଙ୍ଗ୍ସ ତରଫରୁ ଖେଳୁଛନ୍ତି। ତେବେ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ମ୍ୟାଚ୍‌ ଭେନ୍ୟୁ, ଟିମ୍‌ ହୋଟେଲ, ଫ୍ଲାଇଟକୁ ଠିକ୍‌ ଭାବେ ସାନିଟାଇଜ କରିବାର ଆବଶ୍ୟକତା ରହିଛି। ସବୁକିଛି ଠିକ୍‌ଠାକ କରିବା ପରେ ଯାଇ ଏ ବିଷୟରେ ଚିନ୍ତା କରିବା ଠିକ୍‌ ହେବ ବୋଲି ହରଭଜନ କହିଛନ୍ତି।
କରୋନା ଭାଇରସ ସଂକ୍ରମଣ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଇପିଏଲ୍‌କୁ ଏପ୍ରିଲ-୧୫ ପର୍ଯ୍ୟନ୍ତ ସ୍ଥଗିତ ରଖିଛି। ତେବେ ଦେଶରେ ଚାଲିଥିବା ଲକ୍‌ଡାଉନ ଓ ତତ୍‌ ସଂକ୍ରାନ୍ତ ପରିସ୍ଥିତି ଯୋଗୁ ଆଇପିଏଲ୍‌ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଫିଟ୍‌ନେସ ବଜାୟ ଉପରେ ହରଭଜନ ଏବେ ଗୁରୁତ୍ୱ ଦେଉଛନ୍ତି। ଆଇପିଏଲ୍‌ ଶୀଘ୍ର ଆରମ୍ଭ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି। ତେବେ ସେପର୍ଯ୍ୟନ୍ତ ନିଜକୁ ଫିଟ୍‌ ରଖିବା ପାଇଁ ପ୍ରୟାସ ଜାରି ରଖିବି ବୋଲି ୧୦୩ଟି ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ ହରଭଜନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଯୋଗୁ ଏହି ଧୁରନ୍ଧରଙ୍କ କଟିବ ପତ୍ତା! ୨୭ରେ ପ୍ରଥମ ODI ପାଇଁ ଜାଣନ୍ତୁ ସମ୍ଭାବ୍ୟ ପ୍ଲେଇଂ-୧୧

ନୂଆଦିଲ୍ଲୀ,୨୫।୯: ଶ୍ରେୟସ ଅୟର ବର୍ତ୍ତମାନ ଜାପାନରେ ଏସିଆନ ଗେମ୍ସ ଦଳ ସହ ରହିଛନ୍ତି। ତେଣୁ ଭାରତୀୟ ଦଳରେ ନମ୍ବର-୪ ସ୍ଥାନ ଖାଲି ରହିଛି। ଏହି ସ୍ଥାନରେ ମ୍ୟାନେଜମେଣ୍ଟ…

ଏସିଆନ ଗେମ୍ସରେ ଭାରତୀୟ ଖେଳାଳିଙ୍କ ସହ ଧୋକା! ଦେଶକୁ ଫେରି କହିଲେ- ମୋଠାରୁ ଛଡ଼ାଇ ନିଆଗଲା…

ନୂଆଦିଲ୍ଲୀ,୨୫।୯: ୨୦୨୬ ଏସିଆନ ଗେମ୍ସରେ ଭାରତୀୟ ମିକ୍ସଡ ମାର୍ଶାଲ ଆଟର୍‌ସ (MMA) ଖେଳାଳି ସୁଚିକା ତାରିୟାଲ ଇତିହାସ ରଚିଛନ୍ତି। ମହିଳା ଟ୍ରାଡିସନାଲ ୬୦ କେଜି ବର୍ଗରେ ବ୍ରୋଞ୍ଜ…

ସଞ୍ଜୁଙ୍କୁ ଦେଖି ପାକିସ୍ତାନୀ ଫ୍ୟାନ୍‌ କହିଲେ ‘ଆଇ ଲଭ ୟୁ’: କଲେ ଏମିତି ଅନୁରୋଧ, ଶୁଣିକି ସମସ୍ତେ…ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର…

ଟିମ ଇଣ୍ଡିଆରେ ବୈଭବଙ୍କୁ ସ୍ଥାନ ଦେବାକୁ ହେଲେ କାହାର କଟିବ ଟିକେଟ! ଏହି ୨ କ୍ରିକେଟର ନାଁ ନେଇ ସାଂଘାତିକ ବୟାନ ଦେଲେ…

ନୂଆଦିଲ୍ଲୀ,୨୫।୯: ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭାରତୀୟ ଦଳର ପ୍ଲେଇଂ ଇଲେଭେନରୁ ବାହାରେ ରଖିବା ସହଜ ହେବ ନାହିଁ ବୋଲି ମତ ଦେଇଛନ୍ତି…

କମଲଜିତ-ସୁରୁଚିଙ୍କ କମାଲ: ଭାରତକୁ ଭେଟିଦେଲେ ପୁଣି ସ୍ବର୍ଣ୍ଣ

ନାଗୋୟା,୨୫।୯:ଏସିଆନ ଗେମ୍ସ ୨୦୨୬ରେ ସେପ୍ଟେମ୍ବର ୨୫ ଭାରତ ପାଇଁ ଆରମ୍ଭରୁ ହିଁ ଚମତ୍କାର ରହିଛି। ଶୁଟିଂରେ କମଲଜିତ ଓ ସୁରୁଚି ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ…

ଇତିହାସ ରଚିବେ ରୋ-କୋ: ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍‌ରେ କରିପାରନ୍ତି ଏହି କମାଲ୍‌

ନୂଆଦିଲ୍ଲୀ,୨୫।୯: ଶୁବମନ ଗିଲଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ପ୍ରସ୍ତୁତ ଭାରତୀୟ କ୍ରିକେଟ ଟିମ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ…

ଭାରତଠାରୁ କିଛି ଶିଖ! ପାକିସ୍ତାନ ଖେଳାଳିଙ୍କୁ ଉପଦେଶ ଦେଲେ କୋଚ

ନୂଆଦିଲ୍ଲୀ,୨୫।୯: ପାକିସ୍ତାନ କ୍ରିକେଟ ଟିମ୍‌ର ଖରାପ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ମଧ୍ୟରେ ଏବେ ଦଳର ହେଡ କୋଚ ମାଇକ ହେସନ ଭାରତକୁ ନେଇ ଦେଇଛନ୍ତି ବଡ଼ ବୟାନ।…

ନ୍ୟୁଜିଲ୍ୟାଣ୍ଡ ଗସ୍ତ ପୂର୍ବରୁ ଚର୍ଚ୍ଚାରେ ବୈଭବ ସୂର୍ଯ୍ୟବଂଶୀ: ୧୫ ବର୍ଷୀୟ ଭାରତୀୟ ସେନ୍‌ସେସନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ କିୱି କୋଚ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବରରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ T20 ସିରିଜ୍ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?