ଶ୍ୱଶୁର ଘରକୁ ଆସି ଚୋରି ଉଦ୍ୟମ: ଜ୍ୱାଇଁ ଗିରଫ

କଳିଙ୍ଗନଗର,୧୮।୮(ଡି.ଏନ.ଏ)- ଶ୍ୱଶୁର ଘରକୁ ବୁଲିବାକୁ ଆସି ଗାଡ଼ି ବ୍ୟାଟେରୀ ଓ ଯନ୍ତ୍ରାଂଶ ଚୋରି କରୁଥିବାବେଳେ ଧରାପଡ଼ି ଯଖପୁରା ପୋଲିସ ଦ୍ୱାରା କୋର୍ଟଚାଲାଣ ହୋଇଛନ୍ତି ଜ୍ୱାଇଁ। ଏଭଳି ଘଟଣା ଘଟିଛି ଡୁବୁରୀ ମାଟିଆ ସାହିରେ। ଗିରଫ ବ୍ୟକ୍ତି ହେଲେ କେନ୍ଦୁଝର ଜିଲା ପାଟଣା ଥାନା ବରଣ୍ଡିଯୋଡି ଗ୍ରାମର ବାଡିଆ ମାଟିଆ (୩୫)। ସୂଚନା ଥାଉକି, ବାଡ଼ିଆ ଡୁବୁରୀ ମାଟିଆ ସାହିରେ ଥିବା ତାଙ୍କ ଶ୍ୱଶୁର ଘରକୁ ଆସିଥିଲେ। ଶୁକ୍ରବାର ରାତିରେ ସେ ତାଙ୍କ ଶ୍ୱଶୁର ଘର ଅଞ୍ଚଳରୁ ଅରୁଣ ବେହେରା (୨୪) ନାମକ ଜଣେ ସହଯୋଗୀଙ୍କୁ ଧରି ଯଖପୁରାସ୍ଥିତ ଏକ ଢାବା ନିକଟରେ ଛିଡା ହୋଇଥିବା ଟ୍ରକଗୁଡିକରୁ ଯନ୍ତ୍ରାଂଶ ଚୋରି କରୁଥିଲେ। ଏହା ଜଣେ ଟ୍ରକ ହେଲପର ଦେଖି ନିକଟରେ ଥିବା ଗାଡି ଚାଳକଙ୍କୁ କହିଥିଲା। ଫଳରେ ସେଠାରେ ଥିବା ଚାଳକ ଓ ହେଲପର ସେମାନଙ୍କୁ କାବୁ କରି ଯଖପୁରା ପୋଲିସକୁ ଜିମା ଦେଇଥିଲେ। ଏହାପରେ ଯଖପୁରା ପୋଲିସ ସେମାନଙ୍କ ନାମରେ ଏକ ମାମଲା (ନଂ. ୫୯/୧୯) ରୁଜୁ କରି କୋର୍ଟ ଚାଲାଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟ ଶୁଭସ୍ମିତାଙ୍କୁ ସରକାରୀ ଯୋଜନା ଅପହଞ୍ଚ

କାଏମା,୧ା୧୧(ଡି.ଏନ.ଏ.):ସରକାରଙ୍କ ଅନେକ ଲୋକହିତକର ଯୋଜନା ମଧ୍ୟରୁ ଖାଦ୍ୟ ସୁରକ୍ଷା ଯୋଜନା, ବିଧବା ଓ ଭିନ୍ନକ୍ଷମ ଭତ୍ତା ଅନ୍ୟତମ। ହେଲେ ଏହି ଯୋଜନାରୁ ଏବେବି ଶତାଧିକ ଅସହାୟ...

କଳାପଥର ଉତ୍ତୋଳନ:୫ ମାମଲାରେ ପେଞ୍ଚ

ଯାଜପୁର ଅଫିସ,୨୬।୩: ଯାଜପୁର ଜିଲା ରାଜସ୍ବ ବିଭାଗର ଛତ୍ରଛାୟା ତଳେ ଚାଲିଥିବା ବେଆଇନ କଳାପଥର ଲୁଟ୍‌ ଘଟଣା ଦିନକୁଦିନ ଅଣାୟତ୍ତ ହେବାରେ ଲାଗିଛି। ତହସିଲ କୋର୍ଟରୁ...

ଅବ୍ୟବସ୍ଥାରେ ମିର୍ଜାପୁର ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା

କାଏମା,୨୬ା୬(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁରଠାରେ ଥିବା ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଶାଖାରେ ୪୦ ହଜାରରୁ...

ଫାଇଦାରେ ଆଗୁଆ, ନିଯୁକ୍ତିରେ ପଛୁଆ

ଯାଜପୁର ଅଫିସ୍‌,୬ା୮: କଳିଙ୍ଗନଗରରେ ଶିଳ୍ପାୟନ ପଛରେ ମୂଳ ଲକ୍ଷ୍ୟ ରହିଥିଲା ସ୍ଥାନୀୟ ଅଞ୍ଚଳ ସମେତ ରାଜ୍ୟର ନିଯୁକ୍ତି ଏବଂ ଅର୍ଥନୈତିକ କ୍ଷେତ୍ରରେ ବିକାଶ। ଏହି ଅଞ୍ଚଳକୁ...

କୃଷି କାର୍ଯ୍ୟାଳୟରେ ସାମାଜିକ ଦୂରତା ଭୁଲିଗଲେ ଚାଷୀ

ରସୁଲପୁର, ୨୪।୫ (ଡି.ଏନ୍‌.ଏ.)-କରୋନା ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଚାଲିଥିବା ବେଳେ ରସୁଲପୁର ବ୍ଲକ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। ଘାସମରା...

କ୍ଷତିପୂରଣ ପାଇଲେନି ଚାଷୀ

ଯାଜପୁର ଅଫିସ,୨୨।୩: ଯାଜପୁର ଜିଲାର ଅନ୍ୟତମ ପୌରାଣିକ କିମ୍ବଦନ୍ତୀ ବହନ କରୁଥିବା ବ୍ୟାସ ସରୋବରର ଉନ୍ନୟନ କାର୍ଯ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ପ୍ରଜା କ୍ଷତିଗ୍ରସ୍ତ ହେଉଛନ୍ତି। ୧୯୩୨ରୁ ରାଜାଙ୍କଠାରୁ...

ସ୍କୁଲ ଯାତାୟାତରେ ଅସୁବିଧା : ଗେଟ୍‌ ସମ୍ମୁଖରେ ଧାରଣା ଦେଲେ ଛାତ୍ରୀଛାତ୍ର

କାଳିଆପାଣି,୧୫।୭(ଡି.ଏନ୍‌.ଏ.): ଯାଜପୁର ଜିଲା କାଳିଆପାଣି ଖଣି ଅଞ୍ଚଳରେ ସ୍କୁଲକୁ ଯାତାୟାତ କରିବାରେ ଅସୁବିଧା ଯୋଗୁ ଛାତ୍ରୀଛାତ୍ର ଇମ୍ଫା କମ୍ପାନୀ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିବା ଜଣାପଡ଼ିଛି।...

ମୂଲ୍ୟବାନ୍‌ ଗଛ କାଟିନେଲେ

ରସୁଲପୁର,୭ା୪(ଡି.ଏନ.ଏ.): ରସୁଲପୁର ତହସିଲ ଅନ୍ତର୍ଗତ ପ୍ରଥମାଖଣ୍ଡି ପଞ୍ଚାୟତ ସଡ଼ମ୍ବା ଗ୍ରାମ ଦେଇ ଯାଇଥିବା ପୁରୁଣା ଜାତୀୟ ରାଜପଥ ପାର୍ଶ୍ୱରୁ ଗ୍ରାମର ୨ ବ୍ୟକ୍ତି ରାତି ଅଧିଆ...

Advertisement
Archives

Model This Week