ଶ୍ରେଣୀଗୃହରେ ଶୋଇପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ: ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ଫଟୋ

ନାଉଗାଁ,୪ା୨(ସ୍ବ.ପ୍ର.): ଗୋଟିଏ ଦିନରେ ୫ଜଣ ଶିକ୍ଷକଙ୍କୁ ଛୁଟି ଦେଇ ଚର୍ଚ୍ଚାକୁ ଆସିଥିଲେ
ନାଉଗାଁ ବ୍ଲକ ଅଧୀନ ବଚ୍ଛାଳୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଆବାସ ଲେଙ୍କା। ସୋମବାର ପୁଣି ଥରେ ସେ ଚର୍ଚ୍ଚାକୁ ଆସିଛନ୍ତି। ଯାହାକି ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ଶ୍ରେଣୀଗୃହରେ ଶିକ୍ଷୟିତ୍ରୀ ବସି ମୋବାଇଲ ଦେଖୁଦେଖୁ ଅନ୍ୟ ଏକ ଚେୟାରରେ ଗୋଡ଼ ରଖି ଶୋଇଥିବା ଫଟୋ ଭାଇରାଲ ହୋଇଛି। ଯାହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ବିଦ୍ୟାଳୟରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ପଢ଼ୁଥିଲେ ବି ପ୍ରଧାନଶିକ୍ଷୟିତ୍ରୀଙ୍କ କିଛି ଦାୟିତ୍ୱ ନ ଥିବା ଭଳି ମନେ ହେଉଛି। ଆଗକୁ ୧୦ମ ଶ୍ରେଣୀ ପରୀକ୍ଷା। ଏଥିପାଇଁ ମଧ୍ୟ କିଛି ଚିନ୍ତା କରୁ ନ ଥିବା ଅଭିଯୋଗ ହୋଇଛି। ପ୍ରଧାନଶିକ୍ଷୟିତ୍ରୀଙ୍କ ଏଭଳି ଶୋଇବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ଅନ୍ୟପକ୍ଷରେ ପ୍ରଧାନଶିକ୍ଷୟିତ୍ରୀଙ୍କ ଏହି ଫଟୋଟି ବ୍ଲକ ଶିକ୍ଷାଧିକାରୀଙ୍କ ନଜରକୁ ଅଣାଯାଇଥିଲେ ବି ସେ ଏହାକୁ ହାଲ୍‌କାଭାବେ ନେଇଛନ୍ତି। ଘଟଣା ସମ୍ପର୍କରେ ବ୍ଲକ ଶିକ୍ଷାଧିକାରୀ ମାଗୁଣି ଚରଣ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି, ପ୍ରଧାନଶିକ୍ଷୟିତ୍ରୀ କାହିଁିକି ଗୋଟିଏ ଦିନରେ ୫ ଜଣ ଶିକ୍ଷକଙ୍କୁ ଛୁଟି ଦେଇଥିଲେ ତାହାର ତଦନ୍ତ ପାଇଁ ଚିଠି କରାଯାଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଧାନଶିକ୍ଷୟିତ୍ରୀଙ୍କ ଶୋଇଥିବା ଫଟୋ ଭାଇରାଲ ସମ୍ପର୍କରେ ପଚାରିବାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ନାହିଁ ବୋଲି ପ୍ରକାଶ କରିଥିଲେ। ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ଲେଙ୍କାଙ୍କୁ ପଚାରିବାରେ ସେ କହିଥିଲେ, ମୋର ଆଖି ଖରାପ ଥିବାରୁ ଔଷଧ ପକାଇ କାନ୍ଥକୁ ଆଉଜିଥିଲି, ଶୋଇ ନ ଥିଲି। ଗୋଡ଼ ଭଲ ନ ଥିବାରୁ ଅନ୍ୟ ଏକ ଚେୟାରରେ ଗୋଡ଼ ରଖିଥିଲି।
ସୂଚନଯୋଗ୍ୟ, ୨୨ ଜାନୁୟାରୀରେ ସମ୍ପୃକ୍ତା ପ୍ରଧାନଶିକ୍ଷୟିତ୍ରୀ ୫ ଜଣ ଶିକ୍ଷକଙ୍କୁ ବିନା ଦରଖାସ୍ତାରେ ଛୁଟି ମଞ୍ଜୁର କରିଥିଲେ। ଯାହାକି ସରକାରଙ୍କ ନିୟମକୁ ଖୋଲା ଉଲଂଘନ କରାଯାଇଥିଲା। ଘଟଣାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ତଦନ୍ତ କରାଯାଇ ନାହିଁ। ଉକ୍ତ ବିଦ୍ୟାଳୟରେ ବିଭିନ୍ନ ଘଟଣା ଘଟୁଥିଲେ ବି କାହିଁକି ତଦନ୍ତ କରାଯାଉ ନାହିଁ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ୨ ଟ୍ରେନ୍‌ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…

ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…

ଜୋଲାପୁଟ ଡ୍ୟାମ୍‌ର ୮ ଗେଟ୍‌ ଖୋଲିଲା

ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ର ଜୋଲାପୁଟ ଜଳଭଣ୍ଡାର…

କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….

ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍‌ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…

କାଲି ମିଳିବ ୨୪ତମ ପିଏମ୍‌ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ପିଏମ୍‌ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…

ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…

ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି

ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ରେ ଅଧିନାୟକ…

ମୁଖ୍ୟରାସ୍ତାରେ ଛାତିଏ ପାଣି, ଘରେ ପଶିଲା ବନ୍ୟାଜଳ: ଦିଗପହଣ୍ଡି NAC ବୁଲି ସ୍ଥିତି ପରଖିଲେ ବିଧାୟକ, ସାହି-ବସ୍ତି ବୁଲି…

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ପ୍ରବଳ ବର୍ଷା ଯୋଗୁ ଦିଗପହଣ୍ଡି ଏନ୍‌ଏସି (NAC) ଅଞ୍ଚଳରେ ବ୍ୟାପକ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି…

ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ

କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?