ଶ୍ରୀରାମଲୀଳା ଉଦ୍‌ଯାପିତକଳାକାରଙ୍କ ଉଜାଗର, ସାତ୍ତ୍ୱିକ ଭୋଜନ ନିୟମ

ଟାଙ୍ଗୀ(ଖୋର୍ଦ୍ଧା),୨୧ା୫(ଡି.ଏନ.ଏ.)-ସମାଜରେ ଆଧ୍ୟାମତ୍ିକତା, ନୈତିକତା ଓ ସତ୍ୟନିଷ୍ଠାକୁ ଉଜ୍ଜୀବିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ବିଭିନ୍ନ ପୌରାଣିକ କଥାବସ୍ତୁକୁ ନେଇ ନାଟକ। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ମୁକ୍ତାକାଶ ରଙ୍ଗମଞ୍ଚରେ ସଦାଶିବ ଭଣତି ଶ୍ରୀରାମଲୀଳା ମଞ୍ଚ ନାଟକ ରବିବାର ଉଦ୍‌ଯାପିତ ହୋଇଯାଇଛି। ଶ୍ରୀରାମ ନବମୀଠାରୁ ନାଟକରେ ଅଭିନୟ କରିଥିବା କଳାକାରମାନେ ନିଷ୍ଠାର ସହ ସାତ୍ତ୍ୱିକ ଭୋଜନ କରି ସାରାରାତି ଉଜାଗର ରହିଥିଲେ । ଶିବଧନୁ ଭଙ୍ଗ, ସୀତା ବିବାହ, ପିତୃସତ୍ୟ ପାଳି ରାମ ବନବାସ, ସୀତା ହରଣ, ସୁଗ୍ରୀବଙ୍କ ସହ ମିତ୍ରତା, ବାଳିବଧ, ସୀତାଠାବ, ଲଙ୍କାପୋଡି, ସେତୁବନ୍ଧ ପ୍ରତିଷ୍ଠା, କୁମ୍ଭକର୍ଣ୍ଣ, ଇନ୍ଦ୍ରଜିତ, ତରଣୀସେନ, ମହିରାବଣ ଓ ଶେଷରେ ରାବଣ ଆଦିଙ୍କ ବଧ ପରେ ରାମାଭିଷେକ ଅନୁଷ୍ଠିତ ହୋଇଥିଲା । ବିଭୁପଦ ରାଉତ, ଦୀପକ ରାଉତ, ସଞ୍ଜୟ ତରାଇ, ଅଜୟ କୁମାର ନାୟକ, ଉଦୟନାଥ ବାହୁବଳେନ୍ଦ୍ର, ଚନ୍ଦନ ରାଉତ, ଲିପୁନି ନାୟକ, ଚନ୍ଦନ ଜେନା, ଗୁନା ରାଉତ ଓ ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି ବାଳକୃଷ୍ଣ ମିଶ୍ର(ରାବଣ)ଭୂମିକାରେ ଅଭିନୟ କରିଥିଲେ। ଗାୟକ ଭାବେ ପ୍ରଫୁଲ୍ଲ ରାଉତ ଓ ଫେଲୁ ରାଉତ ଯୋଗ ଦେଇଥିଲେ। ରାମଲୀଳା ଦେଖିବା ପାଇଁ ସହସ୍ରାଧିକ ଦର୍ଶକଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ରରେ ଶ୍ରୀଶ୍ରୀ ଦଧିବାମନଙ୍କ ସୁନାବେଶ

ଭଟଲି,୧୩।୭(ଡି.ଏନ୍‌.ଏ): ପଶ୍ଚିମୋତ୍କଳ ଶ୍ରୀକ୍ଷେତ୍ର ଭାବେ ଅଭିହିତ ବରଗଡ଼ ଜିଲା ଭଟଲି ଦଧିବାମନ ଧାମରେ ପ୍ରଭୁ ଶ୍ରୀଶ୍ରୀ ଦଧିବାମନଙ୍କ ନବଦିନାମତ୍କ ଗୁଣ୍ଡିଚା ଯାତ୍ରା ସମାପନ ହୋଇଯାଇଛି ।...

ପୁରୀରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ପ୍ରସ୍ତାବ

ଭୁବନେଶ୍ୱର,୨୯। ୧୦(ବ୍ୟୁରୋ): ପୁରୀକୁ ଆସୁଥିବା ଅଣହିନ୍ଦୁ ଓ ବିଦେଶୀଙ୍କୁ ଶ୍ରୀମନ୍ଦିରର ଇତିହାସ, ପ୍ରତିଷ୍ଠା, ଜଗନ୍ନାଥ ସଂସ୍କୃତିର ମହତ୍ତ୍ବ ବିଷୟରେ ଅବଗତ କରିବା ଲାଗି ଲାଇଟ୍‌ ଆଣ୍ଡ୍‌...

ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା, ସୁସ୍ଥ ହେଲେଣି ୬

ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଜିଲାରେ ଶନିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷରେ...

ମରାମତି ହୋଇପାରୁନି ନଦୀବନ୍ଧ : ଜଳସମ୍ପଦ ବିଭାଗର ଅର୍ଥ ଅଭାବ

ବିରିଡ଼ି,୯।୮(ଡି.ଏନ.ଏ.): ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଓ ଜଳ ସମ୍ପଦ ବିଭାଗର ଖାମଖିଆଲ ନୀତି ଯୋଗୁ ଜଗତ୍‌ସିଂହପୁର ଜଳସମ୍ପଦ ଡିଭିଜନ ଅଧୀନ ୨୨ ମୌଜା ଶଙ୍ଖାରିସାହି...

ସାପ କାମୁଡ଼ାରେ ନାବାଳକ ମୃତ

ଅନୁଗୋଳ ଅଫିସ,୧୪।୯: ଅନୂୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ପୋଡ଼ାପଡ଼ା ଅଞ୍ଚଳର ଶକ୍ତି ପ୍ରସାଦ ନାଏକ(୧୬)।...

ତାରାତାରିଣୀ ପୀଠକୁ ସ୍ବତନ୍ତ୍ର ବସ୍‌ ଚଳାଚଳର ଶୁଭାରମ୍ଭ

ପୁରୁଷୋତ୍ତମପୁର, ୨।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ ତାରାତାରିଣୀଙ୍କ ପୀଠକୁ ଆସୁଥିବା ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଲାଗି ମଙ୍ଗଳବାର ସ୍ବତନ୍ତ୍ର ବସ୍‌ ସେବାର...

ମନ୍ଦିର ଖୋଲିବା ଦାବିରେ ଶଙ୍କରାଚାର୍ଯ୍ୟଙ୍କୁ ଗୁହାରି

ପୁରୀ ଅଫିସ,୧୬।୧୧: ମହାମାରୀ କରୋନା ପାଇଁ ଦୀର୍ଘ ୮ମାସ ହେବ ରାଜ୍ୟର ବିଭିନ୍ନ ମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ...

କୃଷ୍ଣପ୍ରସାଦରେ ପାନୀୟଜଳ ସଙ୍କଟ: ପମ୍ପ୍‌ହାଉସରେ ତାଲା ପକାଇ ଧାରଣା

କୃଷ୍ଣପ୍ରସାଦ,୨୩ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତରେ ଜଳ ସଙ୍କଟ ଦେଖାଦେଇଛି। ଏହାର ପ୍ରତିକାର ପାଇଁ ଶନିବାର ଲୋକେ ପମ୍ପ୍‌ହାଉସରେ ତାଲା ପକାଇ...


Coronavirus Update

Archives

Model This Week

Why Dharitri