ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରସଙ୍ଗ:ରାଜ୍ୟ ଜଣାଇଲେ ପଦକ୍ଷେପ ନେବ କେନ୍ଦ୍ର

ପୁରୀ ଅଫିସ, ୧।୩: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଜାତୀୟ କର୍ମଶାଳାରେ ଯୋଗଦେବାକୁ ଯିବା ପୂର୍ବରୁ ସକାଳେ କେନ୍ଦ୍ରମନ୍ତ୍ରୀ ପଟେଲ ଶ୍ରୀମନ୍ଦିରକୁ ଆସିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢା ପରିସର ଅନ୍ୟାନ୍ୟ ମନ୍ଦିର ବୁଲି ଦେଖିଥିଲେ। ସିଂହଦ୍ୱାରଠାରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ମହାପ୍ରଭୁଙ୍କୁ ଦର୍ଶନ କରିବାରେ ଯେଉଁ ଆନନ୍ଦ ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ। ଦେଶବାସୀଙ୍କ ଉପରେ ଭଗବାନ ଏହିପରି ସର୍ବଦା ଆଶୀର୍ବାଦ ରଖିଥାନ୍ତୁ। ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢୁଛି। ବର୍ତ୍ତମାନ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱ ଉଚ୍ଛେଦ କରାଯାଇ ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ଏ କ୍ଷେତ୍ରରେ ଯଦି କୌଣସି ପ୍ରକାର ସହଯୋଗ ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରନ୍ତି ତେବେ ନିଶ୍ଚିତ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରକାଶ କରିଥିଲେ। ମନ୍ତ୍ରୀ ପଟେଲ ଦର୍ଶନ ସାରି ଫେରିଯିବାକୁ ପ୍ରସ୍ତୁତ ହେଉଥିବାବେଳେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପହଞ୍ଚତ୍ଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀଙ୍କର ଶ୍ରୀମନ୍ଦିର ସମ୍ମୁଖରେ ସାକ୍ଷାତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିୟମଗିରିରେ ମାଓବାଦୀ ପୋଷ୍ଟର

ରାୟଗଡ଼ା,୨୬।୧: (ସ୍ବ.ପ୍ର.): ଗୋଟିଏ ପଟେ ଦେଶବ୍ୟାପୀ ସାଧାରଣତନ୍ତ୍ର ଦିବସ ପାଳନ ହେଉଥିବା ବେଳେ ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି।...

ଗଡୁନି ବସ୍‌, ଦୁର୍ଦ୍ଦିନରେ ନିର୍ଭରଶୀଳ ପରିବାର

ବାରିପଦା ଅଫିସ,୨୯।୬- କରୋନାର ଦ୍ୱିତୀୟ ଲହର ସଂକ୍ରମଣ ପାଇଁ ସବୁଆଡ଼େ ଯାତ୍ରୀବାହୀ ବସ୍‌ ବନ୍ଦ ହୋଇଛି। ମୟୂରଭଞ୍ଜ ଜିଲାରେ ମଧ୍ୟ ଶହ ଶହ ଯାତ୍ରୀବାହୀ ବସ୍‌...

ବିଦ୍ୟୁତ୍‌ ସଂସ୍ପର୍ଶରେ ଯୁବକଙ୍କ ପ୍ରାଣ ଗଲା

ବାଲେଶ୍ୱର ଅଫିସ, ୨୭।୯: ବାଲେଶ୍ୱର ଚାନ୍ଦିପୁର ଥାନା ବଡ଼କିଆ ଗ୍ରାମର ବସନ୍ତ ସାମଲ (୩୫) ଶୁକ୍ରବାର ପୂର୍ବାହ୍ନରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି। ବସନ୍ତ...

କରୋନା ସହାୟତା: ଅଙ୍ଗନଓ୍ବାଡି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ

ସୋନପୁର,୧୬।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଅଲ୍‌ ଓଡିଶା ଅଙ୍ଗନଓ୍ବାଡି ଲେଡିଜ୍‌ ଓ୍ବାର୍କରସ ଆସୋସିଏଶନ ସୁବର୍ଣ୍ଣପୁର ଜିଲା ଶାଖା ୨ଲକ୍ଷ ୮୦ହଜାର ଟଙ୍କା ଦାନ...

୨ ବେଆଇନ କ୍ଲିନିକ୍‌ରେ ପ୍ରଶାସନର ଚଢ଼ାଉ

ଗୋପାଳପୁର,୫ା୧ -ଦୀର୍ଘବର୍ଷ ହେଲା ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଅଞ୍ଚଳରେ ନକଲି ଡ଼ାକ୍ତରଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ବେଆଇନ କ୍ଲିନିକ କରି ରୋଗୀଙ୍କୁ ଚିକିତ୍ସା ଆଳରେ...

ପୂରଣ ହେଉନି ବସ୍‌ଷ୍ଟାଣ୍ଡ ପ୍ରତିଶ୍ରୁତି

ଛେଣ୍ଡିପଦା,୨୧ା୧୨ (ସ୍ବ.ପ୍ର.) ଅନୁଗୋଳ ଜିଲାର ଛେଣ୍ଡିପଦା ବ୍ଲକରେ ରହିଛି କୋଇଲା ଖଣି। ଦୈନିକ ଶତାଧିକ ଟ୍ରକ୍‌ରେ ଏଠାରୁ କୋଇଲା ବିଭିନ୍ନ କାରଖାନାକୁ ଯାଉଛି। ଆଗାମୀ ଦିନରେ ଆହୁରି...

ଭଦ୍ରକରେ ରାତ୍ରକାଳୀନ କର୍ଫ୍ୟୁ ଜାରି: ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ବାହାରକୁ ବାହାରିବା ମନା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲାରେ ମଙ୍ଗଳବାରଠାରୁ ଆଗାମୀ ୧୭ ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ...

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

Advertisement
Archives

Model This Week