ଶ୍ରୀମନ୍ଦିର ସଂସ୍କାର ମାମଲାର ରାୟ ଶୁକ୍ରବାର

ନୂଆଦିଲ୍ଲୀ,୨୩-୧୦(ସ୍ବ.ପ୍ର.):ପୁରୀ ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଉତ୍ତମ ବ୍ୟବସ୍ଥା ନିମନ୍ତେ ସୁପ୍ରିମ୍‌କୋର୍ଟରେ ଚାଲିଥିବା ସଂସ୍କାର ମାମଲାର ଏକ ରାୟ ଆସନ୍ତା ଶୁକ୍ରବାର ପ୍ରକାଶ ପାଇବ। ଶ୍ରୀମନ୍ଦିରରେ ଭକ୍ତଙ୍କୁ ହଇରାଣ କରାଯାଉଥିବା ନେଇ ଏକ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଏର ହୋଇଛି। ଜଷ୍ଟିସ ଅରୁଣ ମିଶ୍ର, ଏମ୍‌.ଆର. ଶାହ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି କହିଛନ୍ତି, ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରାଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁଙ୍କ ବାଧାମୁକ୍ତ ଦର୍ଶନ ପାଇଁ ଉପଯୁକ୍ତ ସଂସ୍କାର ଅଣାଯିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଖଣ୍ଡପୀଠ ଦର୍ଶାଇଛନ୍ତି ଯେ, ବୈଷ୍ଣୋଦେବୀ କିମ୍ବା ତିରୁପତି ମନ୍ଦିରରେ ଧକ୍କା କିମ୍ବା ଠେଲାପଲା ପରିସ୍ଥିତି ଦେଖିବାକୁ ମିଳେନି। କିନ୍ତୁ ଆଶ୍ଚର୍ଯ୍ୟ ଯେ, ଶ୍ରୀମନ୍ଦିରରେ ସେବାୟତ ଭକ୍ତଙ୍କୁ ପର୍ସର ଯତ୍ନ ନେବାକୁ କହୁଛନ୍ତି। କେହି ନିଜର ଫର୍ସ ଜାବୁଡ଼ି ଧରିବ ନା ଠାକୁରଙ୍କୁ ଦର୍ଶନ କରିବ? ସେହିପରି କେହି କେହି ଟଙ୍କା ଦାବି କରୁଛନ୍ତି। ଏହା ଉପରେ କାହାରି ନିୟନ୍ତ୍ରଣ କି କଟକଣା ନାହିଁିଁ ବୋଲି ଖଣ୍ଡପୀଠ ଚିନ୍ତାବ୍ୟକ୍ତ କରିଛନ୍ତି। ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ପୂର୍ବରୁ ପୁରୀ ଗସ୍ତ କରି ସଂସ୍କାର ସମ୍ପର୍କରେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ, ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସମେତ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ। ଏ ସମ୍ପର୍କରେ ସେ ଶୁଣାଣି ବେଳେ ସୁପ୍ରିମ୍‌କୋର୍ଟଙ୍କୁ ଅବଗତ କରାଇଛନ୍ତି। ସେହିପରି ଶ୍ରୀମନ୍ଦିରରେ ସଂସ୍କାର ପାଇଁ କ’ଣ କରାଯାଇପାରିବ ଏବଂ ଜିଲା ଜଜ୍‌ଙ୍କ ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମ୍‌କୋର୍ଟରେ ଦାଖଲ କରିଛନ୍ତି। ଆମିକସ୍‌ କ୍ୟୁରିଙ୍କ ରିପୋର୍ଟ ଉପରେ ମନ୍ଦିର ପ୍ରଶାସନର ପ୍ରତିକ୍ରିୟା ସମ୍ପର୍କିତ ରିପୋର୍ଟ ମଧ୍ୟ ଓକିଲଙ୍କ ଜରିଆରେ ଦାଖଲ କରାଯାଇଛି। ଖଣ୍ଡପୀଠ ଆଗକୁ ରୀତିନୀତିରେ ହସ୍ତକ୍ଷେପ କରିବାକୁ ଚାହୁଁନାହାନ୍ତି। କାରଣ ଏହା ଆଭ୍ୟନ୍ତରୀଣ ମାମଲା। ମନ୍ଦିର ପ୍ରଶାସନ ଏହାର ଯତ୍ନ ନେବ। କିନ୍ତୁ ଜିଲା ଜଜ୍‌ଙ୍କ ସୁପାରିସ କାର୍ଯ୍ୟକାରିତାକୁ ତଦାରଖ ପାଇଁ ଏକ କମିଟି ଗଠନ କରାଯିବାକୁ ଚିନ୍ତା କରାଯାଉଛି। ଏ ଦିଗରେ ମନ୍ଦିର ପ୍ରଶାସନର ମତାମତ ମଧ୍ୟ ନିଆଯିବ।
ଅନ୍ୟପକ୍ଷରେ ପୁରୀ ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଚଳାଇଥିବା ଉଚ୍ଛେଦ ଅଭିଯାନ, ପ୍ରଭାବିତ ଲୋକଙ୍କ ଥଇଥାନ ଏବଂ ପୁନଃବସତି ସମ୍ପର୍କରେ ଏକ ଷ୍ଟାଟସ୍‌ ରିପୋର୍ଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ଉଚ୍ଛେଦ ଅଭିଯାନକୁ ଆବେଦନକାରୀ ଦେବାଶିଷ ମଶ୍ର କୋର୍ଟରେ ଚ୍ୟାଲେଞ୍ଜ କରିଥିବାବେଳେ ଆଉ କେତେଜଣ ଆବେଦନକାରୀ ସରକାରଙ୍କ ପଦକ୍ଷେପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଦେବାଶିଷ ମିଶ୍ର ଖଣ୍ଡପୀଠଙ୍କୁ ଅନୁରୋଧ କରିଛନ୍ତି ଯେ, ଅବସରପ୍ରାପ୍ତ ବିଚାରପତି ଜି.ବି. ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇ ପୁରୀରେ ସରକାରଙ୍କ ଦ୍ୱାରା ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ତଦାରଖ କରାଯାଉ। ଏହି କାର୍ଯ୍ୟ ପ୍ରାୟ ୩ ବର୍ଷ ଧରି ଚାଲିବ ବୋଲି ମିଶ୍ର ଦର୍ଶାଇଛନ୍ତି। ହେଲେ ଅବସରପ୍ରାପ୍ତ ବିଚାରପତି ପଟ୍ଟନାୟକ ଓ ଅନ୍ୟମାନେ କମିଟିରେ ରହିବାକୁ ଇଚ୍ଛୁକ କି ନାହିଁ ସେମାନଙ୍କ ମତ ଦେବାକୁ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ିଆ ପଡ଼ିଛି ଚାଷଜମି

ବନ୍ତ, ୩ା୯(ଡି.ଏନ.ଏ.):  ଭଦ୍ରକ ଜିଲା ବନ୍ତ ବ୍ଲକର ବହୁ ଚାଷଜମି ଧାନ ତଳି ଅଭାବରୁ ପଡ଼ିଆ ପଡ଼ିଛି। ସରକାରୀ ବିହନ ଗଜା ନ ହେବାରୁ ଏଭଳି...

ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଇକୋ ରିଟ୍ରିଟ୍‌ କାର୍ଯ୍ୟ

ଦାରିଙ୍ଗବାଡ଼ି,୨୩ା୧୦(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏବେ ଦୁଇଦିନ ହେଲା ଶୀତ ଅନୁଭୂତ ହେଉଛି। ତାପମାତ୍ରା ତଳମୁହାଁ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପାର୍ବଣ...

ରାଜଧାନୀରୁ ୧ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ଗିରଫ

ଭୁବନେଶ୍ୱର, ୨।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଆଇଗିଣିଆ ୧୬ ନଂ. ଜାତୀୟ ରାଜପଥ ନିକଟରୁ ମଙ୍ଗଳବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ୨ ନିଶା ବେପାରୀଙ୍କୁ ଗିରଫ କରିଛି।...

ପାରଳା ମୁଖ୍ୟରାସ୍ତା ଜବରଦଖଲ ଉଚ୍ଛେଦ

ପାରଳାଖେମୁଣ୍ଡି, ୧୯।୪(ଡି.ଏନ୍‌.ଏ.): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ୱକୁ ଲାଗି ରହିଥିବା ସ୍ଥାନଗୁଡିକରେ ଜବରଦଖଲ ଉଚ୍ଛେଦ କରାଯାଇଛି ।...

ମ୍ୟୁନିସିପାଲଟି କାର୍ଯ୍ୟଳୟରେ ଭିଜିଲାନ୍ସ ଚଢ଼ାଉ

ବାରିପଦା ଅଫିସ, ୧୫।୨: ମୟୂରଭଞ୍ଜ ଜିଲା ବାରିପଦା ମ୍ୟୁନିସିପାଲଟି କାର୍ଯ୍ୟଳୟରେ ମଙ୍ଗଳବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ମ୍ୟୁନିସିପାଲଟି ଅଧୀନରେ ଥିବା ସମସ୍ତ...

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ) ବିଲ୍‌-୨୦୨୧ ରାଜ୍ୟ ସଭାରେ ଗୃହୀତ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ରାଜ୍ୟ ସଭାରେ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ନେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ(ସଂଶୋଧନ)...

ସଡ଼କ ସୁରକ୍ଷା ନିୟମ ପାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ସୋମବାରଠାରୁ ଦେଶରେ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଛି। ଏହା ଜାନୁୟାରୀ ୧୮ରୁ ଫେବୃୟାରୀ ୧୭ ତାରିଖ ଯାଏ ଚାଲିବ। ଏହି ଅବସରରେ...

ଘର ଭାଙ୍ଗି ଫସଲ ନଷ୍ଟ କଲେ ହାତୀ

ତେଲକୋଇ,୭।୧: କେନ୍ଦୁଝର ଜିଲା ହାଲପୋଡି ଗ୍ରାମରେ ଏକ ଦନ୍ତା ହାତୀ ଘର ଭାଙ୍ଗି ଫସଲ ନଷ୍ଟ କରିଛି। ଦନ୍ତାଟି ବୁଧବାର ରାତିରେ ହାଲପୋଡି ଗ୍ରାମରେ ପଶି...

Advertisement
Archives

Model This Week