ଶ୍ରୀମନ୍ଦିରରେ ପାନ, ଗୁଟ୍‌ଖା କଟକଣା : ଭକ୍ତଙ୍କୁ ଜରିମାନା, ସେବକଙ୍କୁ ମାଫ୍‌

ପୁରୀ ଅଫିସ,୧୨ା୮ : ପାନ, ଗୁଟ୍‌ଖା ଖାଇ କେହି ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ। ସେବାୟତ ହୁଅନ୍ତୁ ଅବା ଭକ୍ତ କିମ୍ବା ମନ୍ଦିର କର୍ମଚାରୀ କାହାରିକୁ ବାଦ୍‌ ଦିଆଯିବ ନାହିଁ। ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରିଥିଲେ ୫୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଅଗଷ୍ଟ ୧ତାରିଖରୁ ଏହି ନିୟମ କଡ଼ାକଡ଼ିି ଭାବେ ଲାଗୁ ହୋଇଛି। ତେବେ ଏହା କ’ଣ କେବଳ ଭକ୍ତଙ୍କ ପାଇଁ ଲାଗୁ କି ବୋଲି ଉଠିଛି ପ୍ରଶ୍ନ। ଯେଉଁ ସେବକମାନେ ଶ୍ରୀମନ୍ଦିର ଭିତରେ ପାନ ଖାଉଛନ୍ତି ସେମାନଙ୍କୁ ମାଫ୍‌ କରିଦିଆଯାଉଥିବା ଅଭିଯୋଗ ହେଉଛି। ଠାକୁରଙ୍କ ପାଖରେ ସମସ୍ତେ ସମାନ। ଶ୍ରୀମନ୍ଦିରରେ ସ୍ବଚ୍ଛତା ପାଇଁ ଯଦି କିଛି ନିୟମ ଲାଗୁ ହେଉଛି ତାହା ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ହେବା ଦରକାର ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ବିଭିନ୍ନ ସ୍ଥାନରେ ପାନଛେପ ପଡ଼ିବା ପରେ ଏହାକୁ ଗୁରୁତ୍ୱର ସହ ନେଇଥିଲା ମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ କରାଯାଇଥିଲା। ପାନ ଛେପ ପଡ଼ିଥିବା ସ୍ଥାନଗୁଡ଼ିକରେ ଚୂନଲେପ ଦିଆଯାଇ ସଫା କରାଯାଇଥିଲା। ମାତ୍ର ସ୍ଥିତିରେ ପରିବର୍ତ୍ତନ ଆସି ନ ଥିଲା। କିଛିଦିନ ପରେ ପୁଣି ପାନଛେପରେ ନାଲି ହୋଇଥିଲା ଅନେକ ସ୍ଥାନ। ତେଣୁ ଗତ ୨୯ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଥିଲା। ସେବକ, ଭକ୍ତ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ପାନ, ଗୁଟ୍‌ଖା, ପାନମସଲା ଖାଇ ବା ମନ୍ଦିର ଭିତରକୁ ନେଇ ଯାଇପାରିବେ ନାହିଁ। ପ୍ରବେଶ ପଥରେ ଯାଞ୍ଚ ହେବ। ଯଦି ଏସବୁ ଖାଇ କେହି ମନ୍ଦିର ଭିତରେ ଧରାପଡ଼ିିବେ ତାଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଅଗଷ୍ଟ ୧ରୁ କଟକଣାକୁ କଡ଼ାକଡ଼ିି ଲାଗୁ କରିଛି ଶ୍ରୀମନ୍ଦିର ପ୍ରଶାସନ। ଏ ସଂକ୍ରାନ୍ତରେ ସଚେତନତା ଲାଗି ଶ୍ରୀମନ୍ଦିର ଭିତର ସମେତ ଚାରିଦ୍ୱାରରେ ସୂଚନାଫଳକ ଲଗାଯାଇଛି। ତେବେ ଭକ୍ତ ଧରାପଡ଼ିିଲେ ଜରିମାନା ଆଦାୟ କରାଯାଉଛି। କିନ୍ତୁ ସେବକଙ୍କ କ୍ଷେତ୍ରରେ ଏହି କଟକଣା ଲାଗୁ ହେଉ ନ ଥିବା ଅନେକ ଶ୍ର୍ରଦ୍ଧାଳୁ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ବେଢା ପରିସରରେ ହାତଗଣତି କେତେଜଣ ସେବାୟତ ପାନ ଖାଇ ବୁଲୁଛନ୍ତି। ସେମାନଙ୍କୁ ତାଗିଦ୍‌ କରାଯାଉ ନାହିଁ କିମ୍ବା ଜରିମାନା କଥା ବି କୁହାଯାଉନାହିଁ। କିନ୍ତୁ କେହି ଭକ୍ତ ପାନ କିମ୍ବା ଗୁଟଖା ଖାଇ ଧରାପଡ଼ିଲେ ତାଙ୍କଠାରୁ ଜରିମାନା ଆଦାୟ ପାଇଁ ଜୁଲମ ହେଉଛି। ଶନିବାର ଶ୍ରୀମନ୍ଦିରକୁ ଆସିଥିବା କେନ୍ଦ୍ରାପଡ଼ାର ସୁରେନ୍ଦ୍ର ସ୍ବାଇଁ କହିଛନ୍ତି, ଏହି ନିଷ୍ପତ୍ତି ସ୍ବାଗତଯୋଗ୍ୟ। ଏହାଦ୍ୱାରା ମନ୍ଦିର ପରିସର ସ୍ବଚ୍ଛ ରହିବ। ତେବେ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ଦରକାର। କିଛିଦିନ ଧରପଗଡ଼ ପରେ ବନ୍ଦ ହୋଇଗଲେ ଏହାର କୌଣସି ଅର୍ଥ ରହିବ ନାହିଁ। କେବଳ ଭକ୍ତ ନୁହଁନ୍ତି ସେବାୟତ ହୁଅନ୍ତୁ କିମ୍ବା ଶ୍ରୀମନ୍ଦିର କର୍ମଚାରୀ ଯେଉଁମାନେ ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ପ୍ରବେଶ କରୁଛନ୍ତି ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବା ଦରକାର। ଫଳରେ ଜଣେ ଦ୍ୱିତୀୟ ଥର ପାନ, ଗୁଟ୍‌ଖା ଖାଇ ମନ୍ଦିରକୁ ଯିବାକୁ ଚାହିଁବେ ନାହିଁ।
ସମ୍ପର୍କରେ ଶ୍ରୀମନ୍ଦିର ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି, ଅଗଷ୍ଟ ୧ ତାରିଖଠାରୁ ପାନ, ଗୁଟୁଖା କଣାକଣାକୁ କଡାକଡି ଭାବେ ଲାଗୁ କରାଯାଇଛି। ଅନେକ ଧରାପଡି ଜରିମାନା ଦେଲେଣି। ତେବେ ଯେଉଁମାନେ ଲୁଚେଇ ଛପେଇ ମନ୍ଦିର ବେଢା ପରିସରରେ ପାନ, ଗୁଟୁଖା ଆଦି ଖାଉଛନ୍ତି ସେମାନଙ୍କୁ ଅତିଶୀଘ୍ର ଠାବ କରାଯାଇ ଜରିମାନା ଆଦାୟ କରାଯିବ। ଯେଉଁଠି ଶ୍ରୀମନ୍ଦିରର ସ୍ବଚ୍ଛତା ଏବଂ ପବିତ୍ରତାର କଥା ଉଠୁଛି ତାହାକୁ ସ୍ବତଃପ୍ରବୃତ୍ତ ଭାବେ ସମସ୍ତେ ମାନିନେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଦାୟିତ୍ୱ ନେଲେ ଶର୍ମିଷ୍ଠା ପ୍ରଧାନ

ଛତ୍ରପୁର,୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଭାବେ ଶର୍ମିଷ୍ଠା ପ୍ରଧାନ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଛତ୍ରପୁର ଏନ୍‌ଏସିକୁ ମ୍ୟୁନିସିପାଲିଟି ମାନ୍ୟତା...

ଗଡ଼ୁନି ଗାଡ଼ି, ପୂରୁନି ପେଟ-ଦୁଃଖରେ ଦିନ କାଟୁଛନ୍ତି ଚାଳକ, ହେଲ୍‌ପର ଓ କଣ୍ଡକ୍ଟର

ପୁରୀ ଅଫିସ,୩୧ା୩ : ପର୍ଯ୍ୟଟନ ସହର ପୁରୀ। ଦେଶ, ବିଦେଶର ପର୍ଯ୍ୟଟକଙ୍କ ଆଗମନ ଉପରେ ଅନେକ ପରିବାରର ଭାତହାଣ୍ଡି ନିର୍ଭର କରେ। ପର୍ଯ୍ୟଟକ ଆସିଲେ ଦି’...

ବାତ୍ୟା ମୁକାବିଲା: ଆଶ୍ରୟ ସ୍ଥଳ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ବାତ୍ୟା ‘ୟାସ୍‌’ ଜନିତ ସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପ୍ରସ୍ତୁତ ହୋଇଛି। ଆବଶ୍ୟକ ସମୟରେ ଲୋକଙ୍କୁ କିପରି ଆଶ୍ରୟସ୍ଥଳୀକୁ...

୮ରେ ଧର୍ମଘଟ ପାଇଁ ସିଟୁର ଆହ୍ବାନ

ବାଲିଆ,୨୬ା୧୨: ଓଡ଼ିଶା ନିର୍ମାଣ ଶ୍ରମିକ ୟୁନିୟନ ଓ ସିଟୁ ଜିଲା କମିଟି ତରଫରୁ ବିରିଡି ବ୍ଲକର ଧ୍ୟାନକୁଦଠାରେ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଶ୍ରମିକ...

ଗଞ୍ଜାମରେ ବେକାବୁ କରୋନା: ଜିଲାରେ ଆକ୍ରାନ୍ତ ସଂଖ୍ୟା ୮୩

ଭୁବନେଶ୍ୱର,୯।୫(ବ୍ୟୁରୋ): ପୁଣି ଚିନ୍ତା ବଢ଼ାଇଲା ଗଞ୍ଜାମ। ଜିଲାରେ ଶୁକ୍ରବାର ୪୩ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ଶନିବାର ୧୨ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଏବେ...

ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲାପାଳ

କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା...

ତଦନ୍ତ ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ହାଟଡ଼ିହୀ,୧୭ା୩(ଡିି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନ ଶଢା ପଞ୍ଚାୟତ ସରପଞ୍ଚ ପଦବୀ ଲାଗି ହୋଇଥିବା ନିର୍ବାଚନରେ ଭୋଟ ଗଣତିକୁ ନେଇ ବିବାଦ ଦେଖାଦେଇଛି। ଏନେଇ ପରାଜିତ...

ସରପଞ୍ଚ, ସମିତିସଭ୍ୟ ପ୍ରାର୍ଥୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ବାସୁଦେବପୁର, ୧୩।୨(ଡି.ଏନ.ଏ.)-ବାସୁଦେବପୁର ବ୍ଲକର ବରଣ୍ଡୁଆ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ମଳିକ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରଭାସ ଚନ୍ଦ୍ର ମହାନ୍ତି ଶ୍ରୀମଦ୍‌ ଭଗବଦ୍‌ ଗୀତା...

Advertisement
Archives

Model This Week