ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ:ରାଧା ଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ ଅଫିସ, ୯।୧୦: ବୁଧବାର ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥିରୁ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଛି। ରତ୍ନ ସିଂହାସନରେ ମହାପ୍ରଭୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଠାକୁରଙ୍କ ଏହି ମହାର୍ଗ ବେଶ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ଅନୁଷ୍ଠିତ ହେବ। ଚଳିତବର୍ଷ ପଞ୍ଚକ ପାଞ୍ଚ ଦିନ ହେବ।
ବୁଧବାର ଥିଲା ଶ୍ରୀମନ୍ଦିରରେ କାର୍ତ୍ତିକ ନୀତିର ପ୍ରଥମ ଦିନ। ଭୋରରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବାପରେ ଭିତର ଶୋଧ ହୋଇ ଠାକୁରଙ୍କ ମଙ୍ଗଳ ଆଳତି ହୋଇଥିଲା। ମଇଲମ ଓ ତଡ଼ପଲାଗି ବଢ଼ି ଅବକାଶ ନୀତି ସରିଥିଲା। ଏହା ପରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ରାଇଦାମୋଦର (ରାଧା ଦାମୋଦର) ବେଶରେ ସଜ୍ଜିତ କରିଥିଲେ। ଏହି ବେଶରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା। ଏଥର ପଞ୍ଚକ ୫ ଦିନ ଅର୍ଥାତ୍ ନଭେମ୍ବର ୮ ତାରିଖରେ ମହାପ୍ରଭୁଙ୍କର କିଆଠିଆ ତଥା ଲକ୍ଷ୍ମୀନାରାୟଣ ବେଶ, ୯ରେ ବାମନ, ୧୦ରେ ତ୍ରିବିକ୍ରମ, ୧୧ରେ ଲକ୍ଷ୍ମୀନୃସିଂହ, ୧୨ରେ ରାଜାଧିରାଜ ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ଅମାବାସ୍ୟାଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ମଧ୍ୟରେ ସୋମବାର ପଡ଼ିଲେ ମହାପ୍ରଭୁଙ୍କ ହରିହର ବେଶ ହୋଇଥାଏ। ନଭେମ୍ବର ୪ ତାରିଖ ସୋମବାର ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ଠାକୁରଙ୍କର ହରିହର ବେଶ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବ୍ରହ୍ମପୁର ଅଫିସ,୩୧ା୮-ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟବଜାର ଛକ ନିକଟ ଏକ ଘରୋଇ ହସ୍ପିଟାଲରେ ଜଣେ ନାବାଳକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି। ମୃତ ମୃତ...

ନୀଳଗିରିକୁ ଯାତ୍ରୀବାହୀ ଟ୍ରେନ୍‌ ଖୁବ୍‌ଶୀଘ୍ର

ବାଲେଶ୍ୱର ଅଫିସ, ୨୭ା୪ – ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ମଣ୍ଡଳ ଡିଆର୍‌ଏମ୍‌ ମନୋରଞ୍ଜନ ପ୍ରଧାନ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ରେଳଷ୍ଟେଶନର ମଡ଼େଲ ବିଲ୍ଡିଂ...

୨୭ ବର୍ଷର ଜବରଦଖଲ ହଟିଲା

ଢେଙ୍କାନାଳ ଅଫିସ୍‌,୧୭ା୩: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କାଣ୍ଡବିନ୍ଧା ଗ୍ରାମରେ ଖେଳପଡ଼ିଆ ପାଇଁ ଉଦ୍ଦିଷ୍ଟ ସରକାରୀ ଜାଗା ଜବରଦଖଲ ମୁକ୍ତ ହୋଇଛି। ଦୀର୍ଘ ୨୭ବର୍ଷ ଧରି ସେହି...

ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ପରଲୋକ

ଅମରପାଲି, ୧୨ା୮(ଡି.ଏନ.ଏ.):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଞ୍ଚଳର ବରିଷ୍ଠ ଫଟୋ ସାମ୍ବାଦିକ ଶ୍ରବଣ ପ୍ରଧାନଙ୍କ ଗୁରୁବାର ପ୍ରତ୍ୟୁଷରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୫୩ବର୍ଷ ହୋଇଥିଲା।...

ଅସଲି ଟ୍ରାନ୍‌ଜିଟ୍‌ ପାସ୍‌ ଖୋଜୁଛି ନିର୍ମାଣ ବିଭାଗ

ଯାଜପୁର ଅଫିସ,୨୮ା୪: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରୁ ଯୋଗାଣ ହୋଇଥିବା ପଥର ସାମଗ୍ରୀର ୱାଇ ଫର୍ମ ବା ଟ୍ରାନ୍‌ଜିଟ୍‌ ପାସ୍‌(ଟିିପି)ର ଅସଲି ତଥା ଯର୍ଥାଥତା...

ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଆସିକା,୫ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଏନ.ଭି ରାମଦାସଙ୍କୁ ବିଭାଗୀୟ ଅର୍ଥ ଆତ୍ମସାତ ଅଭିଯୋଗରେ ପୋଲିସ ଶୁକ୍ରବାର ଗିରଫ କରିଛି। ଏ...

ଏଏନ୍‌ଏମ୍‌ ସେଣ୍ଟର ପାଲଟିଛି ଧାନ ଗୋଦାମ

ତିହିଡ଼ି,୧୬।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ବାରୋ ପଞ୍ଚାୟତରେ ଥିବା ଏଏନ୍‌ଏମ୍‌ ସେଣ୍ଟର ଧାନଗୋଦାମ ପାଲଟିଛି। ଏହାକୁ ନେଇ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।...

ବେଆଇନ ବାଲି ଖାଦାନ ଅଣାୟତ୍ତ: ବାରଣ ସତ୍ତ୍ୱେ ବ୍ୟବହାର ହେଉଛି ମେଶିନ

ଯାଜପୁର ଅଫିସ,୬ା୧- ଯାଜପୁର ଜିଲାରେ ରାଜନୈତିକ ଛତ୍ରଛାୟା ତଳେ ବେଆଇନ ଲଘୁ ଖଣିଜ ସମ୍ପଦ ଲୁଟ ସୀମା ଲଂଘିଛି। ଟାସ୍କଫୋର୍ସ କମିଟି, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ,...

Advertisement
Archives

Model This Week