Posted inଖେଳ

ଶ୍ରୀନିବାସନଙ୍କ ଝିଅ ରୂପା ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ, ୪ା୬ (ପି.ଟି.)-‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ଅଭିଯୋଗରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଏନ୍‌. ଶ୍ରୀନିବାସନଙ୍କ ଝିଅ ରୂପା ଗୁରୁନାଥ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବୋର୍ଡର ଏଥିକ୍ସ ଅଫିସର ଜଷ୍ଟିସ୍‌ (ଅବସରପ୍ରାପ୍ତ) ଡି.କେ. ଜୈନଙ୍କ ଦ୍ୱାରା ଗୁରୁବାର ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରୂପା ତାମିଲନାଡୁ କ୍ରିକେଟ ଆସୋସିଏଶନ (ଟିଏନ୍‌ସିଏ)ର ସଭାପତି ଅଛନ୍ତି। ବିସିସିଆଇର କୌଣସି ସ୍ବୀକୃତିପ୍ରାପ୍ତ ୟୁନିଟ୍‌ର ସେ ପ୍ରଥମ ମହିଳା ସଭାପତି। ସେ ଇଣ୍ଡିଆନ ସିମେଣ୍ଟ୍ସ ଲିମିଟେଡ୍‌ (ଆଇସିଏଲ୍‌)ର ଜଣେ ଫୁଲ୍‌ ଟାଇମ୍‌ ନିର୍ଦ୍ଦେଶକ ଅଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ କ୍ରିକେଟ ଲିମିଟେଡ୍‌ (ସିଏସ୍‌କେସିଏଲ୍‌) ସହ ତାଙ୍କର ସିଧାସଳଖ ସମ୍ପର୍କ ଥିବାରୁ ‘ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ’ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ)ର ଜଣେ ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଅଭିଯୋଗ କରିଥିଲେ। ଟିଏନ୍‌ସିଏ ଚାହିଁଲେ କୋର୍ଟ ଅଫ୍‌ ଲ’ରେ ଏହାକୁ ଚ୍ୟାଲେଞ୍ଜ କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଯୁବରାଜ ସିଂଙ୍କୁ କାହିଁକି କ୍ଷମା ମାଗିଲେ ତାଙ୍କ ଭାଉଜ

ଭାରତୀୟ ଦଳର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କୁ ତାଙ୍କ ଭାଉଜ କ୍ଷମା ମାଗିଛନ୍ତି। ଯୁବରାଜ ଏବଂ ତାଙ୍କ ପରିବାର ନାଁରେ ଘରୋଇ ହିଂସା ଏବଂ ଯୌତୁକ...

କରୋନା ଭାଇରସ୍‌: ଫ୍ରେଞ୍ଚ୍‌ ଓପନ କ୍ୱାଲିଫାଇଂରୁ ୫ଖେଳାଳି ବାଦ୍‌

ପ୍ୟାରିସ, ୨୨ା୯ (ଏପି)-ଫ୍ରେଞ୍ଚ୍‌ ଓପନ୍‌ ପାଇଁ କ୍ୱାଲିଫାଇଂ ରାଉଣ୍ଡ ପୂର୍ବରୁ ଦୁଇ ଖେଳାଳି କରୋନା ପଜିଟିଭ ହୋଇଥିବା ଫ୍ରେଞ୍ଚ ଟେନିସ୍‌ ଫେଡେରେଶନ (ଏଫ୍‌ଟିଏଫ୍‌) କହିଛି। ଅନ୍ୟପକ୍ଷରେ...

୧୯୯ ଶତକ, ୬୧୦୦୦ ଅଧିକ ରନ୍‌ ସଂଗ୍ରହ କରି କ୍ରିକେଟରେ ପ୍ରଥମ ‘ସର୍‌’ ଆଖ୍ୟା ପାଇଥିଲେ ଏହି କ୍ରିକେଟର୍‌

ଯେତେବେଳେ କ୍ରିକେଟ ରେକର୍ଡକୁ ଆସେ, ପ୍ରଶଂସକଙ୍କ ମନରେ ସାର୍‌ ଡନ ବ୍ରାଡମ୍ୟାନ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ସମ୍ଭବ ନ ହେଲେ ହେବ କ’ଣ

ନୂଆଦିଲ୍ଲୀ,୧୦।୭- ଚଳିତ ଆଇସିସି ଦିନିକିଆ ବିଶ୍ୱକପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ସେମିଫାଇନାଲରେ ବର୍ଷା ବାଧକ ସାଜିଛି। ନକ୍‌ଆଉଟ ମ୍ୟାଚ୍‌ ଥିବାରୁ ଏହି...

୨୦୧୧ ବିଶ୍ୱକପ୍‌ ଜିତିବା ପରେ କୋହଲିଙ୍କୁ ଏକ ନିବେଦନ କରିଥିଲେ ସଚିନ: ଜାଣନ୍ତୁ କ’ଣ

ଟିମ ଇଣ୍ଡିଆର ୨୦୧୧ ବିଶ୍ୱକପ ବିଜୟ ପ୍ରଶଂସକଙ୍କ ମନରେ ଏବେ ବି ସତେଜ। ୨୮ବର୍ଷ ପରେ ଭାରତ ୨୦୧୧ରେ ଶ୍ରାଲଙ୍କାକୁ ହରାଇ ବିଶ୍ୱ ଚାମ୍ପିୟନ ହୋଇଥିଲା।...

ଦିନିକିଆ ନେତୃତ୍ୱ ଛାଡ଼ିପାରନ୍ତି କୋହଲି

ନୂଆଦିଲ୍ଲୀ,୧୧।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ିଥିବା ବିରାଟ କୋହଲି ଆଗାମୀ ଦିନରେ ଦିନିକିଆ ଦଳର ଅଧିନାୟକ ପଦ ମଧ୍ୟ ଛାଡ଼ି ପାରନ୍ତି। ଦିନିକିଆ ଦଳର ନେତୃତ୍ୱର...

ଖେଳାଳିଙ୍କ ପରେ ସାହାଯ୍ୟ ପାଇଁ ଆଗେଇ ଆସିଲା ଆଇପିଏଲ ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨୯।୪ : କୋଭିଡ୍‌-୧୯ ସୁନାମିରେ ସଂଘର୍ଷ କରୁଥିବା ଭାରତକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛି ଆଇପିଏଲ ଫ୍ରାଞ୍ଚାଇଜ ରାଜସ୍ଥାନ ରୟାଲ୍ସ। ପ୍ରଥମ ସଂସ୍କରଣର ଚାମ୍ପିୟନ...

ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନରେ ଚମକିଲା ଭାରତ: ପଦକ ଆଶା ବଢିଲା

ଟୋକିଓ,୨୯।୭: ଆଜି ଟୋକିଓ ଅଲିମ୍ପିକ୍ସର ସପ୍ତମ ଦିନ। ଗୁରୁବାର ସକାଳୁ ପିଭି ସିନ୍ଧୁ ଭାରତ ପାଇଁ ଏକ ବିଜୟରୁ ଆରମ୍ଭ କରିଥିଲେ। ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସ...

Advertisement
Archives

Model This Week