ଶ୍ରୀକ୍ଷେତ୍ରରେ ରହିଛି ଲାହୋର ସାଧୁଙ୍କ ମଠ

ପୁରୀ ଅଫିସ,୧୭ା୨: ଶ୍ରୀକ୍ଷେତ୍ରରେ ରହିଛି ଲାହୋର(ପାକିସ୍ତାନ) ସାଧୁଙ୍କ ମଠ। ଏକଦା ମହାପ୍ରଭୁଙ୍କ ସାନ୍ନିଧ୍ୟ ପାଇବା ପାଇଁ ଜଗନ୍ନାଥ ଧାମକୁ ଚାଲି ଆସିଥିବା ବାଳକ ରାମ ଦାସ ଆଉ ଲାହୋର ଫେରି ନ ଥିଲେ। ସେ ତିଆରି କରିଥିଲେ ଏକ ମଠ, ଯାହାକି ବାଳକ ରାମଦାସ ମଠ ନାମରେ ଏବେ ବି ତିଷ୍ଠି ରହିଛି। ଏହି ମଠ ଏବେ ପାଲଟିଛି ହରି-ହରଙ୍କ ଉପାସନାର ମିଳନ କ୍ଷେତ୍ର।
ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ଭାରତରେ ସାଂସ୍କୃତିକ ସଂହତିର ଭାବଧାରା ଖୁବ୍‌ ସୁଦୃଢ଼ ଥିଲା। ଅଖଣ୍ଡ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ ସାଧୁସନ୍ଥ, ସନ୍ନ୍ୟାସୀ ଓ ମହାପୁରୁଷମାନେ ଜଗନ୍ନାଥ ଧାମକୁ ଆସି ମହାପ୍ରଭୁଙ୍କୁ ଇଷ୍ଟ ଭାବେ ଗ୍ରହଣ କରିଥିଲେ। ଗଜପତିଙ୍କ ଅନୁମତିକ୍ରମେ ନିଜ ନିଜର ଆସ୍ଥାନ କରି ସାଂସ୍କୃତିକ ପ୍ରବାହରେ ନିଜକୁ ସାମିଲ କରିଥିଲେ। ଏମାନଙ୍କ ମଧ୍ୟରୁ ଲାହୋରରୁ ଆସିଥିବା ବାଳକ ରାମ ଦାସ ଥିଲେ ଜଣେ ସିଦ୍ଧ ସାଧକ। ଏକ ବ୍ରାହ୍ମଣ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ପିଲାବେଳୁ ସଂସାର ପ୍ରତି ଅନାସକ୍ତ ହୋଇ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଲା। ଅରଣ୍ୟରେ ବୁଲି ବୁଲି ରାମନାମ ଜପ କରି ସିଦ୍ଧି ଲାଭ ପରେ ବାଳକ ରାମ ଦାସ ରୂପେ ପରିଚିତ ହୋଇଥିଲେ। ସିଦ୍ଧ ସାଧୁ ରାମ ଦାସ ଅଖଣ୍ଡ ଭାରତବର୍ଷର ଏକାଧିକ ତୀର୍ଥ ଏବଂ ଧାମ ପରିଭ୍ରମଣ କରିଥିଲେ ମଧ୍ୟ କେଉଁଠି ତାଙ୍କ ମନ ମାନି ନ ଥିଲା। ଅନ୍ତରରେ ଅଭିଳାଷ ଥିଲା, ସେ ଥରେ ଜଗନ୍ନାଥ ଧାମକୁ ଯିବେ। ଗୁରୁଙ୍କଠାରୁ ଶୁଣିଥିଲେ ସାକ୍ଷାତ୍‌ ବ୍ରହ୍ମ କଳିଯୁଗରେ ବିଜେ କରିଛନ୍ତି ଶ୍ରୀଜଗନ୍ନାଥ ଧାମରେ। ତେଣୁ ଶିଷ୍ୟମାନଙ୍କ ସହିତ ସେ ଦିଲ୍ଲୀ ଦେଇ ଶ୍ରୀକ୍ଷେତ୍ର ଆସୁଥିଲେ। ଦିଲ୍ଲୀ ରାସ୍ତାରେ ବୈଷ୍ଣବ ବାଜା ବଜାଇ ଶିଷ୍ୟ ପଲଟନ ଧରି ଶୋଭାଯାତ୍ରା କଲାବେଳେ ମୋଗଲ ବାଦଶାହଙ୍କ ପାଖରେ କଥା ପହଞ୍ଚତ୍ଥିଲା। ମୋଗଲ ବାଦଶାହ ଫତୱା ଜାରି କରିଥିଲେ ଯେ, ଜଣେ ଫକୀର ବାଜା ବଜାଇ ଶିଷ୍ୟମାନଙ୍କୁ ନେଇ ଶୋଭାଯାତ୍ରା କରିପାରିବେ ନାହିଁ। ରାମ ଦାସଙ୍କୁ ଏହି କଥା ବହୁତ ବାଧିଥିଲା। ସେ ବାଦଶାହଙ୍କୁ ନିଜ ପରାକ୍ରମ ଦେଖାଇବା ପାଇଁ ଦିଲ୍ଲୀ ସହରକୁ ପାଣିରେ ବୁଡ଼ାଇବାକୁ ଉଦ୍ୟମ କରିଥିଲେ। ଏଥିରେ ବାଦଶାହା ଭୟଭୀତ ହୋଇ ତାଙ୍କୁ କ୍ଷମା ମାଗିଲେ ଏବଂ ଢେର ଧନରତ୍ନ ଦେଇ ଜଗନ୍ନାଥ ଧାମରେ ପହଞ୍ଚତ୍ବା ଲାଗି ସୁବନ୍ଦୋବସ୍ତ କରିଥିଲେ। ଏ ସମ୍ପର୍କରେ ପ୍ରାଚୀନ ପୁସ୍ତକ ‘ଦାର୍ଢ୍ୟତା ଭକ୍ତି’ରେ ଉଲ୍ଲେଖ ରହିଥିବା ମିଶ୍ର କହିଛନ୍ତି। ବାଳକ ରାମ ଦାସ ପୁରୀରେ ପହଞ୍ଚତ୍ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଶ୍ରୀଦିବ୍ୟ ଦର୍ଶନ ତାଙ୍କୁ ବିମୋହିତ କଲା। ଆଉ ଛାଡ଼ି ପାରିଲେନି ଏହି କ୍ଷେତ୍ର। ରହିବା ପାଇଁ ଇଚ୍ଛା ହେଲା, ଗଜପତିଙ୍କୁ ଜଣାଇଲେ। ଗଜପତି ଆସ୍ଥାନଟିଏ ଖଞ୍ଜିଦେଲେ ଗୁଣ୍ଡିଚା ମନ୍ଦିରର ଉତ୍ତର ପଟକୁ ଶରଧାବାଲିରେ ଥିବା ହାତୀଶାଳରେ। ସେଇଠି ସେ ମଠ ଗଢ଼ି ମହାପ୍ରଭୁଙ୍କର ଏକକ ବିଗ୍ରହ ବସାଇ ଶ୍ରୀରାମଚନ୍ଦ୍ର ରୂପେ କଳ୍ପନା କରି ପୂଜା କଲେ। ଆଉ ମହାପ୍ରଭୁଙ୍କ ସିଂହାସନ ସାମ୍ନାରେ ଶ୍ରୀରାମଚନ୍ଦ୍ରଙ୍କର ଉପାସ୍ୟ ଶ୍ରୀରାମେଶ୍ୱର ଜ୍ୟୋତିର୍ଲିଙ୍ଗ ସ୍ଥାପନ କରି ଜୀବନର ଶେଷ ପର୍ଯ୍ୟନ୍ତ ଏହି ଧାମରେ ହିଁ ବିତାଇଥିଲେ। ସେହି ଆସ୍ଥାନଟି ପ୍ରସିଦ୍ଧି ଲାଭ କରିଥିଲା ଦିଲ୍ଲୀ ବାଳକ ରାମ ଦାସ ମଠ ଭାବେ। ହରି-ହର ଉପାସନାର ମିଳନ କ୍ଷେତ୍ର ପାଲଟିଗଲା ଏହି ମଠ। ଏଠାରେ ବୈଷ୍ଣବ ଓ ଶୈବ ସହାବସ୍ଥାନର ବାର୍ତ୍ତା ବ୍ୟାପିଗଲା ସମଗ୍ର ଭାରତ ବର୍ଷରେ। ଇନ୍ଦ୍ରଦ୍ୟୁମ୍ନ ତୀର୍ଥରେ ପ୍ରତ୍ୟେକ ଦିନ ସ୍ନାନ କରି ପ୍ରଭୁଙ୍କୁ ଆରାଧନା କରିଥାନ୍ତି। ମଠରେ ଏକଦା ରାମ ଦାସ ଆରାଧନା କରିବା ସମୟରେ ସମାଧିସ୍ଥ ହୋଇଗଲେ ଏବଂ ତାଙ୍କର ଦେହାବସାନ ଘଟିଥିଲା। ତାଙ୍କ ବିଷୟରେ ‘ଦାର୍ଢ୍ୟତା ଭକ୍ତି’ ପୁସ୍ତକରୁ ଅନେକ ସୂଚନା ଉପଲବ୍ଧ ହୋଇଛି। ଶ୍ରୀଜଗନ୍ନାଥ ଧାମରେ ବର୍ତ୍ତମାନ ୨୭୪ ମଠ ଓ ଆଶ୍ରମ ମଧ୍ୟରୁ ଏହି ମଠ ଏବେ ପାକିସ୍ତାନର ଜଣେ ସାଧୁଙ୍କ ସ୍ମାରକୀ ହୋଇ ରହିଛି। ବାଳକ ରାମ ଦାସ ମଠ ସ୍ଥାପନା କରିବା ପରେ ଲାହୋର ଓ ଆଖପାଖ ଅଞ୍ଚଳରୁ ଶହ ଶହ ଭକ୍ତ ଶ୍ରୀକ୍ଷେତ୍ର ଆସିଥିଲେ। ଏହାଦ୍ୱାରା ଉଭୟ ଅଞ୍ଚଳର ସାଂସ୍କୃତିକ ଭାବଧାରା ବିକାଶ ଲାଭ କରିଥିଲା ବୋଲି ଡ. ମିଶ୍ର କହିଛନ୍ତି ।

ହେମନ୍ତ ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟରେ ହାଜର ନ ହେବାରୁ ବାନ୍ଧିଲା ପୋଲିସ, ଜାମିନ ନାମଞ୍ଜୁର ପରେ ଜେଲ ଗଲେ…

ଦିଗପହଣ୍ଡି, ୧୪|୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଏକ ଜାମିନବିହୀନ ୱାରେଣ୍ଟ ବଳରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri