ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ, ବିବାହ : ମଦନ ମୋହନ ବିଜେ କରନ୍ତି ଶ୍ରୀକୃଷ୍ଣ ବେଶରେ

ଖଣ୍ଡପଡ଼ା,୧୪ା୬(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀନୀଳମାଧବ ମନ୍ଦିରରେ ପାରମ୍ପରିକ ରୀତିରେ ଦ୍ୱାରିକାଧିପତି ଶ୍ରୀକୃଷ୍ଣଙ୍କ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ଗୁରୁବାର ମହାସମାରୋହରେ ପାଳିତ ହୋଇଯାଇଛି। ପୌରାଣିକ କଥା ଅନୁସାରେ ଜ୍ୟେଷ୍ଠ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିଥିବାରୁ ଏହି ଦିବସଟି ରୁକ୍ମିଣୀ ହରଣ ଏକାଦଶୀ ଭାବେ ପରିଚିତ। କଥାବସ୍ତୁ ଅନୁସାରେ ବିଦର୍ଭ ରାଜା ଭୀଷ୍ମକ କନ୍ୟା ରୁକ୍ମିଣୀଙ୍କ ଅନିଚ୍ଛା ସତ୍ତ୍ୱେ ଶିଶୁପାଳଙ୍କ ସହ ବିବାହ ସ୍ଥିର କରିଥିଲେ। ଉକ୍ତ ରୀତି ଅନୁସାରେ କଣ୍ଟିଲୋ ନୀଳମାଧବ ମନ୍ଦିର କନ୍ୟାଘର ପକ୍ଷରୁ ବୁୁଧବାର ଶିଶୁପାଳଙ୍କ ଘରକୁ ଚିଟାଉ ପଠାଯାଇଥିଲା ା ତେବେ ରୁକ୍ମିଣୀ ମନରେ ଶ୍ରୀକୃଷ୍ଣଙ୍କୁ ନିଜ ପତି ବୋଲି ସ୍ବୀକାର କରିନେଇଥିଲେ। ତେଣୁ ରୁକ୍ମିଣୀ ତାଙ୍କର ଜଣେ ବୃଦ୍ଧ କୁଳ ପୁରୋହିତ ବେଶରେ ଥିବା ବାସୁଦେବ ମିଶ୍ରଙ୍କ ହାତରେ ଶ୍ରୀକୃଷ୍ଣଙ୍କ ପାଖକୁ ଚିଟାଉ ପଠାଇଥିଲେ। ଛାମୁଙ୍କ ଖୁଣ୍ଟିଆ କୁଳମଣି ମିଶ୍ର କୁଣ୍ଡିନ ନଗ୍ରରୁ ଚିଠି ଧରି ଆସିଥିବା କୁଳ ପୁରୋହିତଙ୍କ ସମ୍ପର୍କରେ ଛାମୁଙ୍କୁ ଅବଗତ କରାଇଥିଲେ। ପୁରୋହିତ ମିଶ୍ର ରୁକ୍ମିଣୀଙ୍କ ପ୍ରେରିତ ପତ୍ରଟିକୁ ଶ୍ରୀ ଜୀଉଙ୍କୁ ପ୍ରଦାନ କରିଥିଲେ। ପରେ ଶ୍ରୀଜୀଉଙ୍କ ବେଦ ବ୍ରାହ୍ମଣ ରାମଚନ୍ଦ୍ର ମିଶ୍ର ପତ୍ରଟି ପାଠ କରିଥିଲେ। ପତ୍ରର ସୂଚନା ଅନୁସାରେ ପାର୍ବତୀ(ବିମଳା)ଙ୍କ ମନ୍ଦିରରେ ରୁକ୍ମିଣୀ ଅପେକ୍ଷା କରିଥିବାବେଳେ ସେଠାରୁ ଶ୍ରୀକୃଷ୍ଣ ତାଙ୍କୁ ହରଣ କରି ବିବାହ କରିବେ। ଏହାଥିଲା ମହାଭାରତ ଏବଂ ଶ୍ରୀମଦ୍‌ ଭାଗବତ ଅନୁସାରେ ପୌରାଣିକ କଥାବସ୍ତୁ। ତଦନୁଯାୟୀ ଶ୍ରୀନୀଳମାଧବ ଜୀଉଙ୍କ ଚଳନ୍ତି ପ୍ରତିମା ମଦନ ମୋହନ(ଶ୍ରୀକୃଷ୍ଣ)ଙ୍କୁ ସ୍ଥାନୀୟ ବିମଳା(ପାର୍ବତୀ)ଙ୍କ ମନ୍ଦିରକୁ ସୁସଜ୍ଜିତ ବିମାନରେ ବିଜେ କରି ରୁକ୍ମିଣୀ(ଲକ୍ଷ୍ମୀ)ଙ୍କୁ ହରଣ କରିଥିଲେ। ଶିଶୁପାଳ ବେଶରେ ଥିବା ଦାଶରଥି କର ଏ ଖବର ପାଇ ଶ୍ରୀଜୀଉଙ୍କ ବେଢ଼ା ପରିସର ପାଦୁକ କୁଣ୍ଡ ନିକଟରେ ଶ୍ରୀକୃଷ୍ଣଙ୍କ ସହ ଭେଟ ହୋଇ ଖଣ୍ଡାରେ ଆକ୍ରମଣ କଲାବେଳେ ବରପକ୍ଷ ତାଙ୍କୁ ବାନ୍ଧି ପକାଇଥିଲେ। ତାଙ୍କ ସମ୍ମୁଖରେ ରୁକ୍ମିଣୀଙ୍କୁ ଧରି ଶ୍ରୀକୃଷ୍ଣ ଫେରିଥିଲେ। ଶିଶୁପାଳ ନିରାଶ ହୋଇ ସ୍ବଗୃହକୁ ଫେରି ଯାଇଥିଲେ ା ପରେ ଶ୍ରୀ ଜୀଉଙ୍କୁ ଅପରାହ୍ନ ସାଢ଼େ ୫ଟାରେ ମୁକ୍ତିମଣ୍ଡପକୁ ବିଜେ କରାଯାଇ ଦେବ ନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପୁରୋଧା ଭାବେ ବାସୁଦେବ ମିଶ୍ର, ପୂଜାରୀ ଭାବେ ରାସେଶ୍ୱର ମିଶ୍ର ଓ କୃଷ୍ଣଚନ୍ଦ୍ର ମିଶ୍ର, ପ୍ରତିହାରୀ ହୃଷୀକେଶ ମିଶ୍ର, ଗରାବଡୁ ଶଶୀଧର ମିଶ୍ର, କନ୍ୟାପିତା ଜୟକୃଷ୍ଣ ମିଶ୍ର ଏବଂ ବର ପିତା ଭାବରେ ଲକ୍ଷ୍ମଣ ମିଶ୍ର ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ବୃଦ୍ଧ ବ୍ରାହ୍ମଣ ବେଶରେ ପୀତବାସ ମିଶ୍ର ଉପସ୍ଥିତ ଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ ଉତ୍ସବରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ। ମନ୍ଦିର ନୀତି ଅନୁସାରେ ପୂର୍ବାହ୍ନ ୫ଟାରେ ପହଡ଼ ଖୋଲା ଓ ମଙ୍ଗଳାର୍ଚ୍ଚନ୍ନ, ସାଢ଼େ ୫ଟାରେ ସ୍ନାନ ଅବକାଶ, ୯ଟାରେ ବଲ୍ଲଭ ଶେଷ, ଅପରାହ୍ନ ସାଢ଼େ ୧୧ଟାରେ ଦ୍ୱିପ୍ରହର ଧୂପ ଓ ଏହାପରେ ଭଅଣ୍ଡ ଧୂପ ଅନୁଷ୍ଠିତ ହୋଇଥିଲା। ରୁକ୍ମିଣୀ ହରଣ ପରେ ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଆଳତି ଓ ସାଢ଼େ ୬ଟାରେ ଏକାଦଶୀ ବେଢ଼ା ପରିକ୍ରମା ହୋଇଥିଲା। ଏ ସମସ୍ତ ନୀତି ପରେ ରାତିରେ ଶ୍ରୀ ଜୀଉ ଓ ଲକ୍ଷ୍ମୀ(ରୁକ୍ମିଣୀ)ଙ୍କୁ ମୁକ୍ତି ମଣ୍ଡପକୁ ବିଜେପୂର୍ବକ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ନୟାଗଡ଼ ଅଫିସ,୩୦।୩(ବ୍ରରୋ) ନୟାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯରଇଛି। ଆୟ...

ନୟାଗଡ଼ରେ ୧୬ରୁ ୧୬ ହାତେଇଲା ବିଜେଡ଼ି

ନୟାଗଡ଼ ଅଫିସ,୨୬।୩: ନୟାଗଡ଼ରେ ପୌର ନିର୍ବାଚନ ଫଳାଫଳ ଆସିଥିବା ବେଳେ ୧୬ରୁ ୧୬ଟି ଆସନ ହାତେଇଛି ବିଜେଡି। ନୟାଗଡ଼ ମ୍ୟୁନିସିପାଲଟିର ୧୬ଟି ଓ୍ବାର୍ଡରେ ବିଜେଡି କାଉନସିଲର...

କାର୍‌- ଦୁଇ ବାଇକ୍‌ ମୁହାଁମୁହିଁ, କାର୍‌ ଛାଡ଼ି ଚାଲିଗଲେ ଚାଳକ

ଓଡ଼ଗାଁ,୧୦ା୧୨(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କଦଳୀବନ୍ଧ ସ୍କୁଲ ନିକଟରେ ଗୁରୁବାର ସକାଳେ ଏକ କାର୍‌ ସହିତ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା...

ଛଟେଇ ପ୍ରତିବାଦରେ ବିଇଓ ଅଫିସ୍‌ ସମ୍ମୁଖରେ ପାଚିକାଙ୍କ ଧାରଣା

ଗଣିଆ,୧୮।୧୦(ଡି.ଏନ.ଏ.): ବିଦ୍ୟାଳୟର ପାଚିକା କାର୍ଯ୍ୟରୁ ଛଟେଇ କରାଯିବା ପ୍ରତିବାଦରେ ନୟାଗଡ଼ ଜିଲା ଗଣିଆ ବ୍ଲକ କରଡାପଡା ପଞ୍ଚାୟତ କରଡାପଡା ଗ୍ରାମସ୍ଥିତ ଜେ. ପ୍ରଧାନସିଂହ ମଧ୍ୟ ଇଂରାଜୀ...

କମ୍‌ସଂଖ୍ୟକ ଉପସ୍ଥାନ ଯୋଗୁ ବନ୍ଦ ହେଲା ୨ ସ୍କୁଲ

ଗଣିଆ,୨୨।୧୦(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକରେ କମ୍‌ସଂଖ୍ୟକ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ଯୋଗୁ ୨ଟି ସ୍କୁଲ ସୋମବାରଠାରୁ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି ା ବନ୍ଦ ହୋଇଥିବା ୨ଟି...

ଚିନିକଳ ବିକ୍ରି ଗୁଜବ : ଏକାଠି ହେଲେ କୃଷକ, ନେତା, ହେବ ଆନ୍ଦୋଳନ

ନୟାଗଡ଼ ଅଫିସ,୧୭ା୬:  ନୟାଗଡ଼ ଜିଲା ସଦର ବ୍ଲକ ପାଣିପୋଇଲାଠାରେ ଥିବା ଚିନିକଳ ବିକ୍ରି ନେଇ ଗୁଜବ ପ୍ରଚାର ହେବା ପରେ ଏବେ ଜିଲାସାରା ଗୋଟିଏ ଚର୍ଚ୍ଚା।...

କୁସୁମୀ ବଦଳରେ ମହାନଦୀ ଜଳ ପାଇଁ ଦାବି :ସମସ୍ୟା ସମାଧନ ନ ହେଲେ ଆନ୍ଦୋଳନ

ଖଣ୍ଡପଡା,୨୪।୮(ସ୍ବ.ପ୍ର.)-ମହାନଦୀ ଜଳକୁ ବିଶୋଧନ କରାଯାଇ ନୟାଗଡ ଅଞ୍ଚଳକୁ ଯୋଗାଣ ହେଉଥିବା ବେଳେ ଖଣ୍ଡପଡାବାସୀଙ୍କୁ କୁସୁମୀ ନଦୀର ଗୋଳିଆ ଦୂଷିତପାଣି ଯୋଗାଯାଉଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।...

ହାତୀପଲଙ୍କ ଉପଦ୍ରବ, ଧାନଫସଲ ନଷ୍ଟ

ଦଶପଲ୍ଲା,୨୫।୧୧(ଡି.ଏନ୍‌.ଏ.): ଦଶପଲ୍ଲା ବନାଞ୍ଚଳର ଚଡ଼େୟାପଲ୍ଲୀ ଓ ପୋଖରୀଗୋଚ୍ଛା ସଂରକ୍ଷିତ ଜଙ୍ଗଲରେ ୧୩ଟି ହାତୀ ଡେରା ପକାଇଛନ୍ତି। ହାତୀପଲ ସନ୍ଧ୍ୟା ହେଲେ ନିକଟସ୍ଥ ଧାନକ୍ଷେତକୁ ଆସି ଫସଲ...

Advertisement
Archives

Model This Week