ଶ୍ରମ କାର୍ଡ ନାଁରେ ଠକୁଛନ୍ତି ଦଲାଲ:ନକଲି କାର୍ଡ଼ ଦେଇ ଲୋକଙ୍କଠାରୁ ଲୁଟୁଛନ୍ତି ଟଙ୍କା

ନବରଙ୍ଗପୁର,୧୫।୨(ବି.ପ୍ର.)
ଶିକ୍ଷା ଓ ସଚେତନତା ଅଭାବ ଯୋଗୁ ଅନେକ ଶ୍ରମିକ ଠକାମିର ଶିକାର ହେଉଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମ କାର୍ଡ ପାଇଁ ନାମ ପଞ୍ଜୀକରଣ କରାଇ ଦେବାକୁ କହି ଲୋକଙ୍କୁ ଠକି ଚାଲିଛନ୍ତି ଦଲାଲ। ନକଲି ପଞ୍ଜୀକରଣ ପତ୍ର ଧରାଇ ଦେଇ ଟଙ୍କା ନେଇ ଚାଲି ଯାଉଛନ୍ତି। ଶ୍ରମିକମାନେ କାର୍ଯ୍ୟାଳୟକୁ ଆସି ବୁଝିବା ସମୟରେ ସେ ଗୁଡିକ ଅସଲି ନୁହେଁ ନକଲି ବୋଲି ଜାଣି ହତାଶ ହୋଇ ଘରକୁ ଫେରୁଛନ୍ତି।
ନବରଙ୍ଗପୁର ଜିଲା ପାପଡାଡାଣ୍ଡି ବ୍ଲକ ଅଧୀନ କଣ୍ଟାମାଳ ଗାଁର ଦୁଲବ ଜାନୀ ରାଜମସ୍ତ୍ରି କାମ କରୁଛନ୍ତି। ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ତାଙ୍କ ନାମ ପଞ୍ଜୀକରଣ କରାଇବାକୁ ଚାହିଁଥିଲେ। ତେବେ ଜଣେ ଲୋକ ଏଥିପାଇଁ ଫର୍ମ ପୂରଣ କରି ସେ ବାବଦକୁ ୫୦ ଟଙ୍କା ପ୍ରଥମେ ନେଇଥିଲେ। ପଞ୍ଜୀକରଣ କାର୍ଡ ଦେବା ପରେ ବକେୟା ଅର୍ଥ ନେବେ ବୋଲି କହିଥିଲେ। ପରେ ସେ ଦୁଲବଙ୍କଠାରୁ ୫୭୦ ଟଙ୍କା ନେଇ ଏକ କାର୍ଡ ଦେଇଥିଲେ। କାର୍ଡ ମାଧ୍ୟମରେ କିଛି ସରକାରୀ ସୁବିଧା ମିଳିବ ନା ନାହିଁ ତାହ ା ଜାଣିବାକୁ ସେ ଓଡିଏନ୍‌ବିଆର୦୦୧୦୩୯୩୮ ନମ୍ବର ବିଶିଷ୍ଟ କାର୍ଡକୁ ନେଇ ଗୁରୁବାର ନବରଙ୍ଗପୁର ମଣ୍ଡଳ ଲେବର କମିଶନରଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଉକ୍ତ କାର୍ଡ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା। ୨୭ ହଜାର ଶ୍ରମିକ ପଞ୍ଜୀକରଣ ପୂର୍ବରୁ ଅଫ୍‌ଲାଇନରେ ପଞ୍ଜିକରଣ କରାଯାଉଥିଲା। ତାହା ପରଠାରୁ ଅନ୍‌ଲାଇନ ପଞ୍ଜୀକରଣ କରାଯାଉଛି। ଅନ୍‌ଲାଇନ ପଞ୍ଜୀକରଣରେ ଦୁଲବଙ୍କ ନାମ ନ ଥିବା ଜଣାପଡିଥିଲା। ତେବେ ଯେଉଁ କାର୍ଡ ଦେଇଛନ୍ତି ତାହା ଦେଖିବାକୁ ଅବିକଳ ଅସଲି। ସେଥିରେ ସେଠାରେ ଶ୍ରମ ନିରୀକ୍ଷକ ଅଶୋକ କୁମାର ଦାଶଙ୍କ ଦସ୍ତଖତ ମଧ୍ୟ ରହିଛି। ଯାହାକୁ କିନ୍ତୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନକଲି କୁହାଯାଉଛି। ଏନେଇ ଦୁଲବ କହିଛନ୍ତି ଯେ, ଉକ୍ତ ଲୋକ ଗାଁର ୫୦ ଜଣଙ୍କ ଠାରୁ ଟଙ୍କା ଆଦାୟ କରିଛନ୍ତି। ଏ ନେଇ ସେ ଜିଲାପାଳ ଓ ମଇଦଲପୁର ଫାଣ୍ଡିରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହି ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ଆସିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

ବୃଦ୍ଧାଶ୍ରମରେ ଶେଷ ଠିକଣା ଖୋଜୁଛନ୍ତି ନିର୍ଯାତିତ ମା’-ବାପା, ସୁଖରେ ଜୀବନ ବିତାଉଥିବା କହି…

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ବୟସର ଅପରାହ୍ନରେ ନିଜ ସନ୍ତାନମାନଙ୍କ ଅବହେଳା ଓ ନିର୍ଯାତନାର ଶିକାର ହୋଇ ବୃଦ୍ଧାଶ୍ରମକୁ ଶେଷ ଠିକଣା ଭାବେ ବାଛିନେଉଛନ୍ତି ଅନେକ ବରିଷ୍ଠ ନାଗରିକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?