ଶ୍ରମ କାର୍ଡ ନାଁରେ ଠକୁଛନ୍ତି ଦଲାଲ:ନକଲି କାର୍ଡ଼ ଦେଇ ଲୋକଙ୍କଠାରୁ ଲୁଟୁଛନ୍ତି ଟଙ୍କା

ନବରଙ୍ଗପୁର,୧୫।୨(ବି.ପ୍ର.)
ଶିକ୍ଷା ଓ ସଚେତନତା ଅଭାବ ଯୋଗୁ ଅନେକ ଶ୍ରମିକ ଠକାମିର ଶିକାର ହେଉଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମ କାର୍ଡ ପାଇଁ ନାମ ପଞ୍ଜୀକରଣ କରାଇ ଦେବାକୁ କହି ଲୋକଙ୍କୁ ଠକି ଚାଲିଛନ୍ତି ଦଲାଲ। ନକଲି ପଞ୍ଜୀକରଣ ପତ୍ର ଧରାଇ ଦେଇ ଟଙ୍କା ନେଇ ଚାଲି ଯାଉଛନ୍ତି। ଶ୍ରମିକମାନେ କାର୍ଯ୍ୟାଳୟକୁ ଆସି ବୁଝିବା ସମୟରେ ସେ ଗୁଡିକ ଅସଲି ନୁହେଁ ନକଲି ବୋଲି ଜାଣି ହତାଶ ହୋଇ ଘରକୁ ଫେରୁଛନ୍ତି।
ନବରଙ୍ଗପୁର ଜିଲା ପାପଡାଡାଣ୍ଡି ବ୍ଲକ ଅଧୀନ କଣ୍ଟାମାଳ ଗାଁର ଦୁଲବ ଜାନୀ ରାଜମସ୍ତ୍ରି କାମ କରୁଛନ୍ତି। ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ତାଙ୍କ ନାମ ପଞ୍ଜୀକରଣ କରାଇବାକୁ ଚାହିଁଥିଲେ। ତେବେ ଜଣେ ଲୋକ ଏଥିପାଇଁ ଫର୍ମ ପୂରଣ କରି ସେ ବାବଦକୁ ୫୦ ଟଙ୍କା ପ୍ରଥମେ ନେଇଥିଲେ। ପଞ୍ଜୀକରଣ କାର୍ଡ ଦେବା ପରେ ବକେୟା ଅର୍ଥ ନେବେ ବୋଲି କହିଥିଲେ। ପରେ ସେ ଦୁଲବଙ୍କଠାରୁ ୫୭୦ ଟଙ୍କା ନେଇ ଏକ କାର୍ଡ ଦେଇଥିଲେ। କାର୍ଡ ମାଧ୍ୟମରେ କିଛି ସରକାରୀ ସୁବିଧା ମିଳିବ ନା ନାହିଁ ତାହ ା ଜାଣିବାକୁ ସେ ଓଡିଏନ୍‌ବିଆର୦୦୧୦୩୯୩୮ ନମ୍ବର ବିଶିଷ୍ଟ କାର୍ଡକୁ ନେଇ ଗୁରୁବାର ନବରଙ୍ଗପୁର ମଣ୍ଡଳ ଲେବର କମିଶନରଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ସେଠାରେ ଉକ୍ତ କାର୍ଡ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡିଥିଲା। ୨୭ ହଜାର ଶ୍ରମିକ ପଞ୍ଜୀକରଣ ପୂର୍ବରୁ ଅଫ୍‌ଲାଇନରେ ପଞ୍ଜିକରଣ କରାଯାଉଥିଲା। ତାହା ପରଠାରୁ ଅନ୍‌ଲାଇନ ପଞ୍ଜୀକରଣ କରାଯାଉଛି। ଅନ୍‌ଲାଇନ ପଞ୍ଜୀକରଣରେ ଦୁଲବଙ୍କ ନାମ ନ ଥିବା ଜଣାପଡିଥିଲା। ତେବେ ଯେଉଁ କାର୍ଡ ଦେଇଛନ୍ତି ତାହା ଦେଖିବାକୁ ଅବିକଳ ଅସଲି। ସେଥିରେ ସେଠାରେ ଶ୍ରମ ନିରୀକ୍ଷକ ଅଶୋକ କୁମାର ଦାଶଙ୍କ ଦସ୍ତଖତ ମଧ୍ୟ ରହିଛି। ଯାହାକୁ କିନ୍ତୁ ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ନକଲି କୁହାଯାଉଛି। ଏନେଇ ଦୁଲବ କହିଛନ୍ତି ଯେ, ଉକ୍ତ ଲୋକ ଗାଁର ୫୦ ଜଣଙ୍କ ଠାରୁ ଟଙ୍କା ଆଦାୟ କରିଛନ୍ତି। ଏ ନେଇ ସେ ଜିଲାପାଳ ଓ ମଇଦଲପୁର ଫାଣ୍ଡିରେ ଅଭିଯୋଗ କରିବେ ବୋଲି କହିଛନ୍ତି। ଏହି ଘଟଣା ସମ୍ପର୍କରେ ଜିଲା ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗଇପାଇଙ୍କୁ ପଚାରିବାରୁ ଏଭଳି ଅଭିଯୋଗ ଆସିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ମିଶାଇଲେ ସୌମ୍ୟ-ଅନୁଭବ, ଖଣ୍ଡପଡ଼ାରେ ହେବ ବଡ଼ ଲଢେଇ

ବ୍ରହ୍ମପୁର,୫।୫: ଖଣ୍ଡପଡ଼ାରେ ରୋଚକ ହେଉଛି ବିଧାନସଭା ଲଢେଇ। ହାତ ମିଶାଇଛନ୍ତି ବିଜେଡିରୁ ନିଲମ୍ବିତ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏବଂ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ।...

କୁକୁଡ଼ାଫାର୍ମ ଗନ୍ଧରେ ଅତିଷ୍ଠ ବସ୍ତିବାସିନ୍ଦା

ରାଉରକେଲା,୫ା୫(ବିପ୍ଲବ ରଞ୍ଜନ ଦାଶ)ରାଉରକେଲା ମହାନଗର ନିଗମ ଓ୍ବାର୍ଡ ନଂ. ୪ରେ ଥିବା ପ୍ରଧାନପାଲି ବସ୍ତି ନିକଟରେ କୁକୁଡ଼ାଫାର୍ମ ରହିଛି। ଫଳରେ ବସ୍ତି ପରିବେଶ ପ୍ରଦୂଷିତ ହେଉଥିବା...

୯୨୮ ଅଙ୍ଗନୱାଡି କେନ୍ଦ୍ରର ନାହିଁ ନିଜସ୍ବ ଗୃହ

ଭଦ୍ରକ,୫।୫ (ସନାତନ ରାଉତ)ଭଦ୍ରକ ଜିଲାରେ ୯୨୮ ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନିର୍ମାଣ ହୋଇପାରି ନାହିଁ। ଫଳରେ ନିକଟସ୍ଥ ସ୍କୁଲ, କମ୍ୟୁନିଟି ସେଣ୍ଟର ଓ ଅଙ୍ଗନୱାଡି...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri