ଶ୍ରମିକଙ୍କ ପାଇଁ ସ୍ବତନ୍ତ୍ର ଆକ୍ସନ ପ୍ଲାନ୍‌

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ): କାର୍ଯ୍ୟ ଅନ୍ବେଷଣରେ ରାଜ୍ୟ ବାହାରକୁ ଓ ବିଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପ୍ରସ୍ତୁତ ହେବ ଆକ୍ସନ ପ୍ଲାନ। ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଘୋଷଣା କରିବେ। ସୋମବାର ଭୁବନେଶ୍ୱର ପାନ୍ଥନିବାସର କଳିଙ୍ଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗ ଦେଇ ଶ୍ରମ ଓ ନିୟୋଜନ ମନ୍ତ୍ରୀ ସୁଶାନ୍ତ ସିଂ ଏହି ସୂଚନା ଦେଇଛନ୍ତି। ଅନେକ ସମୟରେ ଠିକାଦାରମାନେ ଗରିବ ଶ୍ରମିକମାନଙ୍କୁ ଲୋଭ ଦେଖାଇ ରାଜ୍ୟ ବାହାର ଓ ବିଦେଶକୁ ନେଇ ଯାଉଛନ୍ତି। ସେମାନଙ୍କୁ ପଞ୍ଜୀକୃତ କରାଯାଉ ନାହିଁ। ସେହି ଶ୍ରମିକମାନେ ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କୁ ସୁରକ୍ଷା ଯୋଗାଇ ଦେବା କାଠିକର ପାଠ ହେଉଛି। ଏଣିକି ବିଦେଶକୁ ଯାଉଥିବା ଶ୍ରମିକମାନଙ୍କୁ ପଞ୍ଜୀକୃତ କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଓ ଭିଜା କାର୍ଯ୍ୟାଳୟ ସହ ବରାବର ଯୋଗାଯୋଗ ରକ୍ଷା କରାଯିବ। ବିଦେଶ ଯାଉଥିବା ଶ୍ରମିକମାନଙ୍କର ସମସ୍ତ ତଥ୍ୟ ରାଜ୍ୟ ଶ୍ରମ ବିଭାଗ ନିକଟରେ ରହିବ। ସେମାନେ କେଉଁ ଦେଶକୁ ଯାଉଛନ୍ତି। କାହା ସହିତ ଯାଉଛନ୍ତି। ସେମାନେ ପଞ୍ଜୀକୃତ କି ନାହିଁ ସେ ସମସ୍ତ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। ଶ୍ରମ ବିଭାଗ ପକ୍ଷରୁ ସେସବୁର ନିୟମିତ ତଦାରଖ କରାଯିବ। ଏଥିସହିତ ଦେଶ ଭିତରେ ଥିବା ଶ୍ରମିକମାନଙ୍କୁ ସହାୟତା କରିବାକୁ ଆନ୍ଧ୍ରପ୍ରଦେଶ, କର୍ନାଟକ, ତେଲଙ୍ଗାନା ଓ ଦିଲ୍ଲୀରେ ୪ଟି ହେଲ୍‌ପ ଡେସ୍କ ରହିଥିବାବେଳେ କେରଳ ଓ ଗୁଜରାଟରେ ଆଉ ଦୁଇଟି ନୂତନ ହେଲ୍‌ପ ଡେସ୍କ ସ୍ଥାପନ କରାଯିବ। ଦିଲ୍ଲୀରେ ଥିବା ହେଲ୍‌ପ ଡେସ୍କକୁ ଆହୁରି ଆଧୁନିକୀକରଣ କରାଯିବ। ଏ ନେଇ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବ।
ରାଜ୍ୟରେ ଏବେ ସୁଦ୍ଧା ୨୯ ଲକ୍ଷ ୬୦ ହଜାର ପରିବାରର ୧ କୋଟି ଲୋକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ପଞ୍ଜୀକୃତ କରାଯାଇଛି। ବୋର୍ଡ ଏ ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ୧୮୫୦ କୋଟି ଟଙ୍କା ସେସ୍‌ ଆଦାୟ କରିଛି। ସେଥିରୁ ୧୬୫୦ କୋଟି ଟଙ୍କା ଶ୍ରମିକମାନଙ୍କ ବିକାଶ ପାଇଁ ଖର୍ଚ୍ଚ କରାଯାଇଛି ବୋଲି ବୋର୍ଡର ଅଧ୍ୟକ୍ଷ ସୁବାସ ସିଂ କହିଛନ୍ତି। ଶ୍ରମିକମାନଙ୍କ ବିକାଶକୁ ଦୁର୍ନୀତି ମୁକ୍ତ ଏବଂ ଉନ୍ନତ ଜ୍ଞାନ କୌଶଳ ଜରିଆରେ କରିବାକୁ ସମ୍ପୂର୍ଣ୍ଣ ଉଦ୍ୟମ କରାଯାଉଛି। ମଧ୍ୟସ୍ଥଙ୍କଠାରୁ କିପରି ଦୂରରେ ରହି ପାରିବେ ସେ ନେଇ ଶ୍ରମିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଶ୍ରମ ବିଭାଗକୁ ଆସନ୍ତା ୨୦୨୦ ଜାନୁୟାରୀ ମାସରେ ମୋ ସରକାର ପରିସର
ଶ୍ରମିକଙ୍କ…
ଭୁକ୍ତ କରାଯିବ। ଏଥିପାଇଁ ୧୫୦ ଜଣ ଅଧିକାରୀଙ୍କ ସହ ଦିନ ତମାମ ଆଲୋଚନା କରାଯାଇଛି ବୋଲି ସିଂ କହିଛନ୍ତି। ରାଜ୍ୟ ସରକାରଙ୍କ ୫-ଟି ଅନୁଯାୟୀ କାର୍ଯ୍ୟ କରିବାକୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ସଚିବ ଅନୁ ଗର୍ଗ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଶ୍ରମ କମିଶନର ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ସ୍ବତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ମିଶ୍ର, ଯୁଗ୍ମ ସଚିବ ଲକ୍ଷ୍ମୀକାନ୍ତ ସେଠୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରମିକ କଲ୍ୟାଣ ବୋର୍ଡ ୨୦୧୮-୧୯ର ବାର୍ଷିକ ବିବରଣୀକୁ ଉନ୍ମୋଚନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜନୀତି ସରଗରମ

ଭୁବନେଶ୍ବର,୧୦ା୯(ବ୍ୟୁରୋ): ଦୀର୍ଘଦିନ ଧରି ଶାସକ ବିଜେଡି ଏବଂ ବିରୋଧୀ ଭାଜପା ମଧ୍ୟରେ ରାଜନୈତିକ ଆକ୍ଷେପ ଓ ପ୍ରତି ଆକ୍ଷେପ ସେତେଟା ଦେଖିବାକୁ ମିଳୁ ନ ଥିଲା।...

ବଳାତ୍କାରୀଙ୍କୁ ୧୦ ବର୍ଷ, ସହଯୋଗୀଙ୍କୁ ୬ ବର୍ଷ ଜେଲ୍‌

ବାରିପଦା ଅଫିସ,୨୨।୧୨: ମୟୂରଭଞ୍ଜ ଜିଲା ବାରିପଦା ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ବୁଧବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ବସ୍ତିରୁ ଆରମ୍ଭ ହେବ ଉଚ୍ଛେଦ

ଅନୁଗୋଳଅଫିସ, ୭।୬ ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳରେ ସରକାରୀ ଜାଗାରେ ଘର କରିଥିବା ଲୋକଙ୍କ ଅଟ୍ଟାଳିକାକୁ ପ୍ରଶାସନ ମାଟିରେ ମିଶାଇ ଦେଲା। ଏପରି କି ଦୁଇ...

ମିଳିଲାନି ମହାପ୍ରୟାଣ ଗାଡ଼ି, ଖଟିଆରେ ବୁହା ହେଲା ମୃତଦେହ: ତଳିଆ କର୍ମଚାରୀ ସସ୍‌ପେଣ୍ଡ; ଇନ୍‌ଚାର୍ଜ, କାର୍ଯ୍ୟରତ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଦାରିଙ୍ଗବାଡ଼ି,୨୯।୬(ଡି.ଏନ୍‌.ଏ.)- ମିଳିଲାନି ମହାପ୍ରୟାଣ ଗାଡ଼ି। ଖଟିଆରେ ବୁହାହେଲେ ରୋଗୀଙ୍କ ମୃତଦେହ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ। ଏଠାରେ...

ଏପ୍ରିଲ ୨୯ରୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ମାଟ୍ରିକ ପରୀକ୍ଷା ନେଇ ଶୁକ୍ରବାର ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ଏହି ପରୀକ୍ଷା...

ଘଟଣାର ତଦନ୍ତ ହୋଇ ସତ ବାହାରକୁ ଆସୁ: ଭାଜପା

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ଅନୁଗୋଳ ଜିଲା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର କ୍ୟାମ୍ପ ଅଫିସରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ପଶି ତାଙ୍କ ଗାଡିରେ ନିଆଁ...

ଗେଷ୍ଟ ହାଉସ୍‌ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପ୍ରେମିକଙ୍କୁ ଅଟକ ରଖିଲା ସମୁଦ୍ରକୂଳ ପୋଲିସ

ପୁରୀ ଅଫିସ,୧୮।୨: ପୁରୀ ଚକ୍ରତୀର୍ଥ ରୋଡସ୍ଥିତ ଏକ ଗେଷ୍ଟ ହାଉସ୍‌ରୁ ମଙ୍ଗଳବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ନୟାଗଡ଼ ଅଞ୍ଚଳର ବୋଲି ଜଣାପଡ଼ିଛି।...

ଗୁରୁତର ରାଜ୍ୟ ଭାଜପା ନେତାଙ୍କ ପରିବାର ସହ କଥା ହେଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଦୀପ୍ତଙ୍କ ସ୍ତ୍ରୀ କମଳା ନାୟକଙ୍କ ସହ...

Advertisement
Archives

Model This Week