ଶ୍ରମିକଙ୍କୁ ମାଗଣାରେ ଖାଇବାକୁ ଦେବେ ମନ୍ଦିର

ଭୁବନେଶ୍ୱର,୧୫।୫(ବ୍ୟୁରୋ): ଲକ୍‌ଡାଉନ୍‌ କଟକଣା କୋହଳ ହେବା ପରେ ବିଭିନ୍ନ ରାଜ୍ୟରେ କାମ କରୁଥିବା ଓଡ଼ିଆ ଶ୍ରମିକମାନେ ନିଜ ଘରକୁ ଫେରୁଛନ୍ତି। ଅଧିକାଂଶ ପ୍ରବାସୀ ବହୁ ଦୂରରୁ ଚାଲି ଚାଲି କିମ୍ବା ସାଇକେଲରେ ଓଡ଼ିଶା ଆସୁଛନ୍ତି। ସେହିଭଳି ଓଡ଼ିଶାରେ ଫସି ରହିଥିବା ଶ୍ରମିକମାନେ ଏବେ ନିଜ ରାଜ୍ୟକୁ ଫେରୁଛନ୍ତି। ତେବେ ଖରା ଓ ପ୍ରବଳ ଗରମରେ ସେମାନେ ଅଖିଆ ଅପିଆ ଯାଉଥିବା ଦେଖିବାକୁ ମିଳୁଛି। ଦୋକାନ ବଜାର ବନ୍ଦ ଥିବାବେଳେ ପାଖରେ ଟଙ୍କା ନାହିଁ। ଏଭଳିସ୍ଥଳେ ପ୍ରବାସୀ ଦାଦନ ଶ୍ରମିକମାନଙ୍କୁ ମାଗଣାରେ ଖାଦ୍ୟ ପୁଡ଼ିଆ ଯୋଗାଇଦେବାକୁ ରାଜ୍ୟର ପ୍ରମୁଖ ମନ୍ଦିରଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଦେବୋତ୍ତର କମିଶନର ସି.ଆର୍‌. ମହାପାତ୍ର।  ସେ ଏନେଇ ଗୁରୁବାର ବିଭିନ୍ନ ଜିଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ, ମନ୍ଦିର ପରିଚାଳନା ଟ୍ରଷ୍ଟି ଏବଂ ପରିଚାଳନା ବୋର୍ଡ ସଭାପତିମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। ମନ୍ଦିର ଟ୍ରଷ୍ଟଗୁଡ଼ିକ ଦାତବ୍ୟ କାର୍ଯ୍ୟ ସ୍ବରୂପ ଶ୍ରମିକମାନଙ୍କୁ ଖାଇବାକୁ ଦେବେ। ଏଥିଲାଗି ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷାକରି କାର୍ଯ୍ୟ କରିବାକୁ କୁହାଯାଇଛି। ଘଟଗାଁ ମା’ ତାରିଣୀ ମନ୍ଦିର, ରେମୁଣା କ୍ଷୀରଚୋରା ଗୋପୀନାଥ, କେନ୍ଦ୍ରାପଡ଼ା ବଳଦେବଜୀଉ, ସମ୍ବଲପୁର ମା’ ସମଲେଶ୍ୱରୀ ମନ୍ଦିର, ରାୟଗଡ଼ାର ମା’ ମଝିଘରିଆଣୀ ଠାକୁରାଣୀ, ଜାଆଁଳାର ମା’ ବାଟ ଭୁଆସୁଣୀ, ବାଲୁଗାଁ ଉମା ମହେଶ୍ୱର ଆଦି ମନ୍ଦିର ସହ ଢେଙ୍କାନାଳ ଦେବୋତ୍ତର, କେନ୍ଦୁଝର ଦେବୋତ୍ତର, ଆଠଗଡ଼ ଓ ନୟାଗଡ଼ ଜିଲା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଜିଲାରୁ ଆଉ ଗୋଟିଏ ଜିଲା ଏବଂ ଗୋଟିଏ ରାଜ୍ୟରୁ ଆଉ ଗୋଟିଏ ରାଜ୍ୟ ଯାଉଥିବା ଶ୍ରମିକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ। କରୋନା ମୁକାବିଲା ପାଇଁ ପୂର୍ବରୁ ରାଜ୍ୟର ପ୍ରାୟ ୬୬ଟି ମନ୍ଦିର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ କ୍ଷୁଦ୍ର ଦଳ ପାଇଛନ୍ତି ୧୭୦୦ କୋଟି

ଭୁବନେଶ୍ୱର, ୬ା୯(ଜିତେନ୍ଦ୍ର କୁମାର ନାୟକ):ଭାରତରେ ରାଜନୈତିକ ଦଳ ଠୁଳ କରିଥିବା ଅର୍ଥ ପରିମାଣ ଓ ଉପାୟ ବିଷୟରେ ଦେଶରେ ଆଖିଦୃଶିଆ ଆଲୋଚନା ହୁଏନି। ଏବେ ବିବିସି ହିନ୍ଦୀର…

ଦାରିଙ୍ଗବାଡ଼ିରେ ବର୍ଷା ଛାଡ଼ିବା ପରେ ସକାଳୁଆ ଶୀତ ସହ ଘନ କୁହୁଡ଼ି

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): ଲଘୁଚାପଜନିତ ବର୍ଷା ଛାଡ଼ିବା ପରେ ଏବେ ଦାରିଙ୍ଗବାଡ଼ି ଅଞ୍ଚଳରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିଛି। ଗତ ୨ ଦିନ ହେଲା ଦିନ…

୩ ବର୍ଷରେ ପୂରଣ ହେବ ୪୫ ହଜାର ଶିକ୍ଷକ ପଦବୀ: ମୁଖ୍ୟମନ୍ତ୍ରୀ

କଟକ,୬।୯(କାର୍ତ୍ତିକ ସାହୁ): ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାର ‘କେଜିରୁ ପିଜି’ ନିଃଶୁଳ୍କ ଶିକ୍ଷା ଯୋଜନା କରିଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri