ଶୋଭାଯାତ୍ରାରେ ଗଲେ ଗଜାନନ:ଡିଜେ ସାଉଣ୍ଡରେ ଦୁଲୁକିଲା ପରଜଙ୍ଗ

ପରଜଙ୍ଗ,୧୦।୯(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗରେ ସୋମବାର ଗଜାନନଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୯ଟି ମେଢ଼ ମିଳିତ ଭସାଣିରେ ସାମିଲ ହୋଇଥିଲେ। ରେଡ ନାଇଟ୍‌ କ୍ଲବ, ଜୟ ବଜରଙ୍ଗବାଲି ପୂଜା କମିଟି, ୟୁନାଇଟେଡ କ୍ଲବ, କିଙ୍ଗଷ୍ଟାର ପୂଜା କମିଟି, ଗ୍ରୀନମାକ୍ସ ପୂଜାକମିଟି, ଲାୟନ କ୍ଲବ ପୂଜାକମିଟି, ଦି ଇଗଲ କ୍ଲବ, ପତିତପାବନ ପୂଜା କମିଟି, ପାଟଣା ସାହି ପୂଜା କମିଟି, ବଡ଼ଦାଣ୍ଡ ସାହି ପୂଜା କମିଟିର ମେଢ ଗୁଡ଼ିକ ସୋମବାର ଅପରାହ୍ନରେ ଡାକ୍ତରଖାନାସ୍ଥିତ ମେଳଣ ପଡ଼ିଆରେ ଏକତ୍ରିତ ହୋଇଥିଲେ। ପୂର୍ବରୁ ଲଟେରି ମାଧ୍ୟମରେ ଚୟନ ହୋଇଥିବା ମେଢ ଗୁଡ଼ିକ ପର୍ଯ୍ୟାୟକ୍ରମେ ଭସାଣିରେ ବାହାରିଥିଲେ। ଏହି ଅବସରରେ ଡିଜେ ସାଉଣ୍ଡ, ଘୋଡା ନାଚ, ଲଉଡିଖେଳ, ଶିଙ୍ଗ ବାଜାରେ ପରିବେଶ ଦୁଲୁକି ଉଠିଥିଲା। ଏହାକୁ ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ନିମନ୍ତେ ସମସ୍ତ ମେଢର ୪ ଜଣ ଲେଖାଏ କର୍ମକର୍ତ୍ତା, ପରଜଙ୍ଗ ଥାନା ଏସ୍‌ଆଇ ଜନ୍ମେଜୟ ପାତ୍ର, ଏଏସ୍‌ଆଇ ସୋଲଚନା ଘଡେଇ, ପୋଲିସ ଫୋର୍ସ ସହ ହୋମଗାର୍ଡ ସାମିଲ ହୋଇଥିଲେ। ମେଢ଼ ଗୁଡିକ ପରଜଙ୍ଗ ଗାଁ ଦେଇ ବଜାରରେ ପହଞ୍ଚିଲା ପରେ ସେଠାରୁ ମେଢ଼ ଗୁଡିକ ନିକଟସ୍ଥ କେନାଲରେ ବିସର୍ଜନ କରାଯାଇଥିଲା। ମିଳିତ ପୂଜା କମିଟିର କର୍ମକର୍ତ୍ତା ପ୍ରିୟଜିତ ସାମଲ, ତପୁନ ସାମଲ, ଦୀପକ ଗୋଛାୟତ, ଗୁଡୁ ଦଳବେହେରା, ବିକି ପରିଡା, ଆଲୋକ ସାମଲ, ବାପି ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଓଡ଼ିଶାରେ ତାତି: ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱର

ଭୁବନେଶ୍ୱର,୨୫।୪(ବ୍ୟୁରୋ): ସାରା ଓଡ଼ିଶାରେ ଡହ ଡହ ଖରା ସାଙ୍ଗକୁ ଗରମ ପବନ ଦେହକୁ ସିଝାଇ ଦେଉଛି। ପାରଦ ଏବେ ୪୩ ଡିଗ୍ରୀ ଟପିଥିବାବେଳେ ସହରଠୁ ଗାଁ,...

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ ଜଳ: ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମକୁ ୮ ଲକ୍ଷ କ୍ୟୁସେକ ଜଳ ପଶୁଛି।...

ବାଛୁରି ଆଣିବାକୁ ଯାଇ ଭାସିଗଲେ ବାପ, ପୁଅ

ବରୀ,୧୫ା୯(ଡି.ଏନ.ଏ.): ଯାଜପୁର ଜିଲା ବରୀ ବ୍ଲକ ବାଲିଆ ପଞ୍ଚାୟତ ଅଧୀନ ଗଙ୍ଗାଧରପୁର ଗ୍ରାମର କୁଶ ସିଂ(୫୭) ଓ ତାଙ୍କର ପୁଅ କୈଳାସ ସିଂ(୨୭) ବୁଧବାର ବ୍ରାହ୍ମଣୀର...

ଗାଁ ଦାଣ୍ଡରେ ଖେଳ…‘ନା ବାବା ନା’

ନୟାଗଡ ଅଫିସ,୧୫।୧୨: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଯଦୁପୁରରେ ୫ ବର୍ଷର ଶିଶୁକନ୍ୟା ପରୀକୁ ଅପହରଣ ଓ ହତ୍ୟା ପରେ ଆଉ ଜଣେ ଶିଶୁକନ୍ୟା ରଣପୁର...

ଲଘୁଚାପ: ୭ ଯାଏ ବର୍ଷା

ଭୁବନେଶ୍ୱର,୪।୧୦(ବ୍ୟୁରୋ):  ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇଛି। ଏଥିସହିତ ଛତିଶଗଡ଼ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ...

ଆରୁହା ପାହାଡ଼ରୁ କଳାପଥର ଚୋରି: ଚେତିଲା ପୋଲିସ ପ୍ରଶାସନ

ଯାଜପୁର ଅଫିସ/ଧର୍ମଶାଳା (ଡି.ଏନ.ଏ.),୨୩ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ଆରୁହା ପାହାଡ଼ରେ ପୋଲିସ ପକ୍ଷରୁ ଶନିବାର ଚଢାଉ ହୋଇଛି। କଳାପଥର ଚୋରିରେ ନିୟୋଜିତ ୧୧...

ପୁଣି ଗଞ୍ଜାମକୁ ଫେରିଲା କରୋନା: ରାଜ୍ୟରେ ଆଜି ୭୪ ନୂଆ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨।୩(ବ୍ୟୁରୋ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୫ଜଣ କ୍ୱାରାଣ୍ଟାଇନ୍‌ରୁୁ ଥିବା ବେଳେ ୨୯...

ପଲିଥିନ୍‌ କାରଖାନାରେ ଚଢ଼ାଉ

ଭୁବନେଶ୍ୱର, ୬।୧(ବ୍ୟୁରୋ): ଭଗବାନପୁର ଅଞ୍ଚଳର ଏକ ପଲିଥିନ୍‌ କାରଖାନାରେ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ାଉ କରିଛି। ଏହି କାରଖାନାରୁ ୨୫...

Advertisement
Archives

Model This Week