ଶେଷ ସୋମବାର: ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ

ନୟାଗଡ଼ ଅଫିସ,୧୩ା୮: ଶ୍ରାବଣ ମାସର ଶେଷ ସୋମବାରରେ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଶରଶକୁଳ ଲଡ଼ୁବାବାଙ୍କ ପୀଠରେ ୪୦୦୦ କାଉଡିଆ ଜଳଲାଗି କରିଛନ୍ତି। ମନସ୍କାମନା ପୂରଣ ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କାଉଡିଆମାନେ ଏଠାରେ ସମବେତ ହୋଇଥିଲେ। ଏଥିଲାଗି ମନ୍ଦିର ସେବାୟତ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼ ବ୍ୟବସ୍ଥା ହୋଇଥିଲା। ରବିବାର ରାତ୍ର ୨ ଘଟିକାରେ ମନ୍ଦିର ଖୋଲାଯାଇ ଠାକୁରଙ୍କ ପହଡ଼ ଭଙ୍ଗାଯାଇଥିଲା। ପରେ ଠାକୁରଙ୍କ ଅବକାଶ ନୀତି ଓ ମହାସ୍ନାନ କରାଯାଇ ସେବାୟତମାନେ ପ୍ରଥମେ ଲଡ଼ୁବାବାଙ୍କ ଉପରେ ଜଳ ଲାଗି କରିଥିଲେ। ଛୋଟ ପିଲା ଓ ମହିଳାଙ୍କ ପରେ ପୁରୁଷ ଭକ୍ତମାନେ ସକାଳ ୮ଟା ପର୍ଯ୍ୟନ୍ତ ଜଳଲାଗି କରିଥିଲେ। ୮ଟାରେ ଜଳଲାଗି ବନ୍ଦ କରାଯାଇଥିଲା। ଏହା ପରେ ଠାକୁରଙ୍କ ବଲ୍ଲଭନୀତି, ସକାଳ ଧୂପ, ସେବାୟତଙ୍କ ଚୂଡ଼ାଭୋଗ, କ୍ଷୀରାଭିଷେକ କରାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ପୁନର୍ବାର ଜଳଲାଗି ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏହା ପରେ ଠାକୁରଙ୍କ ମଧ୍ୟାହ୍ନ ଧୂପ କରାଯାଇ ପହଡ଼ ପଡ଼ିଥିଲା। ସମସ୍ତ ସେବାୟତ ଓ ମନ୍ଦିର ପରିଚାଳନା କମିଟି ସଦସ୍ୟ, ଶରଣକୁଳ ପୋଲିସ ଏହାକୁ ପରିଚାଳନା କରିଥିଲେ। କଟକ କାଜିବଜାର ରୋଭର୍ସ ଷ୍ଟ୍ରିଟ କାଉଡିଆମାନେ କଟକ ମହାନଦୀରୁ ପାଣି ଆଣି ଲଡ଼ୁବାବାଙ୍କୁ ଲାଗି କରିବା ପରେ ସାଙ୍ଗରେ ଆଣିଥିବା ଏକ ତ୍ରିଶୂଳ ମନ୍ଦିରକୁ ପ୍ରଦାନ କରିଥିଲେ। ରବିବାର ସନ୍ଧ୍ୟାରେ ଶ୍ରୀ ଶ୍ରୀ ବାବା ଅମରେଶ୍ୱର ବୋଲବମ୍‌ ସଂଘ, ବକ୍ସିବଜାର କଟକର କଳାକାରଙ୍କ ଦ୍ୱାରା ଲଡ଼ୁବାବାଙ୍କ ହାତୀଦ୍ୱାର ସାମ୍‌ନାରେ ଭଜନ ପରିବେଷଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର

ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ

ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri