Posted inରାଜ୍ୟ

ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେବା କରୁଥିବି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବରଗଡ଼ ଅଫିସ୍‌,୧୬।୪: କାଳିଆ ଯୋଜନାରେ ୪୦ଲକ୍ଷ ଚାଷୀ ଉପକୃତ ହେଲେଣି। ମାତ୍ର କେନ୍ଦ୍ରର ଭାଜପା ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଛି। କିନ୍ତୁ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରି  ପାରିବେ ନାହିଁ। ମଙ୍ଗଳବାର ବରଗଡ଼ ଲୋକମଣ୍ଡପ ପଡ଼ିଆରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି, ବିଜେଡି ସରକାର ଆସିବାର ପ୍ରଥମ ଦିନରେ ବାକି ସବୁ ଚାଷୀଙ୍କୁ ୨ଟି କିସ୍ତିର ୧୦ହଜାର ଟଙ୍କା ମିଳିବ। ସେହିପରି ଭାଜପା ନେତୃତ୍ୱାଧୀନ କେନ୍ଦ୍ରର ଏନ୍‌ଡିଏ ସରକାରକୁ ଟାର୍ଗେଟ୍‌ କରି ସେ ଏପରି କହିଛନ୍ତି। ଗତ ୨୦୧୪ ନିର୍ବାଚନୀ ଇସ୍ତାହାରରେ ଭାଜପା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ କହିଥିଲା। କିନ୍ତୁ କିଛି ସୁଫଳ ମିଳି ନ ଥିଲା । ଅନ୍ୟପଟେ ୨୦୧୬ ମସିହାରେ ସେ କେନ୍ଦ୍ରକୁ ଲେଖିଥିବାବେଳେ ବିଧାନସଭା ଗୃହ କମିଟି ମଧ୍ୟ କେନ୍ଦ୍ରକୁ ଫେରାଦ ହୋଇଥିଲା । ମାତ୍ର ୨ବର୍ଷ ବିତିଗଲା ହେଲେ  ସେଥିପାଇଁ କେନ୍ଦ୍ର ସରକାର ୨ମିନିଟ୍‌ ସମୟ ଦେଲେ ନାହିଁ କି ଓଡ଼ିଶାର ୨ କେନ୍ଦ୍ରମନ୍ତ୍ରୀ ମଧ୍ୟ ସେଥିପ୍ରତି ମୁହଁ ଖୋଲିଲେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହକି ବିଶ୍ୱ କପ୍‌ ପାଇଁ ୬୭ କୋଟି ଖର୍ଚ୍ଚ

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜ୍ୟ ସରକାର ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଆୟୋଜନ କରି ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରୁ ପ୍ରଶଂସା ସାଉଁଟିଲେ। ୨୦୧୮ ନଭେମ୍ବର...

ଛାତରୁ ପଡ଼ି ନୌସେନା ଯବାନଙ୍କ ମୃତ୍ୟୁ

ଆସିକା,୧୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଶୁକ୍ରବାର ଘର ଛାତରୁ ପଡି ଜଣେ ନୌସେନା ଯବାନଙ୍କ ମୃତ୍ୟୁ ଘଟିଛି।...

ଓଡ଼ିଶାରେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୯(ବ୍ୟୁରେ): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିଛନ୍ତି। ବାୟୁସେନାର ସ୍ବତନ୍ତ୍ର ବିମାନ ‘ରାଜକମଲ’ରେ ଭୁବନେଶ୍ୱରର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ...

‘୨ଠ୨୪ ମଧ୍ୟରେ ମାଲକାନଗିରି ବିମାନବନ୍ଦର କାର୍ଯ୍ୟକ୍ଷମ କର’

ଭୁବନେଶ୍ୱର, ୯ା୩(ବ୍ୟୁରୋ): ମାଲକାନଗିରିଠାରେ ନୂଆ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରି ୨ଠ୨୪ ଜାନୁୟାରୀ ସୁଦ୍ଧା କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ...

୯ରୁ ୩ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର, ୮ା୭(ବ୍ୟୁରୋ): ବିହାରର ପଶ୍ଚିମ ଭାଗ ଏବଂ ଦକ୍ଷିଣ ଛତିଶଗଡ଼ ଉପରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି। ଏହାସହ ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର...

ଚେଇଁ ଶୋଇଛନ୍ତି ବିଏମ୍‌ସି ଡ୍ରେନେଜ ବିଭାଗ ଅଧିକାରୀ: ସହରର ୪୦% ଡ୍ରେନ୍‌ରେ ଢାଙ୍କୁଣି ନାହିଁ

ଭୁବନେଶ୍ୱର, ୨୭ା୭(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଧୀନ ୬୭ଟି ଓ୍ବାର୍ଡରେ ମୋଟ ୬୫୦କିମିର ଆଭ୍ୟନ୍ତରୀଣ ଡ୍ରେନ ଓ ୬୦ କିମିର ୧୦ଟି ମୁଖ୍ୟ ଡ୍ରେନ୍‌ ରହିଛି।...

୧୫ଟି ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କୁ କରାଯିବ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୨୮।୨(ଡି.ଏନ୍‌.ଏ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୫ ତାରିଖରେ କଳାହାଣ୍ଡି ଜିଲାର କୋକସରା ବ୍ଲକ ଗସ୍ତରେ ଆସି ବହୁ ପ୍ରତୀକ୍ଷିତ ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ...

ବାଇକ୍‌ ଧକ୍କାରେ କାଉଡିଆ ଗୁରୁତର: ଘଟଣାକୁ କେନ୍ଦ୍ରକରି ବଚସା, ରାସ୍ତାରୋକୋ

ଓଡ଼ଗାଁ,୧୧ା୮(ସ୍ବ.ପ୍ର.): ଶନିବାର ଓଡଗାଁ ଥାନା ଅଞ୍ଚଳରେ ବାଇକ୍‌ ଧକ୍କାରେ ଜଣେ କାଉଡିଆ ଗୁରୁତର ହୋଇଛନ୍ତି। ଏହାକୁ କେନ୍ଦ୍ରକରି ବଚସା ଓ ରାସ୍ତାରୋକୋ ହୋଇଥିଲା। ଅପରାହ୍ନରେ ଓଡ଼ଗାଁ...

Advertisement
Archives

Model This Week