ଶେରଗଡ଼ର କୌଣସି ଏଟିଏମ୍‌ରେ ନାହିଁ ଟଙ୍କା: ଗ୍ରାହକ ସେବା କେନ୍ଦ୍ର ପାଲଟିଛି ଭରସା, ଟଙ୍କା ପାଇଁ ଲୋକଙ୍କ ଭିଡ଼

ଶେରଗଡ଼,୧୧।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ରେ ଗତ କିଛି ଦିନ ହେଲା କୌଣସି ଏଟିଏମ୍‌ରେ ଟଙ୍କା ନାହିଁ। କେବଳ ବ୍ୟାଙ୍କରୁ ଗ୍ରାହକମାନେ ଟଙ୍କା ଉଠାଇ ନେଇପାରୁଛନ୍ତି। ଫଳରେ ଶେରଗଡ଼ ଓ ଆଖପାଖ ଅଞ୍ଚଳରେ ଟଙ୍କା ପାଇଁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗତ ଦୁଇଦିନ ହେଲା ଶେରଗଡ଼ରେ ଏପରି ବ୍ୟବସ୍ଥା ଲାଗି ରହିଥିବା ବେଳେ ସ୍ଥାନୀୟ ବଡ଼ ଦାଣ୍ଡ ସାହିରେ ଥିବା ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ର ସମସ୍ତଙ୍କ ସାଥି ସାଜି ସେବା ଯୋଗାଉଛି। ଫଳରେ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏଥିସହ ସମସ୍ତେ ଗ୍ରାହକ ସେବା କେନ୍ଦ୍ର ମାଲିକଙ୍କୁ ଧନ୍ୟବାଦ ଦେଇଛନ୍ତି। ସରକାର ପ୍ରତି ବ୍ୟାଙ୍କରେ ଓ ଏଟିଏମ୍‌ରେ ଟଙ୍କା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଉଥିବା ବେଳେ ଉକ୍ତ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ଫଳରେ ଏପରି ଅବସ୍ଥା ସୃଷ୍ଟି ହୋଉଛି। ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ବିଡିଓ ସୁରଞ୍ଜନ କୁମାର ସାହୁ କୁହନ୍ତି, ଆମେ ଏ ସମ୍ପର୍କରେ ଉପର ଅଧିକାରୀଙ୍କୁ ଜଣାଇଛୁ। ଖୁବ୍‌ଶୀଘ୍ର ଏହାର ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ୧୬ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୬୦୦ ଟପିଲା

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୧୬ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୬୦୮କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ଏସ୍‌ସିବିରେ ଖୋଲିବ କରୋନା ସୂଚନା, ତାଲିମ କେନ୍ଦ୍ର

କଟକ ଅଫିସ୍‌,୧୫ା୪: କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସ୍ବତନ୍ତ୍ର ଭାବେ କରୋନା ସମ୍ପର୍କରେ ତାଲିମ୍‌ ଏବଂ ସୂଚନା ପ୍ରଦାନ କରିବା...

ଶନିବାର, ରବିବାର ବରଗଡ଼ ସହରାଞ୍ଚଳ ହେବ ଶଟ୍‌ଡାଉନ୍‌

ବରଗଡ଼ ଅଫିସ,୨ା୭ : ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ୧୧୦ରେ ପହଞ୍ଚିଛି । ସେଥିମଧ୍ୟରୁ ୫୬ଜଣ ଆରୋଗ୍ୟ ଲାଭ କରିଥିବା...

ଶ୍ରୀହୀନ ଶିଶୁ ଉଦ୍ୟାନ

ବାଲିଆପାଳ,୧୨।୧୦(ସ୍ବ.ପ୍ର.)- ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମ୍ମୁଖରେ ପ୍ରତିଷ୍ଠା ହୋଇଥିବା ଇନ୍ଦିରା ଶିଶୁ ଉଦ୍ୟାନ ଏବେ ସୌନ୍ଦର୍ଯ୍ୟ ହରାଇ ବସିଛି। ପୂର୍ବଭଳି ଆଉ ସେଠାରେ ଗହଳି...

ଦ୍ୱିତୀୟ ପର୍ଯ୍ୟାୟରେ ୭୨ହଜାର ୪୭ଟଙ୍କା ସହାୟତା ରାଶି ପ୍ରଦାନ

ସିମୁଳିଆ,୧୯ା୪(ଡି.ଏନ.ଏ.)-କରୋନା ସହାୟତା ପାଇଁ ବାଲେଶ୍ୱର ଜିଲା ସିମୁଳିଆବାସୀ ପ୍ରୟାସ ଜାରି ରଖିଛନ୍ତି। ଶନିବାର ସିମୁଳିଆ ବ୍ଲକର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ୨୨ହଜାର ୫ଶହ ଟଙ୍କା...

ଡ୍ରେନ୍‌ରେ ପଡ଼ି ୩ ବାର୍‌ହା ଛୁଆ ମୃତ

ପାତ୍ରପୁର,୬ା୯(ଡି.ଏନ୍‌.ଏ.)- ସାମନ୍ତିଆପଲ୍ଲି ବନାଞ୍ଚଳରେ ଦିନକୁ ଦିନ ବାର୍‌ହା ସଂଖ୍ୟା ବଢିଚାଲିଛି। ଜଙ୍ଗଲ କ୍ଷୟ ଯୋଗୁ ଏମାନେ ଅନେକ ସମୟରେ ଜନବସତି ମୁହଁା ହେଉଛନ୍ତି। ଫଳରେ ବିଭିନ୍ନ...

ଯୁବତୀଙ୍କ ଆପତ୍ତିଜନକ ଫଟୋ ଭାଇରାଲ କରି ଯୁବକ ଗିରଫ

ତରଭା,୭ା୩(ଡି.ଏନ.ଏ.): ଯୁବତୀଙ୍କ ସହ ସୋସିଆଲ ମିଡିଆରେ ସମ୍ପର୍କ ସ୍ଥାପନ କଲେ। ପରେ ସମ୍ପୃକ୍ତ ଯୁବତୀଙ୍କୁ ଟଙ୍କା ମାଗି ବ୍ଲାକମେଲ କରିଥିଲେ। ଏଥିରେ ସଫଳ ନ ହେବାରୁ...

ପରିତ୍ୟକ୍ତ ଅବସ୍ଥାରେ ପାଇକ ସଂଗ୍ରହାଳୟ

ଖୋର୍ଦ୍ଧା,୧୧ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଂସ୍କୃତି ଭବନ ପରିସରରେ ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶହୀଦ ସ୍ତମ୍ଭ ଉଦ୍‌ଘାଟନ ସହ ପାଇକ ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ...

Advertisement
Archives

Model This Week