Posted inଖେଳ

ଶୁଭ୍ରାଂଶୁଙ୍କ ଶତକରେ ଜିତିଲା ଓଡ଼ିଶା

ଭଦୋଦରା,୭।୧୦: ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଅପରାଜିତ ଶତକ ବଳରେ ଏଠାରେ ସୋମବାର ମହାରାଷ୍ଟ୍ର ବିପକ୍ଷରେ ଖେଳାଯାଇଥିବା ଚଳିତ ବିଜୟ ହଜାରେ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇଛି। ଦିନିକିଆ ଟୁର୍ନାମେଣ୍ଟରେ ଏହା ଓଡ଼ିଶାର ଦ୍ୱିତୀୟ ବିଜୟ। ମ୍ୟାଚ୍‌ରୁ ୪ ପଏଣ୍ଟ ଅର୍ଜନ କରିଥିବା ଦଳ ଏବେ ମୋଟ ୧୪ ପଏଣ୍ଟ ସହ ଗ୍ରୁପ୍‌ ବି’ର ୫ମ ସ୍ଥାନରେ ରହିଛି।
୨୬୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇଥିବା ଓଡ଼ିଶା ପାଇଁ ଅଧିନାୟକ ଶୁଭ୍ରାଂଶୁ ୧୧୯ ରନ୍‌ର ଅପରାଜିତ ଇନିଂସ ଖେଳିଥିଲେ। ୧୩୦ ବଲର ସମ୍ମୁଖୀନ ହୋଇ ସେ ୮ ଚୌକା ଓ ୨ ଛକା ଲଗାଇଥିଲେ। ତାଙ୍କୁ ସନ୍ଦୀପ ପଟ୍ଟନାୟକ (୨୭), ଅଭିଷେକ ଯାଦବ (୧୭), ଅଭିଷେକ ରାଉତ (୨୪), ସୁଜିତ ଲେଙ୍କା (୨୬), ଦୀପକ ବେହେରା (୧୮) ଉପଯୁକ୍ତ ସହାୟତା କରିଥିଲେ। ଫଳରେ ଓଡ଼ିଶା ୪୯.୧ ଓଭରରେ ୭ ଉଇକେଟ ହରାଇ ୨୬୦ ରନ୍‌ କରି ମ୍ୟାଚ୍‌ ଜିତିନେଇଛି। ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହାରାଷ୍ଟ୍ର ଅଧିନାୟକ କେଦାର ଯାଦବ ଓ ରାହୁଲ ତ୍ରିପାଠୀଙ୍କ ଅର୍ଦ୍ଧଶତକ ଇନିଂସ ବଳରେ ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୫୯ ରନ୍‌ କରିଥିଲା। ଦଳ ପାଇଁ ରାହୁଲ ସର୍ବାଧିକ ୬୯, ଅଧିନାୟକ କେଦାର ୬୨, ଋତୁରାଜ ଗାଏକ୍ୱାଡ ୩୯ ଓ ନୌଶାଦ ଶେଖ ୩୧ ରନ୍‌ କରିଥିଲେ। ଓଡ଼ିଶା ଲାଗି ବୋଲିଂରେ ସୂର୍ଯ୍ୟକାନ୍ତ ୯ ଓଭର ବୋଲିଂ କରି ୫୦ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଅଭିଷେକ ରାଉତ ଓ ଗୋବିନ୍ଦ ପୋଦ୍ଦାର ୨ ଲେଖାଏ ଉଇକେଟ ଅକ୍ତିଆର କରିଥିବାବେଳେ ଦୀପକ ବେହେରା ଗୋଟିଏ ସଫଳତା ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଅଟକ

କଲମ୍ବୋ, ୨୬।୫(ଏଏଫପି)- ଡ୍ରଗ୍ସ କାରବାର ଅଭିଯୋଗରେ ଶ୍ରୀଲଙ୍କାର ଅନ୍ତର୍ଜାତୀୟ କ୍ରିକେଟର ଶେହାନ ମଦୁଶନକାଙ୍କୁ ପୋଲିସ ଅଟକ ରଖିଛି। ୨୦୧୮ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହ୍ୟାଟ୍ରିକ...

କୋହଲିଙ୍କୁ ଚେତାବନୀ ଦେଲେ ଗମ୍ଭୀର

ନୂଆଦିଲ୍ଲୀ,୩।୧୧: ଟି -୨୦ ବିଶ୍ୱକପରେ ଆଜି ବିରାଟ କୋହଲି ବାହିନୀ ଆଫଗାନିସ୍ତାନକୁ ଭେଟିବ। ପ୍ରଥମ ଦୁଇଟି ମ୍ୟାଚ ହାରିଯିବା ପରେ ସେମିଫାଇନାଲ ଦୌଡ଼ରେ ଭାରତ ପଛରେ...

ଏହି ଇଂଲଣ୍ଡ ବୋଲରଙ୍କ ଦମ୍ଭୋକ୍ତି: ସ୍ପିନ୍‌ ବୋଲିଂରେ ଆମକୁ ହରାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨୯।୧: ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଫେବୃୟାରୀ ୫ରୁ ଖେଳାଯିବ। ଚେନ୍ନାଇ ମଇଦାନ ଉଭୟ ବ୍ୟାଟ୍ସମ୍ୟାନ୍‌ ଏବଂ ସ୍ପିନ୍‌ ବୋଲରଙ୍କ ପାଇଁ...

ପାଣ୍ଡ୍ୟାଙ୍କ ମୁଣ୍ଡରେ ବାଜିଲା ବାଉନ୍ସର, ଡରିଗଲେ ସ୍ତ୍ରୀ

ମୁମ୍ବାଇ,୧୨।୪: ଆଇପିଏଲ୍‌ ୨୦୨୨ରେ ଏକ ମ୍ୟାଚ୍‌ରେ ଗୁଜରାଟ ଟାଇଟାନ୍ସ (ଜିଟି) ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍‌)କୁ ଭେଟିଥିଲା। ଏହି ମ୍ୟାଚ ସମୟରେ ଗୁଜରାଟ ଟାଇଟାନ୍ସ (ଜିଟି) ଅଧିନାୟକ...

ନିଜକୁ ପ୍ରଥମ ସ୍ଥାନରେ ଦେଖି ଆଶ୍ଚର୍ଯ୍ୟ ହେଲେ ଏହି କ୍ରିକେଟର୍‌

ଆଇସିସି ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡ ଅଧିନାୟକ କେନ ୱିଲିୟମସନ ଶୀର୍ଷ...

ଡେବ୍ୟୁ ମାଚ୍‌ରେ ଶେଷ ହୋଇଥାନ୍ତା କ୍ୟାରିୟର! ହେଲେ ଧୋନୀଙ୍କ ପାଇଁ ସଫଳ ଖେଳାଳି ପାଲଟିଲେ ଏହି ଅଲ୍‌ରାଉଣ୍ଡର

ନୂଆଦିଲ୍ଲୀ,୧୫।୯: ଆଉ କେଇ ଦିନ ପରେ ଆରମ୍ଭ ହେବ ବହୁ ପ୍ରତିକ୍ଷିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଦ୍ୱିତୀୟ ସଂସ୍କରଣ। ଏଥିରେ ବାଜିମାତ କିଏ କରିବ ତାହା...

ସଫଳ କ୍ରୀଡ଼ାବିତ୍‌, ଏବେ ସ୍ନେହମୟୀ ମା’…

କଟକ ଅଫିସ,୧୦ା୫-ଖେଳ ମଇଦାନରେ ରାଜ୍ୟ ତଥା ଦେଶ ପାଇଁ ଯେତିକି ଉତ୍ସର୍ଗୀକୃତ ଜୀବନ ଜିଇଁଛନ୍ତି, ଏବେ ପରିବାର ପାଇଁ ମଧ୍ୟ ସମାନ ଅବଦାନ। ସେ ଜଣେ...

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ...

Advertisement
Archives

Model This Week