Posted inଖେଳ

ଶୁଟିଂ ବିଶ୍ୱକପ୍‌: ମନୁ-ସୌରଭଙ୍କୁ ସ୍ବର୍ଣ୍ଣ, ଭାରତର ଶ୍ରେଷ୍ଠ ପ୍ରଦର୍ଶନ

ରିଓ ଡି ଜେନିରୋ, ୩।୯ (ପି.ଟି.)- ଏଠାରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ୍‌ରେ ଭାରତର ଷ୍ଟାର୍‌ ଶୁଟର୍‌ ମନୁ ଭାକର ଓ ସୌରଭ ଚୌଧୁରୀ ଯୋଡ଼ି ମିକ୍ସଡ୍‌ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିଭଳି ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟତମ ଭାରତୀୟ ଯୋଡ଼ିଦାର ଯଶସ୍ବିନୀ ଦେଶଓ୍ବାଲ ଓ ଅଭିଷେକ ବର୍ମାଙ୍କୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଫାଇନାଲରେ ମନୁ-ସୌରଭ ଯୋଡ଼ି ୧୭-୧୫ ସ୍କୋରରେ ଯଶସ୍ବିନୀ-ଅଭିଷେକ ଯୋଡ଼ିଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଥିଲେ। ଭାରତ ଏଥିସହ ଏହି ବିଶ୍ୱକପ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଏହାର ଅଭିଯାନ ଶେଷ କରିଛି। ପ୍ରତିଯୋଗିତାରେ ଭାରତ ୫ ସ୍ବର୍ଣ୍ଣ ଏବଂ ୨ଟି ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ସହ ମୋଟ୍‌ ୯ ପଦକ ଜିତି ଶୀର୍ଷ ସ୍ଥାନରେ ରହିଛି।
୧୦ ମିଟର ଏୟାର ରାଇଫଲ୍‌ରେ ବିଶ୍ୱର ଏକ ନମ୍ବର ମାନ୍ୟତା ପ୍ରାପ୍ତ ଶୁଟର୍‌ ଅପୂର୍ବୀ ଚାଣ୍ଡେଲା ଓ ତାଙ୍କ ପାର୍ଟନର ଦୀପକ କୁମାର ଏଥିପୂର୍ବରୁ ସୋମବାର ମିକ୍ସଡ୍‌ ଏୟାର ରାଇଫଲ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ପ୍ରତିଯୋଗିତାରେ ଏହା ଭାରତ ପାଇଁ ୪ର୍ଥ ସ୍ବର୍ଣ୍ଣ ଥିଲା। ସେହିଭଳି ଅଞ୍ଜୁମ ମୌଦଗିଲ ଓ ଦିବ୍ୟାଶଂ ସିଂ ପନଓ୍ବର ମଧ୍ୟ ସେହି ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥିସହ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ୪ଟି ଯାଇ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତ ପଦକ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୬ଥର ଡବ୍ଲୁଡବ୍ଲୁଇ ବିଶ୍ୱଚାମ୍ପିଅନ୍‌ ଛାଡିଲେ କୋହଲିଙ୍କ ଏମିତି ଫଟୋ, ୟୁଜର୍ସ ଦେଖି ହେଲେ ଆଶ୍ଚର୍ଯ୍ୟ

ମ୍ୟାଞ୍ଚେଷ୍ଟର୍‌: ଚଳିତ ଆଇସିସି ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଦୁଇଥରର ଚାମ୍ପିଅନ ଟିମ ଇଣ୍ଡିଆର ସାମ୍ନା ନ୍ୟୁଜିଲ୍ୟାଣ୍ଡ ସହ ହେବ। ଭାରତର ନଜର ତୃତୀୟ ବିଶ୍ୱକପ ଟାଇଟଲ...

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର...

ଭାରତୀୟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ଧମକରେ ସତ୍ୟତା ନାହିଁ

ଆଣ୍ଟିଗୁଆ,୧୯ା୮(ପିଟି): ଭାରତୀୟ କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ନେଇ ଧମକ ଦିଆଯାଇଥିଲା। ହେଲେ ଏଥିରେ କୌଣସି ସତ୍ୟତା ନ ଥିବା ଭାରତୀୟ କ୍ରିକେଟ...

ଗୋଆରେ ଲାଗିବ ମାରାଡୋନାଙ୍କ ବିଶାଳ ପ୍ରତିମା

ପଣଜୀ,୨୬।୧୧: ଆର୍ଜେଣ୍ଟିନାର ମହାନ ଫୁଟବଲର ଡିଏଗୋ ମାରାଡୋନାଙ୍କ ବିୟୋଗରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ସ୍ମୃତିରେ ଏକ ବିଶାଳ ପ୍ରତିମା ସ୍ଥାପନ କରିବେ ବୋଲି...

ଟିମ ଇଣ୍ଡିଆକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୮।୯: ଟିମ ଇଣ୍ଡିଆ ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ରେକର୍ଡ ୧୦ ଉଇକେଟରେ ଜିତି ଟ୍ରଫି ଜିତିଛି। ଏହି ଟାଇଟଲ ମ୍ୟାଚରେ ମହମ୍ମଦ ସିରାଜ...

ଏହି କ୍ରିକେଟର୍‌ ଥିଲେ ଧୋନୀଙ୍କ ଗୁରୁ

ଚେନ୍ନାଇ,୧୪।୧୦: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ମନର କଥା ପ୍ରକାଶ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଗୁରୁବାର ଟୁଇଟର୍‌ରେ ଏକ...

ଆସନ୍ତାବର୍ଷ ଆଇପିଏଲ୍‌ ଖେଳିବେ କି ସୁରେଶ ରାଇନା, କଲେ ବଡ ଖୁଲାସା

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସୁରେଶ ରାଇନା ପୁଣିଥରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ଖୁବଶୀଘ୍ର ତାଙ୍କୁ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳିବ। ରାଇନା ନିଜେ ଏହି...

ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ କୋହଲି

ନୂଆଦିଲ୍ଲୀ, ୨୧।୧: ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ ବୋଲି କହିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ପୂର୍ବତନ ଅଧିନାୟକ...

Advertisement
Archives

Model This Week