ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ ହାସ୍ୟାଭିନେତ୍ରୀ ଭାବେ ଦର୍ଶକଙ୍କ ମନ ଜିଣିବେ। ଜଣେ ବ୍ୟକ୍ତି ଜୀବନରେ କିପରି କଠୋର ପରିସ୍ଥିତିର ମୁକାବିଲା କରି ଆଗକୁ ବଢ଼େ ତାହା ଏହି ଫିଲ୍ମର ବିଷୟବସ୍ତୁ। ନୀତିନ କାକ୍କରଙ୍କ ନିର୍ଦ୍ଦେଶିତ ଉକ୍ତ ଫିଲ୍ମର ମିଳିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ଜାକି ଭଗନାନୀ, ସୈଫ୍‌ଙ୍କ ବ୍ଲାକ ନାଇଟ୍‌ ଫିଲ୍ମସ ଏବଂ ଜୟ ଶଓ୍ବୋକ୍ରମାଣିଙ୍କ ନର୍ଦର୍ନ ଲାଇଟ୍‌ ଫିଲ୍ମସ। ଏଥିରେ ପିତା ଓ କନ୍ୟା (ସୈଫ ଓ ଆଲାଇଆ) ଚରିତ୍ରକୁ କେନ୍ଦ୍ର କରି କାହାଣୀ ଆଗକୁ ବଢ଼ିଛି। ପିତା-କନ୍ୟା ସମ୍ପର୍କ ଅନନ୍ୟ। କିନ୍ତୁ ବର୍ତ୍ତମାନର ଯୁଗ ଏବଂ ସମସାମୟିକ ପରିସ୍ଥିତିକୁ ବିଚାର କଲେ ‘ଜଓ୍ବାନି ଜାନେମନ୍‌’ରେ ଦୁହିଁଙ୍କର ଅଭିନୟ ନିଶ୍ଚିତ ଭାବରେ ଯେତିକି ସ୍ବତନ୍ତ୍ର ସେତିକି ଅନନ୍ୟ କୁହାଯାଇପାରେ ବୋଲି ସହ-ପ୍ରଯୋଜକ ଶଓ୍ବୋକ୍ରମାଣି ପ୍ରକାଶ କରିଛନ୍ତି।
ସୈଫ ଓ ଆଲାଇଆଙ୍କୁ ନିକଟରେ ମାଞ୍ଚେଷ୍ଟରରେ ହେଉଥିବା ଭାରତ-ପାକିସ୍ତାନ ବିଶ୍ୱକପ୍‌ ମ୍ୟାଚ୍‌ରେ ଦେଖିବାକୁ ମିଳିଥିଲା। ‘ଦି ସାକ୍ରିଡ୍‌ ଗେମ୍‌’ର ଅଭିନେତା ସୈଫଙ୍କୁ ଏହି ଫିଲ୍ମରେ ଦାଢ଼ିଯୁକ୍ତ ମୁହଁରେ ଦେଖିବାକୁ ମିଳିବ। ଉକ୍ତ ଫିଲ୍ମ ନଭେମ୍ବର ୨୯ରେ ରିଲିଜ ହେବାର ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ...

୨୦ ବର୍ଷରେ ଘରେ ନ ଜଣାଇ ମୁମ୍ବାଇ ପଳାଇ ଆସିଥିଲେ ଏହି ଅଭିନେତ୍ରୀ

‘ୟେ ରିସ୍ତା କ୍ୟା କେହେଲାତା ହୈ’ ର ଅକ୍ଷରା ନାମରେ ପରିଚିତ ହିନା ଖାନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କ ଜୀବନ ବିଷୟରେ କହିଛନ୍ତି। ହିନା...

ଲଣ୍ଡନରେ ନିୟମ ଭାଙ୍ଗିଲେ ପ୍ରିୟଙ୍କା ଚୋପ୍ରା

ବଲିଉଡ୍‌ ଏବଂ ହଲିଉଡ୍‌ ଫିଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇସାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ ଲକ୍‌ଡାଉନ୍‌ ପାଇଁ ଲଣ୍ଡନରେ...

ଶୁଟିଂ ସେଟ୍‌ରେ ୩୦ ପଟ ରୁଟି ଖାଉଥିଲେ ସଲମାନ

ମୁମ୍ବାଇ: ସଲମାନ ଖାଁଙ୍କ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’କୁ ରିଲିଜ୍ ହେବା ୩୧ ବର୍ଷ ପୂରଣ ହୋଇଛି । ସଲମାନ ପ୍ରଥମ କରି ଏହି...

‘ଦ କଶ୍ମୀର ଫାଇଲ୍ସ’କୁ ନେଇ ଚର୍ଚ୍ଚାରେ ଥିବା ନିର୍ଦ୍ଦେଶକ ବିବେକଙ୍କ ଲଭ୍‌ଷ୍ଟୋରୀ: କିଛି ଏଭଳି…

ବମ୍ବେ: ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ନୂଆ କୀର୍ତ୍ତିମାନ ରଚୁଛି। ଦର୍ଶକମାନେ ଏହାକୁ ବେଶ ପସନ୍ଦ କରୁଥିବା...

ସୁଶାନ୍ତଙ୍କ ବାନ୍ଧବୀ ରିଆଙ୍କ ଉପରେ ସମସ୍ତଙ୍କ ନଜର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ। ବଲିଉଡ୍‌ର ଏହି ପରିଚିତ ନାଁଟି ଏବେ ଅତିତ ହୋଇଯାଇଛି। ଅସମୟରେ ଦୁନିଆରୁ ବିଦାୟ ନେଇଥିବା ବଲିଉଡ୍‌ ନାୟକ ସୁଶାନ୍ତ ସିଂ...

ଜଣେ ଅଭିନେତାଙ୍କୁ ଶେଷ ଫୋନ୍‌ କଲ୍‌ କରିଥିଲେ ସୁଶାନ୍ତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ପ୍ରଶଂସକଙ୍କ ସମେତ ସେଲିବ୍ରେଟିମାନେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି।...

ରୋହିତ ସେଟ୍ଟୀଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ କରୋନା ମହାମାରୀର ମୁକାବିଲା ଲାଗି ସମସ୍ତେ ସହଯୋଗ କରିବାକୁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ରୋହିତ ସେଟ୍ଟୀ ଅନ୍ୟତମ। କିଛିଦିନ...

Advertisement
Archives

Model This Week