Posted inଖେଳ

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ମାତ୍ର ୨ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ସୁଦ୍ଧା ଶେଫାଳି ୭୪୪ ପଏଣ୍ଟ ସହ ଶୀର୍ଷରେ ଥିଲେ। ମାତ୍ର ଫାଇନାଲରେ ୭୫ ରନ୍‌ କରିଥିବା ଅଷ୍ଟ୍ରେଲିଆନ ଓପନର ବେଥ ମୁନୀ ସର୍ବାଧିକ ୭୬୨ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ପୂରା ବିଶ୍ୱକପ୍‌ରେ ୬୪ ଆଭରେଜରେ ୨୫୯ ରନ୍‌ କରିଥିଲେ। ଏଥିଯୋଗୁ କ୍ୟାରିୟରରେ ପ୍ରଥମ ଥର ଲାଗି ସେ ଶୀର୍ଷ ମାନ୍ୟତା ପାଇଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବାଟେ (୭୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଟପ୍‌-୧୦ରେ ରହିଛନ୍ତି। ଇଭେଣ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ମନ୍ଧାନା ସପ୍ତମ ଓ ରୋଡ୍ରିଗୁଏଜ ୯ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Rule Change 1st June: ଜୁନ ୧ରୁ ବଦଳିଯିବ ୬ଟି ବଡ଼ ନିୟମ ପରିବର୍ତ୍ତନ ହେବ, ଆପଣଙ୍କ ପକେଟକୁ କରିବ ପ୍ରଭାବିତ

ନୂଆଦିଲ୍ଲୀ, ୨୮।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଏହା ସହିତ, ଜୁନ ୧ ରୁ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାର ଆଶା…

ଇଦ୍‌-ଉଜ୍‌-ଜୁହାରେ ଏମିତି ମେସେଜ୍‌ ଦେଲେ ପ୍ରଧାନମନ୍ତ୍ରୀ: ଆମ ସମାଜରେ…

ନୂଆଦିଲ୍ଲୀ,୨୮।୫: ସାରା ଦେଶରେ ଆଜି ଇଦ୍‌-ଉଜ୍‌-ଜୁହା ପର୍ବ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ’ ରେ ଏକ…

କର୍ନାଟକ ରାଜନୀତିରେ ରୋଚକ ଦୃଶ୍ୟ, ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ପାଦ ଛୁଇଁଲେ ଶିବକୁମାର

ବେଙ୍ଗାଲୁରୁ, ୨୮।୫: କର୍ନାଟକ ରାଜନୀତିରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଥିବା କଳ୍ପନାଜଳ୍ପନା ମଧ୍ୟରେ, ଗୁରୁବାର ବେଙ୍ଗାଲୁରୁସ୍ଥିତ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟାଙ୍କ ବାସଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ଜଳଖିଆ ବୈଠକ ଅନୁଷ୍ଠିତ…

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏମିତି ଅପିଲ କରିଦେଲେ ବିଜୟ, ଦେଖିକି ରହିଗଲେ …

ନୂଆଦିଲ୍ଲୀ,୨୮।୫: ତାମିଲନାଡୁରେ କ୍ଷମତା ଗ୍ରହଣ କରିବା ପରେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ବୁଧବାର ପ୍ରଥମ ଥର ପାଇଁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ…

ଗାଁ ମୁହାଁ ହାତୀ: ଭୟରେ ଗାଁ ଲୋକେ

ବାଙ୍କୀ,୨୮/୫(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ ଉପଖଣ୍ଡ ଜାତ ମୁଣ୍ଡିଆଠାରେ କାଲି ରାତିରୁ ୪ ଟିକିଆ ହାତୀପଲ ବୁଲୁଥିବା ଦେଖି ଅଞ୍ଚଳବାସୀ ଭାୟଭୀତ ଅବସ୍ଥାରେ ଅଛନ୍ତି ।…

ପ୍ରଦ୍ୟୁମ୍ନଙ୍କୁ ମନ୍ତ୍ରୀ ପଦ ଦେବାକୁ ବଢ଼ୁଛି ଅନୁରୋଧ: ଗଞ୍ଜାମରୁ ୨ ଜଣକୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ସମ୍ଭାବନା

ଭଞ୍ଜନଗର,୨୮।୫(ବାବୁଲା ପ୍ରଧାନ): ଦୀର୍ଘ ୧୦ ମାସର ନୀରବତା ପରେ ପୁଣି ରାଜ୍ୟ ମନ୍ତ୍ରୀମଣ୍ଡଳରେ ଖାଲିଥିବା ୬ ମନ୍ତ୍ରୀ ପଦବୀ ପୂରଣ ସହ କିଛି ପୁରୁଣା ମନ୍ତ୍ରୀଙ୍କ ପଦବୀ…

କାଳବୈଶାଖୀର ପ୍ରଭାବରେ ଉଡିଲା ଛପର: ୧୪ ଘଣ୍ଟା ହେଲା ବିଦ୍ୟୁତ-ମୋବାଇଲ ସେବା ଅଚଳ

ଦାରିଙ୍ଗବାଡି, ୨୮।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କାଳ ବୈଶାଖୀର ପ୍ରଭାବରେ ପ୍ରଭାବିତ ହୋଇଛି। ବ୍ଲକ ଅଞ୍ଚଳର ସିମନବାଡି ସମେତ କିରିକୁଟି, ତିଲୋରୀ, ବୁଡ଼ାଗୁଡା,…

ବିଧାୟିକାଙ୍କ ଫଣ୍ଡକୁ ଖର୍ଚ୍ଚ କରିବାରେ ବ୍ଲକ ପ୍ରଶାସନର ବିଳମ୍ବ: ବିଜେଡି କର୍ମୀଙ୍କୁ ଅଣଦେଖା

କେସିଙ୍ଗା,୨୮।୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଳକ ଗସ୍ତକରି ନିଜ ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କେସିଙ୍ଗା ବ୍ଳକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri