Posted inଖେଳ

ଶୀର୍ଷ ସ୍ଥାନ ହରାଇଲେ ଶେଫାଳି

ଦୁବାଇ,୯।୩- ଆଇସିସି ମହିଳା ଟି୨୦ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଖେଳାଳି ଶେଫାଳି ବର୍ମା ଶୀର୍ଷ ସ୍ଥାନ ହରାଇଛନ୍ତି। ସେ ଦୁଇଟି ସ୍ଥାନ ତଳକୁ ଖସି ଆସି ୩ୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ସେ ମାତ୍ର ୨ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ଶେଷ ସୁଦ୍ଧା ଶେଫାଳି ୭୪୪ ପଏଣ୍ଟ ସହ ଶୀର୍ଷରେ ଥିଲେ। ମାତ୍ର ଫାଇନାଲରେ ୭୫ ରନ୍‌ କରିଥିବା ଅଷ୍ଟ୍ରେଲିଆନ ଓପନର ବେଥ ମୁନୀ ସର୍ବାଧିକ ୭୬୨ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ସେ ପୂରା ବିଶ୍ୱକପ୍‌ରେ ୬୪ ଆଭରେଜରେ ୨୫୯ ରନ୍‌ କରିଥିଲେ। ଏଥିଯୋଗୁ କ୍ୟାରିୟରରେ ପ୍ରଥମ ଥର ଲାଗି ସେ ଶୀର୍ଷ ମାନ୍ୟତା ପାଇଛନ୍ତି। ନ୍ୟୁଜିଲାଣ୍ଡର ସୁଜି ବାଟେ (୭୫୦ ପଏଣ୍ଟ) ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟ ଭାରତୀୟଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ଓ ଜେମିମା ରୋଡ୍ରିଗୁଏଜ ଟପ୍‌-୧୦ରେ ରହିଛନ୍ତି। ଇଭେଣ୍ଟରେ ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ମନ୍ଧାନା ସପ୍ତମ ଓ ରୋଡ୍ରିଗୁଏଜ ୯ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍‌ଆର୍‌ ବିଜୟୀ…

ମୁମ୍ବାଇ, ୨୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ମଙ୍ଗଳବାର ରାଜସ୍ଥାନ ରୟାଲର୍‌ସ(ଆର୍‌ଆର୍‌) ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ବିପକ୍ଷରେ  ବିଜୟ ହାସଲ କରିଛି ।  ଧାର୍ଯ୍ୟ...

ଏଟିପି ଫାଇନାଲ୍ସ: ଥିମ୍‌- ମେଡ୍‌ଭେଡେଭ ଫାଇନାଲ ମୁକାବିଲା

ଲଣ୍ଡନ,୨୩।୧୧(ଏପି): ବର୍ଷ ଶେଷରେ ଏଠାରେ ଚାଲିଥିବା ହାଇପ୍ରୋଫାଇଲ ଏଟିପି ଫାଇନାଲ୍ସ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଏହି ଇନ୍‌ଡୋର ହାର୍ଡକୋର୍ଟ ଟୁର୍ନାମେଣ୍ଟ...

ଅଷ୍ଟ୍ରେଲିଆ ଓ୍ବେବ୍‌ସାଇଟ୍‌: କୋହଲି ଟେଷ୍ଟ, ଧୋନୀ ଦିନିକିଆ ଅଧିନାୟକ

ମେଲବୋର୍ନ, ୨୪ା୧୨ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆର ଅଫିସିଆଲ ନ୍ୟୁଜ୍‌ ଓ୍ବେବ୍‌ସାଇଟ୍‌ ଦ୍ୱାରା ବିରାଟ କୋହଲି ଦଶନ୍ଧିର ଟେଷ୍ଟ ଏକାଦଶ ଦଳର ଅଧିନାୟକ ମନୋନୀତ ହୋଇଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର...

ଜେମିମା ଖେଳିବେ ଦି ହଣ୍ଡ୍ରେଡ୍‌ ଟୁର୍ନାମେଣ୍ଟ

ମୁମ୍ବାଇ, ୩୦ା୫ (ପି.ଟି.)-ୟୁନାଇଟେଡ କିଙ୍ଗ୍‌ଡମ୍‌ (ୟୁକେ) ରେ ଜୁଲାଇ ୨୧ରୁ ଆରମ୍ଭ ହେଉଥିବା ଦି ହଣ୍ଡ୍ରେଡ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ସ୍ବଳ୍ପ ବୟସ୍କା ମହିଳା...

ପ୍ରେମରେ ପାଗଳ ଥିଲେ କ୍ରିକେଟର୍‌ ବୀରେନ୍ଦ୍ର ସେହଓ୍ବାଗ, ସମ୍ପର୍କୀୟ ଭଉଣୀଙ୍କୁ କରିଥିଲେ ବିବାହ

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟଟ୍ସମ୍ୟାନ ବୀରେନ୍ଦ୍ର ସେହଓ୍ବାଗଙ୍କ ପ୍ରେମ କାହାଣୀ କୌଣସି ବଲିଉଡ ଚଳଚ୍ଚିିତ୍ରଠାରୁ କମ ନୁହେଁ। ସେହଓ୍ବାଗ କୌଣସି ଅଭିନେତ୍ରୀ କିମ୍ବା ସହପାଠୀ...

ମା’ ଚାକରାଣୀ, ବାପା ମାଳି; ପୁଅ ସବୁଠୁ ଧନୀ ଫୁଟବଲ ଖେଳାଳି

ଯେତେବେଳେ ବି ଫୁଟବଲ ଖେଳାଳିଙ୍କ କଥା ଆସେ ସର୍ବପ୍ରଥମେ ୩ଟି ନାମ ସାମ୍ନାକୁ ଆସିଥାଏ। ତାହା ହେଲା କ୍ରିଷ୍ଟିଆନୋ ରୋନାଲ୍‌ଡୋ, ମେସି ଏବଂ ନେମାର ଜୁନିୟର।...

ଭାରତୀୟ ଅଲିମ୍ପିକ ଆସୋସିଏଶନ୍‌ ଅଧ୍ୟକ୍ଷ ପଦ ଲାଗି ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ,୨୬।୧୧: ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏଶନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜେ ଟୁଇଟ୍‌ କରି...

‘ଅନ୍‌ଲାଇନ୍‌ ଚେସ୍‌ କୋଚିଂ ଉପାଦେୟ ହେଉଛି’

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଦିନ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କେବଳ ଚେସ କଥା ଭାବୁଥିବା ଗୁରୁ ସତ୍ୟରଞ୍ଜନ ପଟ୍ଟନାୟକ ଏବେ ଏହି ଗେମ୍‌କୁ ନେଇ ବେଶ୍‌ ଚିନ୍ତିତ।...

Advertisement
Archives

Model This Week