ଶୀତରେ ଥରୁଛି ସାରା ଓଡ଼ିଶା; ନୂଆବର୍ଷରେ ବର୍ଷା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ)- ଅସହ୍ୟ ଶୀତରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତ ଦାଉରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ତେବେ ଏହିଭଳି ଶୀତର ଲହରୀ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଲାଗିରହିବ। ଅନ୍ୟପଟେ ନୂଆବର୍ଷରେ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୧ ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହେବ। ୧ ତାରିଖରେ ବରଗଡ଼, ନୂଆପଡ଼ା, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ଦେବଗଡ଼ ଜିଲାର କେତେକ ସ୍ଥାନରେ ବର୍ଷା ହେବ। ୨ ଓ ୩ ତାରିଖରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ କୁଆପଥର ମଧ୍ୟ ପଡ଼ିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେବେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ କମ୍‌ ରହିବ।
ଶନିବାର ରାଜ୍ୟର ୯ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବାବେଳେ ରବିବାର ୧୫ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ଏହାସହ ସୋନପୁର ପୁଣି ଥରେ ସବୁଠୁ ଥଣ୍ଡା ସହରରେ ପରିଣତ ହୋଇଛି। ଶନିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ରହିଥିବାବେଳେ ରବିବାର ୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଅନୁଗୋଳରେ ୪.୬ ଡିଗ୍ରୀ, ଫୁଲବାଣୀରେ ୫, ଦାରିଙ୍ଗବାଡ଼ିରେ ୫.୫ ଏବଂ ଟିଟିଲାଗଡ଼ରେ ୬.୧ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ସେହିଭଳି ଭବାନୀପାଟଣାରେ ୬.୫, କେନ୍ଦୁଝରରେ ୬.୬, ଶିଳ୍ପନଗରୀ ଝାରସୁଗୁଡ଼ାରେ ୭.୩, ସମ୍ବଲପୁରରେ ୭.୪, ବଲାଙ୍ଗିରରେ ୮, ବାଲେଶ୍ୱରରେ ୮.୬ ଏବଂ କଟକରେ ୮.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସୁନ୍ଦରଗଡ଼ ଓ ବାରିପଦାର ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିବାବେଳେ କୋରାପୁଟର ୯.୬ ଡିଗ୍ରୀ ରହିଥିଲା। ରାଜଧାନୀ ଭୁବନେଶ୍ୱର ସମେତ ତାଳଚେର ଓ ଚାନ୍ଦବାଲିରେ ତାପମାତ୍ରା ୧୦.୨ ଡିଗ୍ରୀ ରହିଥିବାବେଳେ ହୀରାକୁଦରେ ୧୦.୧ ଡିଗ୍ରୀ ରହିଛି। ଏହାଛଡ଼ା ପାରାଦୀପରେ ୧୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ୧୨.୭ ଡିଗ୍ରୀ ରେକର୍ଡ ହୋଇଛି। ଅନ୍ୟପଟେ ସୋମବାର ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଥଣ୍ଡା ରହିବ। ପ୍ରବଳ ଶୀତ ଲହରୀ ନେଇ କଳାହାଣ୍ଡି, ବଲାଙ୍ଗୀର, ସୁବର୍ଣ୍ଣପୁର, ଅନୁଗୋଳ, କେନ୍ଦୁଝର ଓ ଦେବଗଡ଼ ଆଦି ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛିି।
ଓଡ଼ିଶାର କେତେକ ଜିଲାକୁ ବିଳମ୍ବରେ ଶୀତ ଛୁଇଁଥିଲେ ମଧ୍ୟ ଗତ ୨-୩ ଦିନ ହେବ ସାରା ରାଜ୍ୟ ଶୀତ ଦାଉରେ ଥରୁଛି। ଅନେକ ସ୍ଥାନରେ ତୁଷାରପାତ ହେଉଥିବାର ମଧ୍ୟ ସୂଚନା ରହିଛି। ପ୍ରବଳ ଶୀତ ଯୋଗୁ ସଞ୍ଜ ନଇଁଲେ ଲୋକେ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ସେହିପରି ପ୍ରବଳ କୁହୁଡ଼ି ଯୋଗୁ ସକାଳ ୧୦ଟା ପର୍ଯ୍ୟନ୍ତ ରାସ୍ତାଘାଟ ମଧ୍ୟ ଦେଖା ଯାଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ବ୍ୟବସାୟକୁ ନେଇ ୨ଭାଇଙ୍କୁ ଅପହରଣ ଉଦ୍ୟମ: ଜେଲ କର୍ମଚାରୀଙ୍କ ସମେତ ୭ ଗିରଫ

ଦାରିଙ୍ଗବାଡ଼ି,୧୧।୭(ଡି.ଏନ.ଏ.)- କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ଗୁରୁବାର ୨ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୭ ଅପହରଣକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ମୁଖ୍ୟ...

ପଦ୍ମଶ୍ରୀ ପ୍ରକାଶ ରାଓ ଅସୁସ୍ଥ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ, ମାଗଣାରେ ଆବଶ୍ୟକ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ

କଟକ ଅଫିସ,୧୭।୭: ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ଡି. ପ୍ରକାଶ ରାଓ ଅସୁସ୍ଥ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲର ମେଡିସିନ ଆଇସିୟୁରେ ରଖାଯାଇ...

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌

ଭୁବନେଶ୍ୱର, ୨୮।୮(ବ୍ୟୁରୋ): ସ୍ଥାନୀୟ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। କଳାହାଣ୍ଡିରୁ ଯାତ୍ରୀ ନେଇ ଭୁବନେଶ୍ୱର ଆସିଥିବା ‘ଚକାଡ଼ୋଳା’ ବସ୍‌ରେ ବୁଧବାର ଅପରାହ୍ନରେ ନିଆଁ...

୨୫ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରିବ ବିଜୁ ଯୁବଛାତ୍ର ଜନତା ଦଳ

ଭୁବନେଶ୍ୱର,୨।୭(ବ୍ୟୁରୋ): ଆସନ୍ତା ଡିସେମ୍ବର ୨୬ରେ ବିଜୁ ଜନତା ଦଳର ୨୫ତମ ପ୍ରତିଷ୍ଠା ଦିବସ ପାଳନ ହେବ। ଏହା ପୂର୍ବରୁ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ...

ପ୍ରକାଶ ପାଇଲା ଯୁକ୍ତ ୨ କଟ୍‌ ଅଫ୍‌ ମାର୍କ: କଳାରେ ବିଜେବି, ବିଜ୍ଞାନରେ ରେଭେନ୍‌ଶା, ବାଣିଜ୍ୟରେ ଗୋପାଳପୁର ଜୁନିଅର କଲେଜ ଆଗରେ

ଭୁବନେଶ୍ୱର,୨।୭(ବ୍ୟୁରୋ): ମଙ୍ଗଳବାର ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ ପାଇଛି। କଳାରେ ୭୧.୧୭ ପ୍ରତିଶତ କଟ୍‌ ଅଫ୍‌ ମାର୍କ ସହ ବିଜେବି...

କାରଖାନା ଛାଡୁଛି ବିଷାକ୍ତ ପାଣି: ପ୍ରଦୂଷିତ ଜଳ ଯୋଗୁ ଫସଲ ନଷ୍ଟ

ଯାଜପୁର ଅଫିସ,୧ା୧୦: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ପାରିପାର୍ଶ୍ୱିକ ବାୟୁର ମାନ ମାପିବା ପାଇଁ ସ୍ଥାପିତ ପରୀକ୍ଷଣ ଯନ୍ତ୍ର ଏମ୍ବିଏଣ୍ଟ ଏୟାର କ୍ବାଲିଟି ମନିଟରିଂ ଷ୍ଟାଟସ...

ଆଜିଠାରୁ ଭାଲେଣ୍ଟାଇନ୍ସ ଓ୍ବିକ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ)ବର୍ଷକର ଅପେକ୍ଷା ପରେ ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ...

କାରିଗର, ବୁଣାକାରଙ୍କ ପାଇଁ ‘ନୀଳାଚଳ ହାଟ’ ଉତ୍ସର୍ଗୀକୃତ

ଭୁବନେଶ୍ୱର, ୧୪।୬(ବ୍ୟୁରୋ):ପୁରୀରେ ଥିବା ନୀଳାଚଳ ହାଟକୁ କାରିଗର ଓ ବୁଣାକାରଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି। ନୂତନ ଭାବେ ପ୍ରସ୍ତୁତ ହୋଇଥିବା ଏହି ହାଟକୁ ସୋମବାର ହସ୍ତତନ୍ତ,...

Advertisement
Archives

Model This Week