ଶୀତରେ ଥରୁଛି ବଡ଼ବିଲ: ତାପମାତ୍ରା ସର୍ବନିମ୍ନ ୪ ଡିଗ୍ରୀକୁ ଖସିଲା

ବଡ଼ବିଲ, ୩୦।୧୨(ସ୍ବ.ପ୍ର.)- କେନ୍ଦୁଝର ଜିଲା ବଡ଼ବିଲରେ ତାପମାତ୍ରା ହ୍ରାସ ପାଇ ପାରଦ ସର୍ବନିମ୍ନ ସ୍ତର ୪ ଡିଗ୍ରୀକୁ ଖସିଆସିଛି। ପୌରାଞ୍ଚଳ ଉପକଣ୍ଠ ତଥା ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସ୍ଥାନ ଯଥା, ବେଲକୁଣ୍ଡି ରାସ୍ତା, ଡ୍ୟାମ୍‌ ରୋଡ୍‌, ଠାକୁରାଣୀ, ସୟାବାଲି, ହାୟାରବୁରୁ, ବଲାଣୀ, କିରିବୁରୁ ଓ ନାଲଦା ଆଦି ଅଞ୍ଚଳର ଖୋଲାସ୍ଥାନରେ ଥିବା ଘାସପତ୍ର ଓ ବିଭିନ୍ନ ଗାଡ଼ି ଉପରେ ବରଫର ଆସ୍ତରଣ ଜମିଥିବା ପରିଲକ୍ଷିତ ହୋଇଛି। ଶନିବାର ସକାଳେ ପାରଦ ୩ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ରବିବାର ସକାଳେ ତାପମାତ୍ରା ବୃଦ୍ଧିପାଇ ପାରଦ ୪ଡିଗ୍ରୀକୁ ବଢିଛି। ତେବେ ସକାଳ ୧୦ଟା ପର୍ଯ୍ୟନ୍ତ ଜନଜୀବନ ସ୍ବାଭାବିକ ହୋଇପାରୁନାହିଁ। ଲୋକେ ସ୍ଥାନେସ୍ଥାନେ ନିଆଁ ପୁଇଁ ହେଉଥିବାବେଳେ ଚା’ ଦୋକାନଗୁଡିକରେ ବେଶ୍‌ ଭିଡ଼ ଜମୁଛି। ବାଇକ୍‌ ଚାଳକଙ୍କ ଯାତାୟାତ ଏକପ୍ରକାର ଠପ୍‌ ହୋଇଯାଇଛି। କାଁ ଭାଁ ବାଇକ୍‌ ଚଳାଚଳ କରୁଥିବା ଦେଖାଯାଉଛି। ସକାଳର ଖରାକୁ ଆଶ୍ରା କରିଛନ୍ତି। ଜନସାଧାରଣଙ୍କ ସହ ଜୀବଜନ୍ତୁ, ଲୋକେ ଦିନରାତି ଶୀତବସ୍ତ୍ର ପରିଧାନ କରୁଥିଲେ ହେଁ ଶୀତ ଛାଡ଼ିବାର ନାଁ ଧରୁନାହିଁ। ଘର ଭିତରେ ମଧ୍ୟ ଶୀତଦାଉରୁ ନିସ୍ତାର ନାହିଁ। ତେବେ ଦୀର୍ଘ ୧୫ ବର୍ଷ ପରେ ବଡ଼ବିଲ ଅଞ୍ଚଳରେ ଏଭଳି ଶୀତ ଅନୁଭୂତ ହୋଇଥିଲେ ହେଁ ଶୀତର ପ୍ରକୋପ ଆଗଭଳି ନ ଥିବା ପୁରୁଖା ଲୋକେ କହିଛନ୍ତି। ତେବେ ପାଣିପାଗ ବିଭାଗ ତରଫରୁ ଅଞ୍ଚଳରେ ତାପମାତ୍ରା ମାପିବାର କୌଣସି ସୁବିିଧା ନ ଥିବାରୁ ଘରୋଇ ମାପକ ଯନ୍ତ୍ରରୁ ବଡ଼ବିଲରେ ତାପମାତ୍ରା ୪ ଡିଗ୍ରୀ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପାଇଲେ ୫୭ ଶିକ୍ଷକ: ଦୀର୍ଘ ଅପେକ୍ଷାର ଘଟିଲା ଅନ୍ତ

ହାଟଡିହୀ/ଛେନାପଦୀ,୨୪l୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ଶିକ୍ଷା ଜିଲାର ୫୭ ଜଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି l…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

ହଷ୍ଟେଲରେ ଭୂତ, ଘରକୁ ଫେରିଗଲେ ଛାତ୍ରୀ

ଯୋଡ଼ା,୨୨ା୮(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଭୂୟଁା ରୋଇଡା ପଞ୍ଚାୟତରେ ଥିବା ଭୂୟଁା ରୋଇଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ନିବାସରେ ଭୂତ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri