ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର

ପୁରୀ ଅଫିସ, ୨୫-୯:ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ଆଗକୁ ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ ସ୍ବର୍ଗଦ୍ୱାରକୁ ଯୋଡିଛି ପ୍ରଶାସନ। ଏଥିପାଇଁ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଛି। ସ୍ବର୍ଗଦ୍ୱାର ପ୍ରତି ଆସ୍ଥା ଏବଂ ବିଶ୍ୱାସ ରଖି ଦୂରଦୂରାନ୍ତରୁ ମୃତଦେହ ଦାହ ପାଇଁ ଆସୁଥିବା ସମ୍ପର୍କୀୟମାନେ ଯେପରି କୌଣସି ପ୍ରକାର ତିକ୍ତ ଅନୁଭୂତି ନ ସାଉଁଣ୍ଟିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଇବା ଲାଗି ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ପ୍ରଶାସନର ଯୋଜନା ଯଦି ଠିକ୍‌ ଢଙ୍ଗରେ ଆଗେଇଲା ତେବେ ଖୁବ୍‌ ଶୀଘ୍ର ସ୍ବର୍ଗଦ୍ୱାରର ଚିତ୍ର ବଦଳିଯିବ।
ଅବହେଳିତ ଅବସ୍ଥାରେ ଥିବା ସ୍ବର୍ଗଦ୍ୱାରରେ ସବୁକିଛି ସୁବ୍ୟବସ୍ଥିତ କରାଯିବାକୁ ନିଷ୍ପତ୍ତି ହୋଇଛି। ସ୍ବର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଏଠାରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ଯେଉଁପରି ଭାବେ ହିନ୍ଦୁମାନଙ୍କ ଲାଗି ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ କରାଯାଇଛି ସ୍ବର୍ଗଦ୍ୱାରରେ ସେହିଭଳି କରାଯିବ। ଏଥିଲାଗି ହାଇଦ୍ରାବାଦରୁ ସମ୍ପୃକ୍ତ ସଂସ୍ଥାର ପ୍ରତିନିଧିମାନେ ଆସି ସ୍ବର୍ଗଦ୍ୱାରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଜିଲା ପ୍ରଶାସନ ସହ ଆଲୋଚନା କରିବା ପରେ ସର୍ଭେ ମଧ୍ୟ କରିଛନ୍ତି। ସେମାନେ ଏଥିନେଇ ଡିଟେଲ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରୁଛନ୍ତି। ଡିପିଆର ପ୍ରସ୍ତୁତ କରି ଦେବା ପରେ ଏହାର କାମ ଆରମ୍ଭ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ସମ୍ପୃକ୍ତ ସଂସ୍ଥା ୨ମାସ ପୂର୍ବେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ମହାପ୍ରସ୍ଥାନମ୍‌ କ୍ରିମେଟୋରିୟମ୍‌ ନିର୍ମାଣ କରିଛି। ପୂର୍ବରୁ ଏହି ସ୍ଥାନରେ ହିନ୍ଦୁ ଲୋକମାନଙ୍କର ଅନ୍ତ୍ୟେଷ୍ଟି କ୍ରିୟା ପୁରୀ ସ୍ବର୍ଗଦ୍ୱାର ଭଳି କରାଯାଉଥିଲା। ଏବେ ଅତ୍ୟାଧୁନିକ ଉପାୟରେ ମୃତଦେହ ଦାହ କରାଯାଉଛି। କିଛିଦିନ ପୂର୍ବରୁ ପୁରୀ ଜିଲାପାଳ ଏବଂ ଅତିରିକ୍ତ ଜିଲାପାଳ ସେଠାକୁ ଯାଇ ବାସ୍ତବ ସ୍ଥିତି ପରଖିଥିଲେ। ସ୍ବର୍ଗଦ୍ୱାରରେ ଏହି ଢାଞ୍ଚାରେ ମୃତଦେହ ଦାହ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ସ୍ବର୍ଗଦ୍ୱାରର ପ୍ରବେଶ ପଥକୁ ବେଶ୍‌ ଆକର୍ଷଣୀୟ କରାଯିବ। ମୃତଦେହ ଦାହ ପାଇଁ ଆସୁଥିବା ପରିଜନଙ୍କ ଲାଗି ବସିବା ଏବଂ ରିଫ୍ରେସ୍‌ମେଣ୍ଟ ବ୍ୟବସ୍ଥା କରାଯିବ। ଦାହ ପାଇଁ ସ୍ବତନ୍ତ୍ର ପିଣ୍ଡି, ବାଲିକୁ ହଟାଯାଇ ସ୍ବତନ୍ତ୍ର ଭାବେ ଘାସର ଗାଲିଚା, ପୂଜା ଓ ପିଣ୍ଡଦାନ ପାଇଁ ସ୍ବତନ୍ତ୍ର ସୁବିଧା ସାଙ୍ଗକୁ ଦାହ ପରେ ଅସ୍ଥି ରଖିବା ପାଇଁ ଲକର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁରରେ ବିସିଆଇ ଟିମ୍‌

ସମ୍ବଲପୁର,୨୬।୨(ବ୍ୟୁରୋ): ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶକୁ ଅବମାନନା କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରଠାରେ ଜିଲା ଓକିଲ ସଂଘ ଆନ୍ଦୋଳନରେ ସାମିଲ ହୋଇଥିଲା।...

ବ୍ୟବସାୟୀଙ୍କୁ ଅତିରିକ୍ତ ତହସିଲଦାର ପିଟିବା ଘଟଣା: ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ

ଝାରସୁଗୁଡ଼ା ଅଫିସ,୫।୬: କୋଭିଡ୍‌ ତଦାରଖ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ଗତ ବୁଧବାର ଜଣେ ବୃଦ୍ଧ ତରଭୁଜ ବିକାଳି ଓ...

ପୁରୀ ଭୋଟ ଗଣତିରେ ବିଳମ୍ବ

ପୁରୀ ଅଫିସ.୨୩।୫: ପ୍ରଶାସନିକ ଅବହେଳା ପାଇଁ ପୁରୀରେ ଭୋଟ ଗଣତି ବିଳମ୍ବ ହୋଇଛି। ବାତ୍ୟାରେ ଇଭିଏମ ଏବଂ ଭିଭିପାଟର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ଏକ...

ନୀଳଗିରି ବାଇପାସ୍‌ରୁ ଜବରଦଖଲ ଉଚ୍ଛେଦ

ନୀଳଗିରି,୨୧।୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଦେଇ ଯାଇଥିବା ଶେରଗଡ଼-ନୀଳଗିରି ଓ ଝରଣାଘାଟୀ ୧୯ନଂ. ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ନୀଳଗିରି...

କୋରେଇ ଟ୍ରେନ୍‌ ଦୁର୍ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୧(ବ୍ୟୁରୋ): ଯାଜପୁରର କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲ୍‌ବାହୀ ଟ୍ରେନ୍‌ ଯାତ୍ରୀ ବିଶ୍ରାମାଗାର ଉପରେ ମାଡ଼ିଯିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ...

ମାହାଙ୍ଗା ଡବଲ ମର୍ଡର ମାମଲା: ବିଧାୟକ ପ୍ରତାପ ଜେନାଙ୍କ  ବଢ଼ିଲା ଅଡ଼ୁଆ

କଟକ,୨୫।୯:  ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କ ଅଡ଼ୁଆ  ବଢ଼ଛି। ପ୍ରତାପଙ୍କ ନାମରେ ମାମଲା ଚାଲୁ ରଖିବାକୁ  କୋର୍ଟ ନିର୍ଦ୍ଦେଶ  ଦେଇଛନ୍ତି। ତେବେ...

କନ୍ଦାଇଲାଣି ପିଆଜ ଦର: ଯୋଗାଣ ସଚିବ ଯିବେ ଦିଲ୍ଲୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- କନ୍ଦାଇଲାଣି ପିଆଜ। କିଲୋ ପିଛା ଦର ଏବେ ୫୫ ଛୁଇଁଥିବା ବେଳେ ଏହା ଆଗକୁ ଆହୁରୀ ବଢ଼ିପାରେ ବୋଲି କୁହାଯାଉଛି। ଏଣୁ ଉଭୟ ଖାଉଟି...

ତଦନ୍ତ ପାଇଁ ବଲାଙ୍ଗୀର ଗଲେ ୫ ଜଣିଆ ଟିମ୍‌

ପାରଳାଖେମୁଣ୍ଡି,୨୫।୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଶନିବାର ପାରଳାଖେମୁଣ୍ଡି ପୋଲିସର ୫ ଜଣିଆ ଟିମ୍‌ ସେଠାରେ...

Advertisement
Archives

Model This Week